• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତାକାଲି ଏନଡିଏ ସାଂସଦଙ୍କ ବୈଠକ ପରେ ସମସ୍ତ ସହଯୋଗୀ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।

ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ । ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ । ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ୮ରେ ଶପଥ ନେବେ ମୋଦି; କ’ଣ ରହିଛି ଏହି ସଂଖ୍ୟା ପଛର କାରଣ ?

ଆସନ୍ତା ୮ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି । ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ୨୯୨ ସିଟ୍ ହାତେଇଥିବା ବେଳେ ବିଜେପି ଏକାକୀ ଜିତିଛି ୨୪୦ ଆସନ । ସେପଟେ ବିଦାୟୀ ମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ ଆୟୋଜନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁରା ମନ୍ତ୍ରୀମଣ୍ଡଳ ସାମିଲ ହୋଇଥିଲା ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ନିର୍ମଳା ସୀତାରମଣ, ରାଜନାଥ ସିଂ, ମନସୁଖ ମାଣ୍ଡଭ୍ୟ, କିଷନ ରେଡ୍ଡି ଏବଂ ଅନ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ । ସେପଟେ ମୋଦିଙ୍କ ଶପଥ ସମାରୋହ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମାରୋହ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ମୋଦିଙ୍କ ନିମନ୍ତ୍ରଣ ।

ଭୁଟାନ ନରେଶ, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋଦି । ସେପଟେ ବାଂଲାଦେଶ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ । ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମୋଦି।

ଅଧିକ ପଢ଼ନ୍ତୁ: ଦେଶର ସର୍ବ କନିଷ୍ଠ ସାଂସଦ ହେଲେ ଶମ୍ଭାଭୀ; ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଲେ...

OTV is now on Whatsapp

Join and get latest news update delivered to you via whatsapp

Join Now