ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।
ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି
ଉବୁଟୁବୁ ଚେନ୍ନାଇ ମହାନଗରୀ। ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଚେନ୍ନାଇ । ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଆଣ୍ଠୁ ଉପରକୁ ପାଣି ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି ।
ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।
ଭିଷଣ ବର୍ଷାରେ ଜଳାର୍ଣ୍ଣବ ଚେନ୍ନାଇ । ଗତ ରାତିରୁ ଚେନ୍ନାଇରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ଭିତରେ ଚେନ୍ନାଇ ସହରରେ ପ୍ରାୟ ୨୧ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଗତ ରାତିରୁ ବର୍ଷା ଲାଗି ରହିବାରୁ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି.. ତଳିଆ ଅଞ୍ଚଳରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି.. ଅନେକ ସ୍ଥାନରେ ଘର ଭିତରେ ନଳା ପାଣି ପଶି ଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି..