• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍‌ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି । ଫଳରେ ସେ ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍‌ରେ ଜିତିଛନ୍ତି । ଏନେଇ ନିର୍ବାଚନ ଆୟୋଗ ନିଜ ୱେବ୍‌ସାଇଟରେ ତଥ୍ୟ ପ୍ରକାଶ କରିଛନ୍ତି ।

ଅପରପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଜୟ ରାୟଙ୍କ ବିରୋଧରେ ୧.୪ ଲକ୍ଷରୁ ଅଧିକ ଭୋଟର୍ ଆଗୁଆ ଅଛନ୍ତି । ୨୦୦୪ ମସିହାରୁ ରାଏବରେଲି ଆସନ ଧରିଥିବା ସୋନିଆ ଗାନ୍ଧୀ ୨୦୧୯ ରେ ଦୀନେଶ ପ୍ରତାପ ସିଂଙ୍କ ବିରୋଧରେ ୧.୬୭ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ ।

ତେବେ ସେ ୨୦୨୪ ଲୋକସଭା ନିର୍ବାଚନକୁ ବାଦ୍ ଦେଇ ରାଜ୍ୟସଭାକୁ ଯାଇଥିଲେ । ଫଳରେ ଏହି ସ୍ଥାନରୁ ରାହୁଲଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ସୋନିଆ ଗାନ୍ଧି ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଆମେଥୀ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ । ଗତ ନିର୍ବାଚନରେ ​​ସେ ଅମେଥିରୁ ବିଜେପିର ସ୍ମୃତି ଇରାନୀ ଜିତିଥିଲେ । କିନ୍ତୁ ସେପଟେ କେରଳରେ ଜିତି ନିଜର ସାଂସଦ ମାନ୍ୟତା ବଜାୟ ରଖିଥିଲେ ।

ବର୍ତ୍ତମାନ ରାହୁଲ ଗାନ୍ଧି ମଧ୍ୟ ଦୁଇଟି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ଉଭୟ ରାଏବରେଲି ଓ ୱାୟାନାଦରେ ଆଗୁଆ ରହିଛନ୍ତି । ୱାୟାନାଦରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଏମ୍‌ର ଆନି ରାଜାଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ୍‌ରେ ଆଗରେ ଅଛନ୍ତି । ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ୨୯୨ ଟି ଆସନରେ ଆଗରେ ରହିଥିବା ବେଳେ ବିରୋଧୀ INDIA ର ୨୩୪ ଟି ଆସନ ରହିଛି । ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ଉତ୍ତରପ୍ରଦେଶରେ କଂଗ୍ରେସ-ସମାଜବାଦି ପାର୍ଟିର ମେଣ୍ଟ ବିଜେପିଠାରୁ ଆଗରେ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now