• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ

  • ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିବା ସୂଚନା

ସୀତାପୁର : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ସୀତାପୁରରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶରେ ଲଖିମପୁର ଖେରି ହିଂସାର ପୀଡିତଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଉ ପୋଲିସ୍ ହେପାଜତରେ ନାହାଁନ୍ତି,  ତାଙ୍କୁ ଗିରଫ କରାଯାଇଛି । ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ ।

ସୋମବାର ପୂର୍ବାହ୍ନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଲଖିମପୁର ନିକଟ ହରଗାଓଁରେ ଅଟକ ରଖାଯାଇଥିଲା। ସେବେଠାରୁ ପ୍ରିୟଙ୍କା ଗେଷ୍ଟ ହାଉସରେ ଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସିଛି ପ୍ରିୟଙ୍କାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି । ରବିବାର ଦିନ ଲଖିମପୁର ଖେରିରେ ହିଂସାକାଣ୍ଡ ଘଟିବା ପରେ ପ୍ରିୟଙ୍କା ସେହିଦିନ ରାତିରେ ଲକ୍ଷ୍ନୌ ପହଞ୍ଚିଥିଲେ । ଆଉ ସେହି ରାତିରେ ହିଁ ଲଖିମପୁର ଅଭିମୁଖେ ବାହାରି ଯାଇଥିଲେ ହେଲେ ସୋମବାର ସକାଳେ ହରଗାଓଁ ପୋଲିସ ତାଙ୍କୁ ଅଟକ ରଖିଥିଲା ।

ପ୍ରିୟଙ୍କାଙ୍କୁ ହେପାଜତରେ ନିଆଯାଇଥିବା କୁହାଯାଉଥିଲା , କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।

ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଏହି ଧାରା ଅଧୀନରେ ଗିରଫ କରାଯାଇଛି । ସୋମବାର ସକାଳରୁ ପ୍ରିୟଙ୍କା PAC ଗେଷ୍ଟ ହାଉସରେ ଅଛନ୍ତି । ଏହି ଗେଷ୍ଟ ହାଉସକୁ ଏକ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି ଏବଂ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସେଠାରେ ରଖାଯାଇଛି ।