• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏନ୍‌ଡିଏ ନେତା ନିର୍ବାଚିତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଓଡ଼ିଶାରେ ନିର୍ବାଚନ ଫଳାଫଳକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ । ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ମୋଦି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ ।

ଓଡ଼ିଶାରେ କ୍ରାନ୍ତି ଆସିଛି । ଏହି କ୍ରାନ୍ତି ହିଁ ବିକାଶକୁ ନୂଆ ଦିଶା ଦେବ । ଦିନ ରାତି ପରିଶ୍ରମ କରି ଦେଶକୁ ନୂଆ ଦିଗ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଇଂଜିନରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ । ଓଡ଼ିଶା ହେବ ଦେଶର ବିକଶିତ ଇଂଜିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ୧୦ ବର୍ଷ ଟ୍ରେଲର୍ ଥିଲା, ଫିଲ୍ମ ଏବେ ବି ବାକି ଅଛି: ପ୍ରଧାନମନ୍ତ୍ରୀ

ସେପଟେ ବିରୋଧୀଙ୍କ ଉପରେ ଜୋରଦାର୍‌ ଆଟାକ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ଲଗାତାର ଦେଶବାସୀଙ୍କୁ ବାଣ୍ଟିବାକୁ ପ୍ରୟାସ କରାଗଲା । ଲୋକଙ୍କ ଭିତରେ ବିଦ୍ୱେଷ, ଭେଦଭାବ ସୃଷ୍ଟି ପାଇଁ ଚେଷ୍ଟା ହେଲା । କିନ୍ତୁ ଏସବୁକୁ ଲୋକ ପ୍ରତ୍ୟାଖ୍ୟାନ କଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନ ଏନ୍‌ଡିଏର ମହାବିଜୟ କହିଲେ ପ୍ରଧାନମନ୍ତ୍ରୀ ।

ବିଗତ ଅନେକ ବର୍ଷ ହେଲାଣି କଂଗ୍ରେସ ଶହେ ସିଟ୍‌ ଛୁଇଁ ପାରିନି । ଗତ ୩ ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଥରକରେ ତାଠୁ ଅଧିକ ପାଇଛୁ । ବିରୋଧୀ ରାଷ୍ଟ୍ରହିତ ଭାବନା ନେଇ ସଂସଦରେ କାର୍ଯ୍ୟ କରିବା ଆଶା ବୋଲି କହିଲେ ପ୍ରଧାନମନ୍ତ୍ରୀ । ସେହିପରି ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ, ତାହା ଟ୍ରେଲର ଥିଲା ବୋଲି ମୋଦି କହିଛନ୍ତି । ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ମୋତେ ସର୍ବସମ୍ମତି କ୍ରମେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ କୃତଜ୍ଞ ବୋଲି କହିଲେ ମୋଦି । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଆମ ମହାମେଣ୍ଟ ହେଉଛି ଭାରତର ଆତ୍ମାର ପ୍ରତିବିମ୍ବ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ସେହିପରି ଆଦିବାସୀ ବହୁଳ ୧୦ ରାଜ୍ୟରୁ ୭ ରାଜ୍ୟରେ ଏନ୍‌ଡିଏ ସରକାର ଗଠନ କରିଛି ।

ଅଧିକ ପଢ଼ନ୍ତୁ: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି; ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏହିସବୁ ଅତିଥି

ଏନ୍‌ଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ୍‌ ଆଲାଏନ୍ସ ସଫଳ ହୋଇନି । ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍‌ଡିଏ । ଏନ୍‌ଡିଏ କଥା କହିଲା କ୍ଷଣି, ଛାଁକୁ ଛାଁ ଗୁଡ୍‌ ଗଭର୍ଣ୍ଣାନ୍ସ ମନକୁ ଆସିଯାଏ । ଗରିବ କଲ୍ୟାଣ ଏନ୍‌ଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଏହି ଅବସରରେ ଦୃଢ଼ତାର ସହ କହିଛନ୍ତି ନରେନ୍ଦ୍ର ମୋଦି ।

ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ । ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା ବୋଲି ଆହ୍ୱାନ ଦେଇଛନ୍ତି ମୋଦି। ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ ।

OTV is now on Whatsapp

Join and get latest news update delivered to you via whatsapp

Join Now