• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ ।

  • ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ ।

  • ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ ।

ନୈନିତାଲ: ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ସେଠାକାର ପାହାଡ଼ିଆ ରାସ୍ତାରେ ଏକ ବସ୍ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଧସିଲା ପାହାଡ଼ । ସମସ୍ତଙ୍କ ଆଖି ସାମ୍ନାରେ ଧସିଲା ଏହି ପାହାଡ଼ । ବସ୍‌ରେ ଥିବା ଯାତ୍ରୀମାନେ ଏହା ଦେଖି ଜୀବନ ବିକଳରେ ବସ୍‌ରୁ ଓହ୍ଲାଇ କିଛି ବାଟ ଦୂରକୁ ଦୌଡ଼ି ପଳାଇଥିଲେ । ପାଖା ପାଖି ୧୪ ଜଣ ଯାତ୍ରୀ ନିଜ ଜିନିଷ ପତ୍ର ଛାଡ଼ିକି ଦୌଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କିଛି ବି କ୍ଷତି ନାହିଁ । କାହାର ଜୀବନ ହାନୀ ହୋଇ ନାହିଁ । 

ସ୍ଥାନୀୟ ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି । ପାହାଡ ଧସିଥିବାରୁ ରାସ୍ତା ଅବରୋଧ ହୋଇ ୟାତାୟତ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ପରେ ତୁରନ୍ତ ରାସ୍ତାକୁ ସଫା କରିବା ପାଇଁ ଲୋକମାନେ ଆଗେଇ ଆସିଥିଲେ । ପ୍ରାସନ ପକ୍ଷରୁ ମଧ୍ୟ ଦାୟିତ୍ୱ ନିଆଯାଇଥିଲା । ତେବେ ଯାତାୟତ ସମ୍ପୂର୍ଣ୍ଣ ସ୍ୱାଭାବିକ୍‌ ହୋଇନଥିଲେ ମଧ୍ୟ କିଛି କିଛି ଯାନବାହାନ ସତର୍କତାର ସହ ଯାତାୟତ କରୁଛନ୍ତି ।

 

ଏସ୍‌ଡିଆର୍‌ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ଭୂସ୍ଖଳନ ନେଇ ଆଲର୍ଟ ଜାରି କରିଛି ଆଇଏମ୍‌ଡି । ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ୨୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗତ କିଛି ଦିନ ହେବ ଲଗାତାର ଭାବେ ଦେଶର ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଏଭଳି ଭୁ-ସ୍ଖଳନ ଦେଖିବାକୁ ମିଳୁଛି । ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରବଳ ମାତ୍ରାରେ ଲଗାଣ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି ।ପୂର୍ବରୁ ଏଭଳି ଭୁସ୍ଖଳନ ଯୋଗୁଁ ଅନେକ ଧନଜୀବନ ମଧ୍ୟ ନେଷ୍ଟ ହୋଇଛି । ଏମିତିକି ଲୋକଙ୍କ ଘର ଦ୍ୱାର ମଧ୍ୟ ଭାଙ୍ଗି ମାଟିରେ ମିଶି ଯାଇଛି ।