Advertisment

ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ramoji Rao

Ramoji Rao

ରାମୋଜୀ ଫିଲ୍ମ ସିଟି ଏବଂ ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି । ବହୁ ଦିନ ହେଲା ଅସୁସ୍ଥ ଥିଲେ ରାମୋଜୀ ରାଓ । ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ସହ ନିଶ୍ବାସ ପ୍ରଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଚଳାଇଥିବା ବେଳେ ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି, ଭାରତୀୟ ମିଡିଆରେ ଦିବ୍ୟଦ୍ରଷ୍ଟା ଥିଲେ ରାମୋଜୀ ରାଓ। ଏମିତିକି ତାଙ୍କ ସହ ଅନେକ ଥର ମିଶି ଆଲୋଚନା କରିଛି ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ରାମୋଜୀ ରାଓଙ୍କ ସହ ଆଲୋଚନା ବେଳର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ମୋଦି  ।

Advertisment

ଆଞ୍ଚଳିକ ଓ ଦେଶର ଜାତୀୟ ସେନା ଶିଳ୍ପକୁ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓ ୪ଟି ଫିଲ୍ମ ଫେୟାର ଆଓ୍ବାର୍ଡ (ଦକ୍ଷିଣ ଭାରତୀୟ ସିନେମା), ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ ୨୦୧୬ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାମୋଜୀ ରାଓଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ ।

ରାଓଙ୍କ ଦେହାନ୍ତରେ ଦକ୍ଷିଣ ଭାରତ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Prime Minister Narendra Modi
Advertisment
Advertisment