• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rbi
ଏଣିକି ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ଆପଣ ପାଇପାରିବେ ଲକର୍‌ର ସୁବିଧା

ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି

Akshay Kumar
ଆଇସିୟୁରେ ଭର୍ତ୍ତି ହେଲେ ଅକ୍ଷୟ କୁମାରଙ୍କ ମା’

ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି।

 WhatsApp
ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍!

ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍‌ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ

Rahul Sambit
“ରାହୁଲ ନିଜେ ଜାଣନ୍ତି ନାହିଁ ସେ କଣ କରନ୍ତି”

ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍‌ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ppe kit doctor
ପିପିଇ କିଟ୍‌ ପିନ୍ଧି ରୋଗୀ ଦେଖୁଥିଲେ ଡାକ୍ତର: ଭୂତ ଭୂତ କହି ପାଟି କଲେ ରୋଗୀ, ଆଉ ତା’ପରେ ହେଲା କଣ?

ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।

pardeep-saini
ବିମାନ ଗିଅର ବକ୍ସରେ ୬୭୦୦ କିମି ଯାତ୍ରା କଲେ ଦୁଇ ଭାଇ

୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।

vaccination-on-wheels
ଆରମ୍ଭ ହେଲା ଭାକ୍ସିନେସନ ଅନ୍ ହ୍ୱିଲ୍‌’: ଦିନ ମଜୁରିଆଙ୍କ ଘରେ ପହଞ୍ଚିବ ଟିକା

ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।

corona
ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ଜଣ କରୋନାରେ ହେଲେ ଆକ୍ରାନ୍ତ

ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିବା ସୂଚନା ମିଳିଛି

GarhKundar Fort
ବୁନ୍ଦେଲଖଣ୍ଡର ରହସମୟୀ ଦୁର୍ଗ ଗରକୁନ୍ଦର : ଦୂରରେ ଦିଶେ, ପାଖକୁ ଗଲେ ଉଭାନ୍ ହୋଇଯାଏ

ଦ୍ୱାଦଶ ଶତାବ୍ଦୀରେ ପରମାର ରାଜବଂଶର ଗଡପତି ଶିବଙ୍କୁ ପରାସ୍ତ କରି ଏହି ଦୁର୍ଗକୁ କବଜା କରିନେଇଥିଲେ ପୃଥବୀରାଜ ଚୌହାନଙ୍କ ମୁଖ୍ୟ ସାମନ୍ତ ଖେତ ସିଂ ଖଙ୍ଗାର । ଆଉ ଗଡ଼ ଅକ୍ତିଆର କରିବା ପରେ ଖଙ୍ଗାର ରାଜବଂଶର ମୂଳଦୁଆ ପଡ଼ିଥିଲା । ଗରକୁନ୍ଦର ଦୁର୍ଗ ଏକ ହେକ୍ଟରରୁ ଅଧିକ ଜମିରେ ନିର୍ମିତ ହୋଇଛି ।

Nipah Virus
ନିପା ଭାଇରସ୍‌ ଆତଙ୍କ: ୧୨ ବର୍ଷ ବାଳକର ମୃତ୍ୟୁ ପରେ ଆଉ ୨ ସଂକ୍ରମିତ ଚିହ୍ନଟ

ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

mamata
ଭବାନୀପୁରରୁ ଉପନିର୍ବାଚନ ଲଢ଼ିବେ ମମତା

ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Incom Tax
୭୫ ବର୍ଷରୁ ଅଧିକ ନାଗରିକଙ୍କୁ ITR ଛାଡ

ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ୭୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଛାଡ ପାଇଁ ଆୟକର ବିଭାଗ ଘୋଷଣା ଫର୍ମକୁ ସୂଚିତ କରିଛି। ବରିଷ୍ଠ ନାଗରିକମାନଙ୍କୁ ଏହି ଫର୍ମ ବ୍ୟାଙ୍କଗୁଡିକରେ ଦାଖଲ କରିବାକୁ ପଡିବ।

