Advertisment

ଟ୍ରେକିଂ ପାଇଁ ଯାଇଥିଲେ, ବିଗିଡିଗଲା ପାଗ; ଅସହ୍ୟ ଥଣ୍ଡାରେ ଜୀବନ ହାରିଲେ ୪ ପର୍ବତାରୋହୀ

ଥଣ୍ଡା ହେତୁ ଚାରିଜଣ ଟ୍ରେକରଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍‌ଙ୍କ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
4 feared dead in Uttarakhand

4 feared dead in Uttarakhand

ଖରାପ ପାଗ ସାଜିଲା କାଳ। ଅସହ୍ୟ ଥଣ୍ଡାରେ ଜୀବନ ହାରିଲେ ୪ପର୍ବତାରୋହୀ। ଉତ୍ତରାଖଣ୍ଡର ଉତ୍ତରକାଶୀ-ଟିହରି ଜନପଦ ସୀମା ନିକଟସ୍ଥ ସହସ୍ତ୍ରାତାଲ ଟ୍ରାକ୍‌ରେ ଏଭଳି ଅଭାବାନୀୟ ଘଟଣା ଘଟିଛି। ଏବେବି ଆଉ ୧୮ଜଣ ସଦସ୍ୟ ସେଠାରେ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି।

Advertisment

ଗତ ମେ’ ୨୯ତାରିଖରେ ୨୨ଜଣିଆ ପର୍ବତାରୋହୀଙ୍କ ଏକ ଟିମ୍‌ ମଲ୍ଲା-ସିଲ୍ଲାରୁ କୁଶ କଲ୍ୟାଣ ବୁଗିଆଲ୍ ଦେଇ ସହସ୍ତ୍ରାତାଲ ଟ୍ରେକିଂ କରିବା ପାଇଁ ବାହାରି ଥିଲେ। ସେମାନଙ୍କ ମଧ୍ୟରେ କର୍ଣ୍ଣାଟକର ୧୮ଜଣ, ମହାରାଷ୍ଟ୍ରର ଜଣେ ଓ ୩ଜଣ ସ୍ଥାନୀୟ ଗାଇଡ୍ ଥିଲେ। ଜୁନ୍ ୨ରେ ଏହି ଦଳ ସହସ୍ତ୍ରାତାଲର କୋଖଲି ଟପ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ଜୁନ୍ ୩ରେ ଏହି ଟିମ୍‌ ସହସ୍ତ୍ରାତାଲ ଅଭିମୁଖେ ଯାତ୍ରା କରିଥିଲେ। ଏହାପରେ ସେମାନେ ଜୁନ୍‌ ୭ତାରିଖରେ ଫେରିବାର କାର୍ଯ୍ଯକ୍ରମ ଥିଲା।

ହେଲେ ସେଠାରେ ହଠାତ୍ ଖରାପ ପାଗ, ଘନ କୁହୁଡି ଏବଂ ତୁଷାରପାତ ମଧ୍ୟରେ ଟ୍ରାକରମାନେ ଫସି ଯାଇଥିଲେ। ତାଙ୍କୁ ପୂରା ରାତି ଶୀତରେ ବିତାଇବାକୁ ପଡିଥିଲା। ଥଣ୍ଡା ହେତୁ ଚାରିଜଣ ଟ୍ରେକରଙ୍କ ମୃତ୍ୟୁ ହୋଇଯାଇଛି। ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍‌ଙ୍କ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

Advertisment

ସେ କହିଛନ୍ତି, ସହସ୍ତ୍ରାତାଲ ପ୍ରାୟ ୪୧୦୦ -୪୪୦୦ ମିଟର ଉଚ୍ଚରେ ଅବସ୍ଥିତ। ଏହି ଘଟଣା ଉତ୍ତରକାଶୀ ଓ ତେହେରୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଘଟିଛି। ଖୁବଶୀଘ୍ର ଉଦ୍ଧାରକାମ ସାରିବା ପାଇଁ ଉଦ୍ଧାରକାରୀ ଦଳ ଏବଂ ଘନସାଲୀ ତେହେରୀ ଆଡକୁ ଆଉ ଏକ ଦଳ ନିୟୋଜିତ କରାଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟ ଉଦ୍ଧାର ପାଇଁ SDRF କମାଣ୍ଡାଣ୍ଟଙ୍କୁ ଚିଠି ଲେଖିଛନ୍ତି। ଏଥିସହ ସ୍ଥାନୀୟସ୍ତରର ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାରକାରୀ ଦଳକୁ ସାହାଯ୍ୟ କରିବା ପାଇଁ ସିଲା ଗାଁର ଲୋକଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ କୁହାଯାଇଛି। ତେହେରୀ ଜିଲ୍ଲାକୁ ପୋଲିସ ଏବଂ ଜଙ୍ଗଲ ବିଭାଗ ଟିମ୍‌ ପଠାଇବାକୁ ଅନୁରୋଧ କରିଛନ୍ତି। ସହସ୍ତ୍ରାତାଲରେ ଫସି ରହିଥିବା ଟ୍ରେକରମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ଟିମ୍‌ ପଠାଇଛି।

Fog Weather Accident
Advertisment
Advertisment