Advertisment

ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା, ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ନୋବେଲ

ମେଡିସିନ୍‌ କ୍ଷେତ୍ରରେ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳି

author-image
Sarbeswar
Nobel Prize Awarded

Nobel Prize Awarded

ନୂଆଦିଲ୍ଲୀ: ମେଡିସିନ୍‌ କ୍ଷେତ୍ରରେ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର ଆର୍ଥିକ ରାଶି ମିଳିବ। ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା।

Advertisment

ଉତ୍ତାପ, ଥଣ୍ଡା ଏବଂ ସ୍ପର୍ଶ ଅନୁଭବ କରିବାର କ୍ଷମତା ଶରୀର ପାଇଁ ଜରୁରୀ ଏବଂ ଆମ ଚାରିପାଖରେ ଥିବା ବିଶ୍ୱ ସହିତ ଆମର ପାରସ୍ପରିକ ସମ୍ପର୍କକୁ ଆଧାର କରେ । କିନ୍ତୁ ସ୍ନାୟୁ ପ୍ରେରଣା କିପରି ଆରମ୍ଭ ହୁଏ ଯାହା ଦ୍ୱାରା ତାପମାତ୍ରା ଏବଂ ଚାପ ଅନୁଭବ କରାଯାଇପାରିବ।ତେଣୁ ଏହି ବିଶେଷ କ୍ଷେତ୍ରରେ ଗବେଷଣା କରି ଉପରୋକ୍ତ ଦୁଇ ବୈଜ୍ଞାନିକଙ୍କୁ ମିଳିଛି ସଫଳତା

Advertisment
Nobel Prize Awarded David Julius Ardem Patapoutian
Advertisment
Advertisment