• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦିଲ୍ଲୀରେ ନିଶ୍ୱାସ ନେବା ମୁସକିଲ୍ ।

  • ବଢ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ ।

  • ସତର୍କ ବାଣୀ ଶୁଣାଇଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ନୂଆଦିଲ୍ଲୀ: ଅସହ୍ୟ ହେଲାଣି ଦିଲ୍ଲୀର ବାୟୁ ପ୍ରଦୂଷଣ । ବଞ୍ଚିବା ବି ମୁସ୍କିଲ୍‌ । ନିଶ୍ୱାସ ନେଲେ ବି କଷ୍ଟ ହେଉଛି । ଲଗାତାର ୯ ଦିନ ଧରି ପ୍ରଦୂଷଣ ମାତ୍ରା ସାଂଘାତିକ ହେବା ପରେ ଏବେ ଏନେଇ ସତର୍କବାଣୀ ଶୁଣାଇଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଦିଲ୍ଲୀରେ ପ୍ରଦୂଷଣ ପାଇଁ ଜାରି ହୋଇଛି ରେଡ୍ ଲାଇନ୍ । ଅର୍ଥାତ କଡ଼ା ସର୍ତକତାମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରଦୂଷଣ ମାତ୍ରା କମାଇବା ପାଇଁ ଯାହା ସବୁ ଆବଶ୍ୟକ ପଦକ୍ଷେପ ରହିଛି, ସେସବୁ ତୁରନ୍ତ ନେବାକୁ କହିଛି ବୋର୍ଡ ।

ପ୍ରଦୂଷଣ ମାତ୍ରା ଶରୀରରେ ବ୍ୟାପକ କ୍ଷତି ପହଞ୍ଚାଉଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ଭିତରେ ଆଖିଦୃଶିଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବୋର୍ଡ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଲଗାତାର ଭାବେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଦୀପାବଳି ପରେ ସ୍ଥିତି ବିଗିଡ଼ିବା ଆରମ୍ଭ କରିଥିଲା । ଗତ ୯ ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ସାଘାତିକ ସ୍ଥିତିରେ ରହିଛି । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ସିଗାରେଟ୍ ଟାଣିଲେ ଶରୀରେ ଯାହା କ୍ଷତି ହୋଇଥାଏ, ଠିକ୍‌ ସେତିକି କ୍ଷତିକାରକ ଦିଲ୍ଲୀର ଖୋଲା ଆକାଶ ତଳେ ନିଶ୍ୱାସ ନେବା । ଏଥିପାଇଁ ଏବେ ଲୋକଙ୍କ ମନରେ ଭୟ ବି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କହିବାକୁ ଗଲେ ଏବେ ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ନଭେମ୍ବର ମାସ ପ୍ରଥମରୁ ପ୍ରତିଦିନ ବାୟୁର ମାନ କମିବାରେ ଲାଗିଛି । ରାଜରାସ୍ତାରେ ଗଡୁଥିବା ହଜାର ହଜାର ଗା଼ଡି ମୋଟର, ସ୍ଥିତିକୁ ଆହୁରି ବିଗାଡି ଦେଉଛି । ସେପଟେ ଆଗ୍ରାରେ ମଧ୍ୟ ଶରୀର ପ୍ରତି ହାନିକାରକ ସାଜିଛି ବିଷାକ୍ତ ପବନ । ଏଠି ବି ଜୀବନ ପାଇଁ ବିପଦ ବିଶାକ୍ତ ପବନ । ବିଷ ବଳୟରେ ରହିଛି ଐତିହାସିକ ସହର ଆଗ୍ରା । ଦିଲ୍ଲୀ ଭଳି ଏଠାରେ ବି ଦେହକୁ ହିତ ନୁହେଁ ଖୋଲା ଆକାଶର ଧୂଆଁମୟ ପବନ ।

ଆଗ୍ରାରେ ବିଶାକ୍ତ ପବନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଖରାପ ହେଲାଣି । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ରୋଗୀ ଏବଂ ଟିବିରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହା ଅଧିକ କଷ୍ଟ ଦେଉଛି । ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ବିଗୁଡୁଥିବାରୁ ଚିକିତ୍ସା ପାଇଁ ଅନେକ ଲୋକ ମେଡ଼ିକାଲରେ ବି ଭର୍ତ୍ତି ହୋଇଛନ୍ତି । ନିକଟସ୍ଥ ଏସ୍ଏନ୍ ମେଡିକାଲ କଲେଜରେ ବଢୁଛି ରୋଗୀଙ୍କ ସଂଖ୍ୟା ।