Advertisment

ଆର୍ୟନଙ୍କ ସହ ମୁନ୍‌ମୁନ୍‌ଙ୍କ ସହ ସମ୍ପର୍କ କ’ଣ? ଜାଣନ୍ତୁ ପୂରା ଘଟଣା...

ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା

author-image
Sarbeswar
Munmun Dhamecha

Munmun Dhamecha

ମୁମ୍ବାଇ: ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା। ଅରବାଜଙ୍କୁ ଆର୍ୟନଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି। ଆଉ ସେ ହିଁ ଆର୍ୟନଙ୍କୁ କ୍ରୁଜରେ ଆଣିଥିଲେ। ଅରବାଜଙ୍କ ଭଉଣୀ ସୁହାନାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ ଏବଂ ଶାନୟା କପୁରଙ୍କ ସହ ସୋସିଆଲ ମିଡିଆରେ ଅରବାଜଙ୍କ ଅନେକ ଫଟୋ ମଧ୍ୟ ଦେଖିବାକୁ ମିଳୁଛି।

Advertisment

ତେବେ ଏପରି ପରିସ୍ଥିତିରେ ଅଧିକାଂଶ ଲୋକ ପ୍ରଶ୍ନ କରୁଛନ୍ତି ଯେ ତାଙ୍କ ସହ ଗିରଫ ହୋଇଥିବା ମୁନମୁନ୍ ଧାମଚା କିଏ? ସୂଚନା ଅନୁସାରେ ମୁନମୁନ୍ ଧାମଚା ମୁମ୍ବାଇର ନୁହେଁ ବରଂ ମଧ୍ୟପ୍ରଦେଶର ବାସିନ୍ଦା। ମୁନମୁନ୍ ବିଷୟରେ ଏବେ ଅନେକ ତଥ୍ୟ ଗୋପନୀୟ ଭାବରେ ରଖାଯାଇଛି। କିନ୍ତୁ ମୁନମୁନ୍‌ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ବୋଲି ସୂଚନା ମିଳିଛି।

ମୁନମୁନ୍ ଧାମଚା ଜଣେ ଫ୍ୟାଶନ୍ ମଡେଲର। କୁହାଯ।ଉଛି ଫେଶନ ଡ଼ିଜାଇନିଂ ମାଧ୍ୟମରେ ହିଁ ସେ ବଲିଉଡ଼୍‌ର ବଡ଼ ବଡ଼ ତାରକାଙ୍କ ସହ ସମ୍ପର୍କରେ ଆସିଛନ୍ତି। କାରଣ ସୋସିଆଲ ମିଡ଼ିଆରେ ଅନେକ ସିନେ ତାରକାଙ୍କ ସହ ତାଙ୍କର ଫଟୋ ଦେଖିବାକୁ ମିଳିଛି। ମୁନମୁନ୍‌ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ନିଜ ସମ୍ପର୍କରେ ଅନେତ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଛନ୍ତି।

Advertisment

ମୁନମୁନ୍‌ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ଅନେକ ବଲିଉଡ ସେଲିବ୍ରେଟିଙ୍କ ସହ ସେୟାର ମଧ୍ୟ କରିଛନ୍ତି। ଏଥିମଧ୍ୟରେ ଅର୍ଜୁନ ରାମପାଲ, ବରୁଣ ଧାୱନ, ସୁୟାଶ ରାୟ, ନିଖିଲ ଚାଇନାପ୍ପା, ଗୁରୁ ରାନ୍ଧୱା ଭଳି ସେଲିବ୍ରିଟି ଅଛନ୍ତି। ତେବେ ମୁନମୁନ୍‌ଙ୍କୁ ନେଇ ବର୍ତ୍ତମାନ ଅଧିକ ଚର୍ଚ୍ଚା ହେଉଛି। ସେପଟେ, ଡ୍ରଗ୍ସ ମାମଲାରେ ଫସିଥିବା ପୁଅ ଆର୍ୟନଙ୍କ ସହ ୨ ମିନିଟ ପାଇଁ କଥା ହୋଇଛନ୍ତି ଶାହରୁଖ ଖାନ୍। ତାଙ୍କର ପୋଲିସ କଷ୍ଟଡି ଅବଧି ସରୁଥିବାରୁ ଆର୍ୟନଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲିଠାରୁ ଆର୍ୟନଙ୍କୁ ଗିରଫ ପରେ ଏନ୍ସିବି ପଚରାଉଚରା ଜାରି ରଖିଥିଲା। ଜେରାବେଳେ ଆର୍ୟନଙ୍କ ପାଖରୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି। ସେ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ ବୋଲି ଏନ୍ସିବି କହିଛି। ଏନ୍ସିବିର ସୂଚନା ଅନୁସାରେ, ଆର୍ୟନଙ୍କ ଲେନ୍ସ କେସ୍ ଭିତରୁ ଡ୍ରଗ୍ସ ମିଳିଥିଲା। ସେହିପରି ଗିରଫ ଯୁବତୀଙ୍କ ସାନିଟାରି ପ୍ୟାଡ୍ ପ୍ୟାକେଟ ଭିତରୁ ଓ ଅନ୍ୟ ଅଭିଯୁକ୍ତଙ୍କ ଔଷଧ ଡବା ଭିତରୁ ଡ୍ରଗ୍ସ ମିଳିଥିଲା।

India Aryan Khan Munmun Dhamecha
Advertisment
Advertisment