/odishatv-khabar/media/post_attachments/uploadimage/library/16_9/16_9_0/Election_1717490896.jpg)
Election
ଆଗରେ କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଆଗରେ ରହିଛନ୍ତି । ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ଆଗରେ ଅଛନ୍ତି କଙ୍ଗନା । ଚଳିତ ବର୍ଷର ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ଭୋଟ୍ ଗଣନା ଚାଲିଛି । ବର୍ତ୍ତମାନ ସୁଦ୍ଧା କଙ୍ଗନା ୪,୦୯,୫୫୮ ଭୋଟ୍ ସହିତ ଆଗରେ ଅଛନ୍ତି ବୋଲି ଜଣା ପଡ଼ିଛି ।
ଅନ୍ୟପଟେ ହିମାଚଳ ପ୍ରଦେଶର ୬ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସ୍ୱର୍ଗତ ବିରଭଦ୍ରା ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ୩,୦୫,୩୪୭ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣାପଡ଼ିଛି । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଏକ୍ଜିଟ୍ ପୋଲ୍ ଅନୁଯାୟୀ, କଙ୍ଗନା ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ​​ଜିତିବାର ସମ୍ଭାବନା ଅଧିକ ଥିଲା ।
ଏହି ସମୟରେ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ହିମାଚଳ ପ୍ରଦେଶର ଅନ୍ୟ ତିନିଟି ଲୋକସଭା ଆସନରେ ବିଜେପି କଂଗ୍ରେସଠାରୁ ଆଗରେ ରହିଛି । ଲୋକସଭା ଆସନ ଏବଂ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗଣନା ଚାଲିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୯୭ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୨୮ରେ ଆଗୁଆ ରହିଛି ।
ସେହିପରି କର୍ଣ୍ଣାଟକ ଲୋକସଭାରେ ଟ୍ରେଣ୍ଡରେ ରହିଛି ବିଜେପି । ବିଜେପି ୧୨ଟି ସିଟରେ ଆଗରେ ରହିଥିବା ବେଳେ କଂଗ୍ରେସ ୮ଟି ଆସନରେ ଆଗରି ରହିଛି । ଜେଡି (ଏସ୍) ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ପଛରେ ପକାଇଛନ୍ତି ଦଳର ଶ୍ରେୟାସ ପାଟିଲ । ସେପଟେ ବିଜେପିର ତେଜସ୍ୱୀ ସୂର୍ଯ୍ୟା ଆଗେଇ ଚାଲିଛନ୍ତି । ସେ ୪ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବେଙ୍ଗାଲୁରୁ(ଦକ୍ଷିଣ) ଆସନରୁ ଆଗରେ ଅଛନ୍ତି ।
ସେହିପରି ରାଜ୍ୟରେ କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ ଥିବାବେଳେ ଏକାମ୍ର ଭୁବନେଶ୍ୱର ବିଧାନସଭାରେ ବିଜେପି ପ୍ରାର୍ଥୀ ବାବୁ ସିଂହ ଆଗୁଆ ଅଛନ୍ତି । ସେହିପରି ଟିଟିଲାଗଡ଼ ବିଧାନସଭାରେ ବିଜେପି ପ୍ରାର୍ଥୀ ନବୀନ ଜୈନ, ବ୍ରଜରାଜନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ ରହିଛନ୍ତି । ପୁରୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ ଥିବା ବେଳେ ସତ୍ୟବାଦୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମା ଓ ବାଙ୍କୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ଆଗୁଆ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)