• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • କଚ୍ଛରେ ଭୂକମ୍ପ ଝଟକା

  • ଲୋକେ ଭୟଭୀତ ହୋଇ ବାହାରକୁ ଚାଲିଆସିଲେ

ଗାନ୍ଧିନଗର:ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜଣାଯାଇଛି। ଭୂକମ୍ପର କେନ୍ଦ୍ର ସ୍ଥଳା ଧୋଲାବିରା ନିକଟରେ ଥିବା ଜଣାଯାଇଛି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଯାଇଥିଲେ। ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ଏହା ପୂର୍ବରୁ ଗୁଜରାଟର ଜାମଗନର ଇଲାକାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୨ ଥିଲା। ଗୁରୁବାର ସକାଳୁ ସକାଳୁ ମିରଟ ଏବଂ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଉଭୟ ସ୍ଥାନାରେ ହାଲ୍‌କା ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ସମ୍ପର୍କିତ ସୂଚନା ଦେଉଥିବା ନାଶନାଲ ସେଣ୍ଟର ଫର ସେସ୍ମୋଲଜି ଅନୁଯାୟୀ, କଟରାରେ ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ମେରଠରେ ତୀବ୍ରତା ଥିଲା ୨.୭।

Also Read

ତେବେ ଭୂକମ୍ପ ଅନୁଭୂତ ହେବା ସମୟରେ ଭୟ ଅପେକ୍ଷା ଲୋକଙ୍କୁ ଅଧିକ ସଚେତନ ହେବା ଦରକାର। ଭୂକମ୍ପ ହେବା ଅନୁଭବ କରିବା ମାତ୍ରେ ପ୍ରଥମେ ଘରେ ନ ରହି ବାହାରକୁ ଚାଲି ଆସିବାକୁ ଚେଷ୍ଟା କରିବ। ବିଶେଷକରି ଖୋଲା ସ୍ଥାନ ଦେଖି ଚାଲି ଯିବାକୁ ଚେଷ୍ଟା କରିବ। ଯଦି ଆପଣ ଫ୍ଲାଟରେ ରହୁଛନ୍ତି କିମ୍ବା ଗଳିରେ ତେବେ ବାହାରକୁ ଆସିବା ଅପକ୍ଷା ଘରେ ରହିବା ଭଲ। ତେବେ ଘର ଭିତରେ ଏକ ସୁରକ୍ଷିତ ସ୍ଥାନ ଖୋଜି ରହିବାକୁ ପଡ଼ିବ । ଘରେ କୌଣସି ମଜବୁତ  ଫର୍ଣ୍ଣିଚର ଥିଲେ ତା ଥରେ ବସି ମୁଣ୍ଡ ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବଞ୍ଚାଇବାକୁ ଚେଷ୍ଟ କରିବ।