• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

’ଲଙ୍କାରେ ହରି ଶଦ୍ଦ ପରି କଂଗ୍ରେସ ମୁଖରେ ଶୋଭା ପାଉନି ଅହିଂସା ଶବ୍ଦ’ । ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି । ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପରେ କଂଗ୍ରସକୁ ପରାମର୍ଶ ଦେଇ ଉମା ଭାରତୀ କହିଛନ୍ତି ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା କଂଗ୍ରେସ ଗଣତନ୍ତ୍ର ଶବ୍ଦ ଉଚ୍ଚାରଣ କରିବାର ଅଧିକାର ହରାଇଛି । ଅହିଂସା ଶବ୍ଦ ଆଉ କଂଗ୍ରେସ ମଧ୍ୟରେ ରହିଛି ଆକାଶପାତାଳ ତଫାନ୍ । ୧୯୮୪ ଦଙ୍ଗାରେ କଂଗ୍ରେସ ନେତା ଓ କର୍ମୀମାନେ ୧୦ ହଜାର ଶିଖଙ୍କୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଉମା ଭାରତୀ ।

ଉମା ଭାରତୀ ଟ୍ୱିଟରରେ ଲେଖିଛନ୍ତି, ଉତ୍ତରପ୍ରଦେଶର ପ୍ରଭାରୀ ଏବଂ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟ କଂଗ୍ରେସ ନେତାମାନେ ଯେଉଁ ପ୍ରସଙ୍ଗରେ କହିବାର ଅଧିକାର ନାହିଁ, ସେ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ । ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ଦଳ ଗଣତନ୍ତ୍ର ଶଦ୍ଦ କିପରି ଭାବେ ଉଚ୍ଚାରଣ କରୁଛନ୍ତି ! ଗଣହତ୍ୟା କରିଥିବା ସରକାର ଏବେ ଗଣତନ୍ତ୍ରର ପାଠ ପଢ଼ାଉଛି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।

"୧୯୮୪ ଦଙ୍ଗାରେ କଂଗ୍ରେସ ନେତା ଓ କର୍ମୀମାନେ ୧୦ ହଜାର ଶିଖଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ । ଅହିଂସା ଶବ୍ଦ କଂଗ୍ରେସ ମୁହଁରେ ହାସ୍ୟାସ୍ପଦ ଲାଗୁଛି । ଉମାଭାରତୀ କହିଛନ୍ତି କଂଗ୍ରେସ ନେତାମାନଙ୍କ ପାଇଁ ଏକ ପରାମର୍ଶ ରହିଛି । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ କଂଗ୍ରେସ ଏକ ସହଯୋଗୀ ତଥା ସକରାତ୍ମକ ମନୋଭାବ ରଖିବା ଆବଶ୍ୟକ । ଅଯଥା କୃଷକଙ୍କୁ ଉସକାଇବା ଆଦୌ ଉଚିତ୍ ନୁହେଁ । 

ସୂଚନାଯୋଗ୍ୟ ଲଖିମପୁର ଖେରି ହିଂସା ମାମଲାରେ ବିରୋଧୀମାନେ କ୍ରମାଗତ ଭାବରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଖେରି ଅଭିମୁଖେ ଯାଉଥିବା ବେଳେ ପୋଲିସ୍ ପ୍ରିୟଙ୍କା ଗାନ୍ଧୀଙ୍କୁ ହେପାଜତକୁ ନେଇଥିଲା । ଆଉ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା । ଏହାସହ ହିଂସା ସହ ଜଡିତ ଏକ ଭାଇରାଲ ଭିଡିଓ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ, ଅଭିଯୁକ୍ତକୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି ଲେଖିଥିଲେ "ନରେନ୍ଦ୍ର ମୋଦି ଜୀ, ଆପଣଙ୍କ ସରକାର ମୋତେ ବିନା କୌଣସି ଆଦେଶ ଓ ଏଫଆଇଆର୍‌ରେ ୨୮ ଘଣ୍ଟା ଧରି ଜେଲରେ ରଖିଛି । ଅନ୍ନଦାତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିବା ବ୍ୟକ୍ତି ଏପର୍ଯ୍ୟନ୍ତ ଖୋଲାରେ ବିଚରଣ କରୁଛି, ତା’କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ।