Advertisment

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଲେ ମୋଦି...

କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ ଦାବି ପୂର୍ବରୁ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Modi Meets LK Advani

Modi Meets LK Advani

ଆଡଭାନୀଙ୍କୁ ଭେଟିଲେ ମୋଦି। କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ ଦାବି ପୂର୍ବରୁ ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ସମ୍ବିଧାନ ସଦନରେ ଏନଡିଏ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ସିଧା ଆଡଭାନୀଙ୍କ ପାଖକୁ ଯାଇଥିଲେ। ଆଡଭାନୀଙ୍କ ଆଶୀର୍ବାଦ ନେବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ଏନଡିଏ ସରକାର ଗଠନ ନେଇ ଦାବି ଜଣାଇବେ। 

Advertisment

ଅଧିକ ପଢ଼ନ୍ତୁ: ୧୦ ବର୍ଷ ଟ୍ରେଲର୍ ଥିଲା, ଫିଲ୍ମ ଏବେ ବି ବାକି ଅଛି: ପ୍ରଧାନମନ୍ତ୍ରୀ

Advertisment

ତେବେ ଆଜି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦି । ଆଜି ସେଣ୍ଟ୍ରାଲ ହଲ୍‌ରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ ।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଜଣାଇବେ। ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହ ସେହିଦିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ବି ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହେବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ବିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ନେଇ ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ, ବିକଶିତ ଭାରତର ନୂଆ ଇଞ୍ଜିନ ବୋଲି କହିଲେ

ଅନ୍ୟପଟେ ତୃତୀୟଥର ଦେଶରେ ସରକାର ଗଠନ କରିବ ବିଜେପି। ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତି ଭବନରେ ମୋଦି 3.O ସରକାର ଶପଥ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Narendra Modi PM Narendra Modi LK Advani
Advertisment
Advertisment