Advertisment

ଚେତାଶୂନ୍ୟ ଯୁବକଙ୍କୁ ବୋହି ନେଇଗଲେ ପୋଲିସ ମ୍ୟାଡାମ୍

ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ପୋଲିସ ଇନ୍ସପେକ୍ଟର ଯୁବକଙ୍କୁ ଉଠାଉଥିବା ବେଳର ଦୃଶ୍ୟ

ପୋଲିସ ଇନ୍ସପେକ୍ଟର ଯୁବକଙ୍କୁ ଉଠାଉଥିବା ବେଳର ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ମହିଳା ଇନ୍ସପେକ୍ଟରଙ୍କ ପ୍ରଶଂସନୀୟ କାର୍ଯ୍ୟ। ଚେନ୍ନାଇର ଟିପି ଛତ୍ରମ ଅଞ୍ଚଳରେ ରାତି ତମାମ ବର୍ଷା ମାଡ଼ ଖାଇ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ଯୁବକଙ୍କୁ ନିଜ କାନ୍ଧରେ ବୋହି ଡାକ୍ତରଖାନାରେ ଭର୍ତ୍ତି କଲେ ଇନ୍ସପେକ୍ଟର ରାଜେଶ୍ୱରୀ। ଲଗାଣ ବର୍ଷା ଯୋଗୁଁ ସହରରେ ପାଣି ଜମି ପରିସ୍ଥିତି ସଂଗୀନ ରହିଛି। ରାଜେଶ୍ୱରୀ ଓ ତାଙ୍କ ଟିମ୍ ସପ୍ତାହେ ହେଲା ସହରରେ ଉଦ୍ଧାର ଓ ରିଲିଫ୍ କାମରେ ନିୟୋଜିତ ଅଛନ୍ତି।

Advertisment

ତେବେ ସିମେଣ୍ଟ ସାମଗ୍ରୀ କାରଖାନାରେ କାମ କରୁଥିବା ଉଦୟ ନାମକ ଜଣେ ଯୁବକ ବର୍ଷା ମାଡ଼ ଖାଇ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କ ଉପରେ ନଜର ପଡ଼ିବାରୁ ନିଜେ ରାଜେଶ୍ୱରୀ ଉଦୟଙ୍କୁ କାନ୍ଧରେ ବୋହି ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Advertisment

ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।    

Tamilnadu Heavy Rainfall Chennai Police Inspector
Advertisment
Advertisment