/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629522742.jpg)
Pak woman ties rakhi to PM Modi
ନୂଆଦିଲ୍ଲୀ:ଦୀର୍ଘ ୨୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଜଣେ ପାକିସ୍ଥାନୀ ମହିଳା ,କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ଅଟେ । ଏହି ପାକିସ୍ଥାନୀ ମହିଳା ଜଣକ ହେଲେ କମର ଜହାଁ । କମର ଜହାଁ ପ୍ରତିବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ତେବେ ସେ ରାକ୍ଷୀ କୌଣସି ଦୋକାନରୁ ନ କିଣି ନିଜ ହାତରେ ତିଆରି କରନ୍ତି ।
ସୂଚନା ଅନୁସାରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କମର ଜହାଁଙ୍କର ସାକ୍ଷାତ ହୋଇଥିଲା । କମର ଜହାଁ କୁହନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସ୍ୱାମୀ ମୋହସିନ ଦୁହେଁ ଭଲ ବନ୍ଧୁ ଅଟନ୍ତି । ଦିଲ୍ଲୀରେ ସାକ୍ଷାତ ସମୟରେ ମୋଦି ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ । କମର ଜହାଁଙ୍କର କେହି ଭାଇ ନଥିବାରୁ ସେ ମୋଦିଙ୍କୁ ଭାଇ ଭାବରେ ଭାବି ଆସିଛନ୍ତି ବୋଲି କହିଥିଲେ ।
୨୬ ବର୍ଷ ପୂର୍ବରୁ ମୋଦି ବିଜେପିର ଜେନେରାଲ ସେକ୍ରେଟାରୀ ଥିବା ସମୟରୁ ମୋଦିଜୀଙ୍କୁ କମର ଜାହାଁ ରାକ୍ଷୀ ବାନ୍ଧି ଆସୁଛନ୍ତି କିନ୍ତୁ ଗତ ବର୍ଷ କରୋନା କାରଣରୁ ଯାଇ ନପାରି ଡାକରେ ରାକ୍ଷୀ ପଠାଇଥିଲେ କମରଜହାଁ । କିନ୍ତୁ ଏ ବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ନିଶ୍ଚୟ ଆସିବେ ବୋଲି କମର ଜାହାଁ କହିଛନ୍ତି ।
କମର ଜାହାଁ ୨୬ ବର୍ଷର କଥା ମନେପକାଇ କହିଛନ୍ତି ଯେ “ଯେତେବେଳେ ମୁଁ ପ୍ରଥମେ ନରେନ୍ଦ୍ର ଭାଇଙ୍କୁ ରାକ୍ଷୀ ବାନ୍ଧିଥିଲି, ସେତେବେଳେ ସେ ଜଣେ ଦଳର କର୍ଯ୍ୟକର୍ତ୍ତା ଥିଲେ । କିନ୍ତୁ ତାଙ୍କର କଠିନ ପରିଶ୍ରମ ଏବଂ ଦୂରଦୃଷ୍ଟି ସହିତ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି କହିଥିଲେ । ସୂଚନା ଅନୁସାରେ କମର ଜାହାଁ ତାଙ୍କ ବିବାହ ପରେ ପାକିସ୍ତାନରୁ ଭାରତ ଆସିଥିଲେ ଏବଂ ସେହି ଦିନଠାରୁ ଅହମ୍ମଦାବାଦରେ ତାଙ୍କ ପରିବାର ସହ ରହୁଥିଲେ । ତାଙ୍କ ଶାଶୂଙ୍କ ବ୍ୟତୀତ ଭାରତରେ ଅନ୍ୟ କୈଣସି ସମ୍ପର୍କୀୟ ରହୁ ନଥିଲେ। ନିକଟରେ ସେ ଏକ ସାକ୍ଷାତକାରରେ ଏହି କଥା ନିଜେ ବଖାଣିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)