Advertisment

ଟ୍ରେନ୍‌ରେ ଯାତ୍ରା କରୁଥିଲେ ୨ ହଜାରରୁ ଅଧିକ ଯାତ୍ରୀ; ହଠାତ୍‌ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ, ତା’ପରେ...

କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
train derail

train derail

ବେଙ୍ଗାଲୁରୁ: ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୨ ହଜାରରୁ ଅଧିକ ଯାତ୍ରୀ। ଆଜି ଭୋର ସମୟରେ କର୍ଣ୍ଣାଟକରେ ଏହି ରେଳ ଦୁର୍ଘଟଣା ଘଟିଛି। ଭୋର ପ୍ରାୟ ୩ଟା ୫୦ ମିନିଟ୍‌ ସମୟରେ ହଠାତ୍‌ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ (Kannur-Bengaluru Express)ର ୫ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି।

Advertisment

ବେଙ୍ଗାଲୁରୁ ଡିଭିଜନ୍‌ର ଟୋପ୍ପୁରୁ-ସିଭଡି ମଧ୍ୟରେ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଟ୍ରେନ୍‌ରେ ଥିବା ସମସ୍ତ ୨,୩୪୮ ଯାତ୍ରୀ ସୁରକ୍ଷିତ ଅଛନ୍ତି। କାହାର କୌଣସି କ୍ଷତି ହୋଇନାହିଁ। ଏନେଇ ଦକ୍ଷିଣ-ପଶ୍ଚିମ ରେଲ୍‌ୱ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଯେତେବେଳେ ଟୋପ୍ପୁରୁ-ସିଭଡି ଦେଇ ଯାତ୍ରା କରୁଥିଲା, ଏହି ସମୟରେ ହଠାତ୍‌ ପାହାଡ଼ରୁ ପଥର ଖସିବା ଆରମ୍ଭ କରିଥିଲା। ଏହାପରେ ପଥର ଗୁଡ଼ିକ ରେଲ୍‌ୱେ ଟ୍ରାକ୍‌ ଉପରେ ପଡ଼ିଥିଲା। ରେଲ୍‌ୱେ ଟ୍ରାକ୍‌ ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିବା ଯୋଗୁ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ତେବେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ। ଏହି ସମୟରେ ଟ୍ରେନ୍‌ରେ ୨,୩୪୮ ଯାତ୍ରୀ ଯାତ୍ରା କରୁଥିଲେ।

Advertisment

ଖବରପାଇ ଦକ୍ଷିଣ-ପଶ୍ଚିମ ରେଲ୍‌ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରେଲ୍‌ୱେ ଟ୍ରାକ୍‌ରୁ ପଥର ହଟାଇବା କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାଟି ସେତେବେଳେ ଘଟିଥିଲା, ଯେତେବେଳେ ଯାତ୍ରୀମାନେ ଟ୍ରେନ୍‌ ଭିତରେ ଶୋଇଥିଲେ। ଯାତ୍ରୀଙ୍କ କହିବା ଅନୁସାରେ, ଅଚାନକ୍‌ ପାହାଡ଼ରୁ ବଡ଼ ବଡ଼ ପଥର ଖସିବା ଆରମ୍ଭ କରିଥିଲା। ଏମିତି ଲାଗିଥିଲା ସତେ ଯେମିତି ବଡ଼ ଧରଣର କିଛି ଧମାକା ହେଲା ବୋଲି। 

Train Derailed Kannur-Bengaluru Express Derailed
Advertisment
Advertisment