• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ । ୟୁରୋପୀୟ ସଂଘର ୨୭ ଦେଶ ଭୋଟରଙ୍କ ଅପେକ୍ଷା ଅଢ଼େଇ ଗୁଣା ଅଧିକ ।

ମହିଳା ଭୋଟରଙ୍କ ସଂଖ୍ୟା ୩୧କୋଟି ୨୦ ଲକ୍ଷ । ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା । ଦେଢ କୋଟି ପୋଲିଂ ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ସେହିପରି ଚଳିତ ନିର୍ବାଚନରେ ବଡ଼ ଧରଣର କୌଣସି ହିଂସାକାଣ୍ଡ ହୋଇନି ।

ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗରେ ମାଓ ହିଂସା ହୋଇନି । ନିର୍ବାଚନ ବେଳେ ୧୦ହଜାର କୋଟି ଟଙ୍କା ଜବତ ହୋଇଛି । ୨୦୧୯ ଅପେକ୍ଷା ୩ ଗୁଣା ଅଧିକ ଟଙ୍କା ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ୪,୩୯୧ କୋଟିର ଡ୍ରଗ କେସ୍ ଧରାଯାଇଛି ।

ସେହିପରି ନିର୍ବାଚନ ବେଳେ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଭଳି ୬ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଅଫିସରଙ୍କୁ ହଟାଯାଇଥିବା କହିଛନ୍ତି ନିର୍ବାଚନ କମିଶନ । ସେପଟେ କିନ୍ତୁ ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି ।

ସନ୍ଦେଶଖାଲିରେ ଟିଏମସି କର୍ମୀ ମାନେ ବିଜେପି ନେତା ଓ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ସନ୍ଦେଶଖାଲିରେ ମହିଳାଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ମହିଳାଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହେବା ପରେ ବିଗିଡ଼ିଛି ପରିସ୍ଥିତି ।

ସନ୍ଦେଶଖାଲିରେ ଆସନ୍ତାକାଲି ଯାଏଁ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରାଯାଇଛି । ସନ୍ଦେଶଖାଲିରେ ଟିଏମସି ନେତା ଶେଖ ଶାହାଜାହାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଉଦବେଗ୍ ପ୍ରକାଶ ପାଇଥିଲା ।

ଏଥିରେ ମୁଖ୍ୟ ଅଭିଯୋଗକାରିଣୀ ରେଖା ପାତ୍ରଙ୍କୁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି । ସେପଟେ ଗତ ଜୁନ ୨ରେ ମଧ୍ୟ ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା ହୋଇଥିଲା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା ।

ଶେଷ ପର୍ଯ୍ୟାୟ ଭୋଟ ଥିବା ବେଳେ ଦୁର୍ବୃତ୍ତ ମାନେ ହଫିଜୁଲଙ୍କୁ ହତ୍ୟା କରିବା ସହ ତାଙ୍କୁ ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି । ଘଟଣାରେ ୧୦-୧୧ଜଣ ଟିଏମ କର୍ମୀଙ୍କ ସଂପୃକ୍ତି ଥିବା ଦକ୍ଷିଣ-ନଦିଆ ଜିଲ୍ଲା ବିଜେପି ସଭାପତି ଅର୍ଜୁନ ବିଶ୍ୱାସ ଦାବି କରିଛନ୍ତି ।

ସେପଟେ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ହଫିଜୁଲଙ୍କ ପରିବାର । ଚଳିତ ଲୋକସଭା ନିର୍ବାଚନରେ ନଦିଆର ଅଳ୍ପ ସଂଖ୍ୟକ ବର୍ଗଙ୍କ ନେତୃତ୍ୱ ନେବା ସହ ବହୁ ଲୋକଙ୍କୁ ବିଜେପିରେ ମିଶାଇଥିଲେ ହଫିଜୁଲ । ଯାହାକୁ ନେଇ ଟିଏମସି କର୍ମୀ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି ।

ସେପଟେ ରାଜ୍ୟରେ ମଧ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ଅବସରରେ ଜାରି ରହିଥିଲା ନିର୍ବାଚନୀ ହିଂସା । ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now