Flipkart Offer
ଫ୍ଲିପ୍‌କାର୍ଟ ଅଫର : ୭୫୦୦ରେ ସ୍ମାର୍ଟଫୋନ୍

ଫ୍ଲିପକାର୍ଟ ସ୍ମାର୍ଟଫୋନ୍ କାର୍ନିଭାଲ୍ ବିକ୍ରୟ ଚାଲିଛି ଏବଂ ଏହାର ଶେଷ ଦିନ ସେପ୍ଟେମ୍ବର ୮ ରହିଛି। ବିକ୍ରିରେ ସାମସଙ୍ଗ, ରିୟଲମି, ମୋଟରୋଲା ଫୋନ୍ ଭଲ କାରବାର ପାଇଁ ଅଣାଯାଇପାରିବ ଏବଂ ଏଭଳି ପରିସ୍ଥିତିରେ ଯଦି ଆମେ କିଛି ସର୍ବୋତ୍ତମ ଅଫର ବିଷୟରେ ଜାଣିବା, ତେବେ ଗ୍ରାହକମାନେ ବିକ୍ରୟରେ ରିଅଲ୍ C20 ଶସ୍ତା କିଣି ପାରିବେ। ଫ୍ଲିପ୍‌କାର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଫୋନ୍‌କୁ ୭,୯୯୯ ଟଙ୍କା ବଦଳରେ ମାତ୍ର ୭,୪୯୯ ଟଙ୍କାରେ କ୍ରୟ କରାଯାଇପାରିବ। ଆସନ୍ତୁ ଜାଣିବା ଏହି ବଜେଟ୍ ଫୋନର ସମ୍ପୂର୍ଣ୍ଣ ଫିଚର ଶିଷ୍ଟ୍ୟଗୁଡିକ ବିଷୟରେ।

UPI
ବିନା ଇଣ୍ଟରନେଟରେ UPI ସହିତ କରିପାରିବେ କାରବାର, ଜାଣନ୍ତୁ ପେମେଣ୍ଟ କରିବାର ସଂପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ UPI ମାଧ୍ୟମରେ ପେମେଣ୍ଟ ଦେବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଇଣ୍ଟରନେଟ୍ ସ୍ଲୋ କିମ୍ବା ନେଟ୍ ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । କିନ୍ତୁ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ ।

Cunterman
ଶିକ୍ଷକଙ୍କର ସ୍ୱଚ୍ଛତା ମନୋବୃତ୍ତି : ଟିଣରୁ ତିଆରି କରନ୍ତି ଡଷ୍ଟବିନ୍ ଆଉ ବାଣ୍ଟନ୍ତି

ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ।

India
ସମୁଦ୍ରରେ ଶକ୍ତି ବଢାଉଛି ନୌସେନା, ୧୦ରେ ଜଳାବତରଣ କରିବ ଆଇଏନଏସ ଧ୍ରୁବ

ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ

corona virus
ଦୋଳି ଖେଳୁଛି କରୋନା ଗ୍ରାଫ୍‌: ୨୪ ଘଂଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।

ration shop
ପ୍ରଶାସନର ଦୃଷ୍ଟି ପଡ଼ିଲା, ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ନକ୍ସଲ ଗଡ଼ରେ ଖୋଲିଲା ରାସନ ଦୋକାନ

ନକ୍ସଲପ୍ରବଣ ଜିଲ୍ଲା ଭାବେ କୁଖ୍ୟାତ ଛତିଶଡର ବିଜାପୁର ଜିଲ୍ଲା । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହେବାପରି ଘଟଣା ଶୁଣିବାକୁ ମିଳେ । ହେଲେ ବର୍ତ୍ତମାନ ସମୟରେ ନକ୍ସଲ ଗଡ କୁହାଯାଉଥିବା ଏହି ଜିଲ୍ଲାର ରୂପରଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲାଣି । ବିଜାପୁର ଜିଲ୍ଲା କଲେକଟର ରିତେଶ ଅଗ୍ରୱାଲ ଏବଂ ଏସ୍‌ପି କମଲଲୋଚନ କଶ୍ୟପ ମିଳିତ ଭାବେ ବିଭିନ୍ନ ଗାଁକୁ ରାସନ ଯୋଜନା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

Nipah virus
କେରଳରେ କରୋନା ପରେ ନିପାହ ଭାଇରସ ଆତଙ୍କ : ସଂକ୍ରମଣରେ ୧୨ ବର୍ଷ ବାଳକ ମୃତ

୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି

5 stray dogs killed in acid attack in Ujjain
ବର୍ବରତାର ସୀମା ପାର କଲା ମଣିଷ : କୁକୁର ମୁହଁରେ ଏସିଡ୍ ଢ଼ାଳିଲା, ୫ ମୃତ

