ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।
କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।
ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତି ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ତୟାର ଥିବା ସେ କହିଛନ୍ତି ।
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।
ମୁମ୍ବାଇ କ୍ରୁଜ୍ ପାର୍ଟିର ଖିଅ କେଉଁ ଯାଏ ଲମ୍ବିଛି ? ଡ୍ରଗ୍ସ କେଉଁଠୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ରଗ୍ସ ପାର୍ଟିର ଲିଙ୍କ୍ ଖୋଜିବାକୁ ବାହାରିଥିବା ଏନ୍ସିବି ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି। ଆର୍ୟନଙ୍କ ଫୋନ୍କୁ ଏନ୍ସିବି ଜବତ କରିଛି। ଫୋନ୍ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି।
ଆପଣ ବିମାନଙ୍କୁ ଆକାଶରେ ଉଡିବା ଦେଖିଥିବେ। ହେଲେ କେବେ ଦେଖି ନଥିବେ ରାସ୍ତାରେ। ଯାଉ ଯାଉ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆର ଏହି ବିମାନ। ଜାଣନ୍ତୁ କାହିଁକି
ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ କି ହିଟ୍ ଆଣ୍ଡ ରନ୍ କେସ୍ ସବୁଥିରେ ଅଭିଯୁକ୍ତକୁ ଖସାଇରେ ସେ ମାହିର। ଦିନେ ତାଙ୍କ ପାଇଁ ବେଲ ପାଇଥିଲେ ସଞ୍ଜୟ ଦତ୍ତ ଓ ସଲମାନ ଖାନ।
ରିଲ୍ରେ ଆଇରନ୍ ମ୍ୟାନ୍କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍ରେ ଆଇରନ୍ ମ୍ୟାନ୍କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍ ମ୍ୟାନ୍ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।
୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା।
ଡାଉନ୍ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।
ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି।
ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା
ପଞ୍ଜାବରେ ସିଏମ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବାର ଦେଖାଯାଉଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ପତ୍ନୀ ତଥା ସାଂସଦ ପ୍ରୀତି କୋର୍ କଂଗ୍ରେସ ହାଇକମାଣ୍ଡ ଉପରେ ନିଜର କ୍ରୋଧ ଦେଖାଇଛନ୍ତି।
ମେଡିସିନ୍ କ୍ଷେତ୍ରରେ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳି
ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ସେପଟେ ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି।
ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସରେ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ଗୁପ୍ତ ଆର୍ଥିକ କାରବାର ଓ ବ୍ୟବସାୟ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାଁ ରହିଛି। ଯେଉଁଥିରେ ୩୦୦ ଭାରତୀୟଙ୍କ ନାଁ ରହିଛି।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ମୃତ ୪ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କାର ସହାୟତା । ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।