Advertisment

କ୍ରୁଜ୍‌ ରେଭ୍‌ ପାର୍ଟିର ଓଡ଼ିଶା ଲିଙ୍କ୍‌ !

ମୁମ୍ବାଇ କ୍ରୁଜ୍‌ ପାର୍ଟିର ଖିଅ କେଉଁ ଯାଏ ଲମ୍ବିଛି ? ଡ୍ରଗ୍ସ କେଉଁଠୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ରଗ୍ସ ପାର୍ଟିର ଲିଙ୍କ୍ ଖୋଜିବାକୁ ବାହାରିଥିବା ଏନ୍‌ସିବି ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mumbai Cruise Rave Party

Mumbai Cruise Rave Party

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇରେ ସମୁଦ୍ର ଭିତରେ କ୍ରୁଜ୍‌ ରେଭ୍‌ ପାର୍ଟିରେ ଡ୍ରଗ୍ସ ବ୍ୟବହାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ଘର ଓଡ଼ିଶାରେ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଅଛନ୍ତି। 

Advertisment

ମୁମ୍ବାଇ କ୍ରୁଜ୍‌ ପାର୍ଟିର ଖିଅ କେଉଁ ଯାଏ ଲମ୍ବିଛି ? ଡ୍ରଗ୍ସ କେଉଁଠୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ରଗ୍ସ ପାର୍ଟିର ଲିଙ୍କ୍ ଖୋଜିବାକୁ ବାହାରିଥିବା ଏନ୍‌ସିବି ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଆର୍ୟନଙ୍କ ମୋବାଇଲ୍‌ରେ ଥିବା ଚାଟ୍, ଫଟୋ ଏବଂ ଭିଡିଓରୁ କିଛି ବଡ଼ ସୁରାକ୍ ମିଳିଥିବା ଜଣାପଡ଼ିଛି। ଡ୍ରଗ୍ସ ଓ ଏସମ୍ପର୍କିତ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିଲା ବୋଲି ଜଣାପଡ଼ିଛି। ୨ ଦିନ ଧରି ପଚରାଉଚରା ସମୟରେ ଆର୍ୟନଙ୍କ ବୟାନ ବି ଏଦିଗରେ ଇଙ୍ଗିତ କରୁଥିବା ଜଣାପଡ଼ିଛି। ମୁମ୍ବାଇରୁ କେଉଁ ଦେଶକୁ ଏହି ଡ୍ରଗ୍ସ ଚେର ଲମ୍ବିଛି, ତାକୁ ଧରିବାକୁ ତଦନ୍ତ ପରିସୀମାକୁ ବଢ଼ାଯାଇଛି।

Advertisment

ମୁମ୍ବାଇ ଏନ୍‌ସିବି ସହ ଏବେ ଦିଲ୍ଲୀ ଏନ୍‌ସିବିର ଏକ ସ୍ୱତନ୍ତ୍ର ଟିମ୍ ବି ମାମଲାରେ ତଦନ୍ତ କରୁଛି। ମୁଖ୍ୟତଃ ଆର୍ୟନଙ୍କ ନିକଟତର ବନ୍ଧୁ ତଥା ଅନ୍ୟତମ ଅଭିଯୁକ୍ତ ଅରବାଜ୍‌ ମର୍ଚାଣ୍ଟଙ୍କ ଭୂମିକା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କାରଣ, ବଲିଉଡ୍ ଷ୍ଟାର କିଡ୍‌ଙ୍କ ସହ ଅନେକ ଥର ନଜର ଆସିଛନ୍ତି ଅରବାଜ୍। ଅରବାଜ୍ କିଏ ? ବଲିଉଡ୍ ସହ କିପରି ତାଙ୍କର ସମ୍ପର୍କ ଗଢ଼ି ଉଠିଛି, ଏନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲରଙ୍କୁ ଆଜିଠୁ ରିମାଣ୍ଡରେ ନେବ ଏନ୍‌ସିବି। ଏହାସହ ମୁନ୍‌ମୁନ୍‌ ଧମେଚା, ଅରବାଜ୍‌ଙ୍କ ସହ ଆର୍ୟନଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ। ଏହାପରେ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟିର ଖୁଲାସା ହୋଇପାରେ।

Odisha Drug Case Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son Aryan Khan
Advertisment
Advertisment