ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୮ ତାରିଖରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପରମ୍ପରା ଅନୁସାରେ, ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥାନ୍ତି । ଏହି ଅନୁସାରେ ମୋଦି ସରକାର ୩.୦ ଗଠନ ପୂର୍ବରୁ ସେ ପଦ ଛାଡ଼ିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି !
प्रधानमंत्री @narendramodi ने राष्ट्रपति भवन में राष्ट्रपति द्रौपदी मुर्मु से मुलाकात की। प्रधानमंत्री ने अपना और केन्द्रीय मंत्रिपरिषद का त्यागपत्र सौंपा। राष्ट्रपति ने त्यागपत्र स्वीकार करते हुए प्रधानमंत्री तथा उनके सहयोगियों से नई सरकार के गठन तक अपने पद पर बने रहने का… pic.twitter.com/n9yri078uH
— President of India (@rashtrapatibhvn) June 5, 2024
ସୂଚନା ଅନୁସାରେ ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି । ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦୀ ଏକ ନୂଆ ରେକର୍ଡ ଅଧିକାରୀ ହେବେ । ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହରଲାଲ୍ ନେହେରୁଙ୍କ ନାମରେ ଥିଲା ।
ଅଧିକ ପଢ଼ନ୍ତୁ: ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ସେପଟେ ଆଜି ଅପରାହ୍ନ ୪ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ । ଏନଡିଏ ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ ସରକାରୀ ଗଠନ ଏବଂ ଶପଥ ଗ୍ରହଣର ରୂପରେଖ ଉପରେ ଆଲୋଚନା ହେବ । ଏନ୍ଡିଏ ବୈଠକ ର୍ପୂବରୁ ବୁଧବାର ସକାଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେହିପରି ଆଜି ଅପରାହ୍ମରେ ଦିଲ୍ଲୀରେ ପହଞ୍ଚିବେ ଟିଡିପି ମୁଖ୍ୟ ଏନ୍.ଚନ୍ଦ୍ରବାବୁ ନାଇଡୁ ।
ସୂଚନା ଅନନୁସାରେ ୨୦୧୯ରେ ଫଳାଫଳର ୭ ଦିନ ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହିପରି ୨୦୧୪ରେ ଯେତେବେଳେ ଏନଡିଏ ସରକାର ଗଠନ ହେଲା, ମୋଦୀ ୧୦ ଦିନ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ଏଥର ଫଳାଫଳ ଘୋଷଣାର ୪ ଦିନ ପରେ ଅର୍ଥାତ୍ ୮ ଜୁନ୍ରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ମଙ୍ଗଳବାର ଲୋକସଭା ନିର୍ବାଚନର ଫଳାଫଳ ଆସିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୨ଟି ଆସନ ଜିତି ବହୁମତ ହାସଲ କରିଛି । ସେହିପରି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବ୍ଲକ ୨୩୪ଟି ଆସନ ପାଇଛି । କେବଳ ବିଜେପି ୨୪୦ଟି ଆସନ ଜିତିଛି । ଏଭଳି ପରିସ୍ଥିତିରେ, ବିଜେପି ସଂଖ୍ୟାଗରିଷ୍ଠତାଠାରୁ ବହୁ ପଛରେ ଅଛି ।