Advertisment

ମହଙ୍ଗା ମାଡ଼, ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Petrol Prices Hiked Again

ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପ୍ରତି ୯୧ ଟଙ୍କା ୦୭ ପଇସା ଥିବାବେଳେ ମୁମ୍ବାଇରେ ୯୮ ଟଙ୍କା ୮୦ ପଇସା ରହିଛି। 

Advertisment

କୋଲକାତାରେ ପେଟ୍ରାଲ ଲିଟର ପ୍ରତି ୧୦୩ ଟଙ୍କା ୩୬ ପଇସା ଓ ଡିଜେଲ ୯୪ ଟଙ୍କା ୧୭ ପଇସା, ଚେନ୍ନାଇରେ ପେଟ୍ରାଲ ଲିଟର ପ୍ରତି ୧୦୦ ଟଙ୍କା ୨୩ ପଇସା ଓ ଡିଜେଲ ୯୫ ଟଙ୍କା ୫୯ ପଇସା ରହିଛି। ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଅଲଗା ଅଲଗା ଥାଏ। 

ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ସ୍ତରରେ ପେଟ୍ରୋଲ ପହଞ୍ଚିଛି। ଜିଲ୍ଲାର କାଲିମେଳାରେ ପେଟ୍ରୋଲ ଲିଟର ପ୍ରତି ୧୧୦ ଟଙ୍କା ୧୫ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ୍ ୧୦୫ ଟଙ୍କା ୬୬ ପଇସାରେ ବିକ୍ରି ହେଉଛି। ମାଲକାନଗିରି ବଜାରରେ ପେଟ୍ରୋଲ ଦର ଲିଟର ପିଛା ଦର ୧୦୯ ଟଙ୍କା ୧୧ ପଇସାରେ ପହଞ୍ଚିଛି। ପେଟ୍ରୋଲ ଭଳି ଡିଜେଲ ଦର ମଧ୍ୟ ଲିଟର ପିଛା ୧୦୪ ଟଙ୍କା ୭୨ ପଇସାରେ ବିକ୍ରି ହେଉଛି। ବାରମ୍ବାର ତୈଳ ଦର ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ତଥ୍ୟ କହୁଛି ୨୦୨୦ ଏପ୍ରିଲରୁ ଏବେ ସୁଦ୍ଧା, ଅର୍ଥାତ୍ ଗତ ଦେଢ଼ ବର୍ଷରେ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କାରୁ ଅଧିକ ଓ ଡିଜେଲ୍ ମଧ୍ୟ ୩୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ସାରିଲାଣି। ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ କାରଣରୁ ହିଁ ଦେଶରେ ହୁ ହୁ ବଢୁଛି ତୈଳ ଦର।

ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ମୋବାଇଲରେ ମେସେଜ କରି ଆପଣ ନିଜ ସହରର ପେଟ୍ରୋଲ ଡିଜେଲ ଦର ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ ଅଏଲ SMS ସେବା ଅନୁଯାୟୀ, ମୋବାଇଲ ନମ୍ବର 9224992249ରେ ମେସେଜ କରିପାରିବେ। ପ୍ରଥମେ RSP<ସ୍ପେଶ୍‌>ପେଟ୍ରୋଲ ପମ୍ପ ଡିଲର କୋଡ ଲେଖି ଉକ୍ତ ନମ୍ବରରେ ପଠାନ୍ତୁ।  ନିଜ ଅଞ୍ଚଳର  RSP କୋଡ ସାଇଟରୁ ଚେକ୍‌ କରିପାରବେ। ମେସେଜ ପଠାଇ ସାରିବା ପରେ ଆଜିର ତୈଳ ଦର ମୋବାଇଲ ମେସେଜକୁ ଆସିଯିବ।   

Petrol Diesel Price Hike Petrol Price Hike Diesel Price Hike
Advertisment
Advertisment