Advertisment

ମାସକୁ ପାଉଥିଲେ ୮ ହଜାର ଦରମା, ରାତାରାତି କୋଟିପତି ପରେ ଦାନ କଲେ ଲକ୍ଷ ଲକ୍ଷ

ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି।

author-image
Sarbeswar
DTP Operator

DTP Operator

ଭୋପାଳ: ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି। ହେଲେ ମନରେ ଗର୍ବ ନ କରି ଭଗବାନଙ୍କ ଉପରେ ଭରସା କଲେ। ଜିତିଥିବା କୋଟି କୋଟି ଟଙ୍କାରୁ ମନ୍ଦିରକୁ ଦାନ କଲେ ଲକ୍ଷ ଲକ୍ଷ ଟଙ୍କା। ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମାତ୍ର ଗୋଟିଏ ଦିନରେ ଖୋଲି ଯାଇଛି ଫତେହପୁରର କୃଷ୍ଣ ପାଲ ସିଂ ସୋଲଙ୍କ ଭାଗ୍ୟ । ଏବେ ଜାଣନ୍ତୁ କିଏ ସେହି କୃଷ୍ଣ।

Advertisment

ଯେତେବେଳେ ଉପରବାଲା ଚାହିଁଥାଏ, ସେତେବେଳେ ଛପର ଫାଡ଼ିକି ଦେଇଥାଏ ବୋଲି କଥାରେ କୁହାଯାଏ। ମଧ୍ୟପ୍ରଦେଶର କୃଷ୍ଣ ପାଲଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି। ଘର ପାଖ କମ୍ୟୁନିଟି ହେଲଥ ସେଣ୍ଟରରେ ସେ ଡାଟା ଏଣ୍ଟ୍ରି ଅପରେଟର ଭା‌ବେ କାମ କରୁଥିଲେ। ମାସିକ ମିଳୁଥିଲା ୮ ହଜାର ଟଙ୍କା ଦରମା। ହେଲେ ହଠାତ ରାତାରାତି କୋଟିପତି ହୋଇ ଯାଇଛନ୍ତି କୃଷ୍ଣ ପାଲ।

Advertisment

କଥାଟି ହେଲା ଅନଲାଇନ ଗେମିଂ ଆପ୍ ଡ୍ରିମ୍ -୧୧ ତାଙ୍କ ଦେଇଛି ଏହି ଟଙ୍କା। ଡ୍ରିମ୍ -୧୧ରେ କୃଷ୍ଣ ପାଲ ଏକ ଦଳ ଗଠନ କରି କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି। ମଙ୍ଗଳବାର କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଚାଲିଥିଲା। ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରଶଂସକଙ୍କ ଭଳି କୃଷ୍ଣ ପାଲ ମଧ୍ୟ ଡ୍ରିମ୍ -୧୧ରେ ଦଳ ଗଠନ କରିଥିଲେ। ହେଲେ ଡ୍ରିମ୍ -୧୧ରେ ତାଙ୍କ ଦଳର ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଯାହାକି ଏକ ନମ୍ବରରେ ରହିବା ପରେ କୃଷ୍ଣ ପାଲ ସିଂ ସୋଲଙ୍କୁ ମିଳିଛି ଏକ କୋଟି ୨୦ ଲକ୍ଷ ଟଙ୍କା। ଟିକସ କାଟିବା ପରେ ବାଲାନ୍ସ ରାଶି ଶୀଘ୍ର କୃଷ୍ଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି କୁହାଯାଉଛି। ତେବେ ସବୁଠାରୁ ବଡ କଥା ବିଜେତା ହେବା ପରେ ମନ୍ଦିରକୁ ଦଶ ଲକ୍ଷ ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି କୃଷ୍ଣ ପାଲ।

ଡ୍ରିମ୍ -୧୧ ବିଜେତା ହେବା ପରେ କୃଷ୍ଣ ପାଲ ଗଣମାଧ୍ୟମକୁ କହିଛନ୍ତି ଯେ, କେବେ ହେଲେ ସେ ଏକଥାକୁ ବିଶ୍ୱାସ କରିପାରୁ ନଥିଲେ। ଏହା ସତ ବୋଲି ଜାଣିବା ପରେ ସେ ବେଶ ଖୁସି ଜାହିର କରିଛନ୍ତି। ଏବେ କୋଟିପତି କୃଷ୍ଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

MP Crorepati DTP Operator
Advertisment
Advertisment