ଧାର୍ମିକ ନଗରୀରେ ନିରୀହ ପଶୁ ପ୍ରତି କ୍ରୁରତା । ମଧ୍ୟପ୍ରଦେଶର ଉଜ୍ଜୟନୀରେ ପଶୁଙ୍କ ପ୍ରତି ହିଂସାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ବ୍ୟକ୍ତି ଏସିଡ୍ ପକାଇ ଆକ୍ରମଣ କରିଛି । ଫଳରେ ୫ ଜଣ କୁକୁରଙ୍କ ମୃତ୍ୟୁ ହୋଇଛି । ଉଜ୍ଜୟନୀ ଦେବାସ ରୋଡରେ ଏଭଳି ବର୍ବର କାଣ୍ଡ ଘଟିଛି ।

 Narendra Modi
ବିଶ୍ୱର ନମ୍ବର ୱାନ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Approval Rating ୭୦ ପ୍ରତିଶତ ଥିବାବେଳେ ବିଶ୍ୱର ଶ୍ରେଷ୍ଠ ୧୩ ନେତାଙ୍କ ମଧ୍ୟରେ ଏହି ମୂଲ୍ୟାୟନ ସର୍ବାଧିକ । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ଭଲ କାମ କରୁଛନ୍ତି ।

SBI Job
ଯୁବକଙ୍କ ପାଇଁ ଖୁସି ଖବର : ୫୦ ଲକ୍ଷଙ୍କୁ ମିଳିପାରେ ଚାକିରି

ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇର ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ଆସିବ ଏବଂ ମହାମାରୀ ହ୍ରାସ ପାଉଥିବାରୁ କମ୍ପାନୀଗୁଡିକ ନିଯୁକ୍ତି ଯୋଜନା ସହିତ ଆଗକୁ ବଢୁଛନ୍ତି। ଅର୍ଥନୀତିଜ୍ଞମାନେ ନିୟମିତ ଭାବରେ EPFO ​​ଏବଂ NPS ଦ୍ୱାରା ପ୍ରକାଶିତ ମାସିକ ବେତନ ପଞ୍ଜିକରଣ ତଥ୍ୟକୁ ସୂଚିତ କରିଛନ୍ତି।

  • Saturday, 04 September 2021
  • Mumbai
corona virus
ମୁମ୍ବାଇ ଓ ତାମିଲନାଡ଼ୁରେ ବଢ଼ୁଛି ପଜିଟିଭିଟି ରେଟ୍ : କେରଳ ବାହାରକୁ ମଧ୍ୟ ବ୍ୟାପିଲା କି ଲହରୀ ?

ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।

Firozabad Viral Fever
ଫିରୋଜାବାଦରେ ଭାଇରାଲ୍ ଜ୍ୱର ଆତଙ୍କ : ସମସ୍ତ ହସ୍ପିଟାଲ ଫୁଲ୍, ମେଡିକାଲ କଲେଜରେ ୪୦୦ ଶିଶୁ ଭର୍ତ୍ତି

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ

Flood in UP
ଅକାତକାତ ପାଣିରେ ଏକୁଟିଆ ଡଙ୍ଗା ନେଇ ସ୍କୁଲ ଯାଉଥିବା ଝିଅର ମନୋବଳକୁ ସଲାମ୍

ସ୍କୁଲ ଡ୍ରେସ୍ ପିନ୍ଧି ହାତରେ ବସିବସ୍ତାନୀ ଧରି ଅକାତକାତ ପାଣିରେ ନିଜେ କାତ ମାରୁଛି କୁନି ଝିଅ । ଘରଦ୍ୱାର ଚାରିଆଡ଼େ ପାଣି ମାଡ଼ି ଆସିଛି, ଏପରି ପ୍ରତିକୂଳ ପରିସ୍ଥିତିରେ ବି ମନୋବଳ ହରାଇନି । ପାଠ ପଢ଼ି ଭବିଷ୍ୟତରେ କିଛି କରିବା ଆଶାରେ ଜୋର ଜୋରରେ ଡଙ୍ଗା ଚଳାଇ ସ୍କୁଲ ବାହାରି ଯାଉଛି ।