ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ ସେବାରେ ଏକ ବର୍ଷ ବୃଦ୍ଧିକୁ ବେଆଇନ୍ କହି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି।
ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ।
ଏନକାଉଣ୍ଟର ବେଳେ ୩ ଆତଙ୍କବାତୀ ନିହତ । କାଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ଭିତରେ ଚାଲିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି
ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍ରେ ଆଜି ସକାଳେ ଏକ ଏନ୍କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ NTPC, କୋଇଲା, ଶକ୍ତି ମନ୍ତ୍ରାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି ।
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ଦ୍ୱାରା ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରାଯାଇଥିଲା ।
ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି
ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ।
ବିଜେପିକୁ ବଡ଼ ଝଟକା । ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନାହିଁ ନିସ୍ତାର । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।
ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସାକାଣ୍ଡ ବିରୋଧରେ ଆଜି ମହାରାଷ୍ଟ୍ର ବନ୍ଦ। ଚାଷୀଙ୍କ ସମର୍ଥନରେ ବାହାରି ଶିବସେନା ସରକାର ଏହି ବନ୍ଦ ଡାକରା ଦେଇଛି ।
୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ। ଏହି ଅବସରରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।
ପୁଣି ବଢ଼ିବ ଦିଲ୍ଲୀ ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦିନରେ ମୁହଁକୁ ମୁହଁ ଦିଶୁନି । ବର୍ତ୍ତମାନ ସମୟରେ ବାୟୁର ଗୁଣବର୍ତ୍ତା ଓ ସ୍ତର ଧୀରେ ଧୀରେ ଅଧିକ ପ୍ରଦୂଷିତ ହେଉଛି
ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଚର । ଏନକାଉଣ୍ଡରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।
ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନଥିବା ବେଳେ ରବିବାର ଦିନ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ
ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।