Advertisment

ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !

କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏଥି ସହିତ ବଲିଉଡ୍‌ ପ୍ରଶଂସକଙ୍କ ପାଇଁ ଖରାପ ଖବର ମଧ୍ୟ ରସିଛି। କୁହାଯାଉଛି ଯେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ମାତ୍ରେ ବଲିଉଡ ଛାଡିଦେବେ।

author-image
Pramod Behera
ଅଦ୍ୟତନ ହୋଇଛି
Kangana ranaut to be left bollywood after winning lok sabha election

Kangana ranaut to be left bollywood after winning lok sabha election

ବଲିଉଡର କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। କଙ୍ଗନାଙ୍କ ବିଜୟକୁ ନେଇ ରାଜନୈତିକ ମହଲରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି।

Advertisment

ଏଥି ସହିତ ବଲିଉଡ୍‌ ପ୍ରଶଂସକଙ୍କ ପାଇଁ ଖରାପ ଖବର ମଧ୍ୟ ରହିଛି। କୁହାଯାଉଛି ଯେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ମାତ୍ରେ ବଲିଉଡ ଛାଡିଦେବେ। କଙ୍ଗନା ଏହି ସୂଚନା ଦେଇସାରିଛନ୍ତି।

Advertisment

ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ପଚରାଯାଇଥିଲା ଯେ ସେ ମଣ୍ଡିରୁ ନିର୍ବାଚନ ଜିତିବା ପରେ ବଲିଉଡ୍‌ ଛାଡିଦେବେ କି? ଏଥିପାଇଁ କଙ୍ଗନା ସିଧାସଳଖ ‘ହଁ’ରେ ଉତ୍ତର ଦେଇଥିଲେ। ସେ ଚଳଚ୍ଚିତ୍ର ଦୁନିଆକୁ ମିଥ୍ୟାବାଦୀ ଏବଂ ଠକ ବୋଲି କହିଥିଲେ।

ସେ କହିଥିଲେ - ଏହି ଚଳଚ୍ଚିତ୍ର ଜଗତ ଏକ ମିଥ୍ୟା ଭ୍ରମ, ଏଠାରେ ଥିବା ଲୋକମାନେ ନକଲି ଏବଂ ଅର୍ଥହୀନ। ଏଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହା ନକଲି ବୁଲବୁଲର ଏକ ଚମତ୍କାରୀ ଦୁନିଆ ଏବଂ ଏହାର ସତ ହେଉଛି ଏହା।

କେବଳ ଏତିକି ନୁହେଁ, ବଲିଉଡ୍‌ ଇଣ୍ଡଷ୍ଟ୍ରି ଛାଡିବା ପରେ କଙ୍ଗନା ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ “ରାଜନୀତିରେ ଯୋଗଦେବା ପରେ ମୁଁ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇବାକୁ ଚାହୁଁଛି। ଏହି ପୁରସ୍କାର ପାଇଲେ ମୁଁ ବହୁତ ଖୁସି ହେବି।” ତେବେ କଙ୍ଗନା ରାଣାୱତ ୭୧ ହଜାର ଭୋଟ ସହିତ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସେ ଆଉ ବଲିଉଡ୍‌ରେ କାମ କରିବେ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି।

ଯଦି ଏହି କଳ୍ପନାଜଳ୍ପନା ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ କଙ୍ଗନାଙ୍କୁ ଆଉ ମନୋରଂଜନ ଦୁନିଆରେ ଦେଖିବାକୁ ମିଳିବନି। ତେତେ ତାଙ୍କର ରିଲିଜ୍ ହେବାକୁ ଥିବା ଫିଲ୍ମ ଭିତରେ ‘ଏମର୍‌ଜେନ୍ସୀ’ ଏବଂ ‘ସୀତା: ଦ ଇନ୍‌କାର୍ନେସନ’ ରହିଛି। ତାଙ୍କୁ ‘ଏମର୍‌ଜେନ୍ସୀ’ ' ଚଳଚ୍ଚିତ୍ରରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

Kangana Ranaut Bollywood
Advertisment
Advertisment