Advertisment

୬ ଘଣ୍ଟାରେ ଫେସ୍‌ବୁକ୍‌ ସହିଲା ୫୨ ହଜାର କୋଟି ଟଙ୍କାର ଘାଟା, ୫% ଶେଆର ହ୍ରାସ

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Facebook Outage

Facebook Outage

ନୂଆଦିଲ୍ଲୀ: ସୋମବାର ରାତିରେ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଫେସ୍‌ବୁକ୍‌, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍‌ର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ୟୁଜର୍ସମାନେ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା। ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହୋଇଥିଲା ଏହି ୩ ସୋସିଆଲ୍‌ ମିଡିଆ ଆପ୍‌। 

Advertisment

କିନ୍ତୁ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ଅର୍ଥାତ୍‌ ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ  ଫେସ୍‌ବୁକ୍‌ ସର୍ଭରେ ଏକ ଭାଇରସ୍‌ ପ୍ରବେଶ କରିଥିଲା। ଫଳରେ ସାଇଟ୍‌ ପୁରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହୋଇପଡ଼ିଥିଲା। ୟୁଜର୍ସମାନେ ୨୪ ଘଣ୍ଟା ପର୍ଯ୍ୟନ୍ତ  ଫେସ୍‌ବୁକ୍‌ ବ୍ୟବହାର କରିପାରି ନଥିଲେ। ସେତେବେଳେ ସାରା ବିଶ୍ୱରେ ଫେସବୁକର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ କୋଟି ବି ନଥିଲା। ହେଲେ ଏବେ ୧୦୦ କୋଟିରୁ ଅଧିକ ଲୋକ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। 

Advertisment

ସୋମବାର ସୃଷ୍ଟି ହୋଇଥିବା ଏଭଳି ସମସ୍ୟା ପାଇଁ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ୟୁଜର୍ସଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଫେସ୍‌ବୁକ୍‌ ପକ୍ଷରୁ ମଧ୍ୟ ଏକ ବୟାନ ଜାରି କରାଯାଇ ସାରା ବିଶ୍ୱର ଲୋକ ଓ ବ୍ୟବସାୟରେ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି। ସମସ୍ତ ଆପ୍‌ ଓ ସେବାକୁ ପୁଣିଥରେ ସ୍ୱାଭାବିକ କରିବା ଲାଗି କମ୍ପାନୀ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ତେବେ କେଉଁ ଟେକ୍ନିକାଲ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଲା ସେନେଇ ଫେସ୍‌ବୁକ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୋମବାର ରାତିରେ ଫେସ୍‌ବୁକ୍‌, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍‌ ଆପ୍‌ ଖୋଲି ମାତ୍ରେ  ସର୍ଭରରେ ତ୍ରୁଟି ନେଇ ଏକ ମେସେଜ ଆସିଥିଲା।  

ସର୍ଭର ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହ୍ବାଟ୍ସଆପ୍ ଏବଂ ଫେସବୁକ୍ କର୍ତ୍ତୃପକ୍ଷ। ଯେଉଁ ୟୁଜରମାନେ ହ୍ୱାଟସ୍ ଆପ୍ ବ୍ୟବହାର କରିପାରି ନାହାନ୍ତି। ସେମାନଙ୍କୁ କ୍ଷମା ମାଗିଛି ହ୍ୱାଟସଆପ୍। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ବୋଲି ହ୍ୱାଟସ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି।

WhatsApp Facebook Instagram Facebook Outage
Advertisment
Advertisment