Advertisment

ରସିଦଙ୍କ ବୟାନ ‘ଜୟ ଶ୍ରୀ ରାମ କହୁଥିବା ବ୍ୟକ୍ତି ରାକ୍ଷସ ବି ହୋଇପାରନ୍ତି’, ପରେ ତେଜିଲା ବିବାଦ

ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rashid Alvi

Rashid Alvi

ନୂଆଦିଲ୍ଲୀ: କଂଗ୍ରେସ ନେତା ରସିଦ ଅଲଭିଙ୍କ ଜୟ ଶ୍ରୀରାମ ବୟାନକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି । ଉତ୍ତରପ୍ରଦେଶର ଏକ କାର୍ଯ୍ୟକ୍ରମରେ ରାମାୟଣର ଏକ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କରିଛନ୍ତି ରସିଦ । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।

Advertisment

ରସିଦଙ୍କ ଏଭଳି ଭାଷଣ ପରେ ଏବେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ରସିଦ୍‌ଙ୍କୁ ନାନା କଟୁ ଭାଷାରେ ସାଧାରଣ ଲୋକ ତଥା ସୋସିଆଲ ମିଡିଆ ୟୁଜର୍ସ ସମାଲୋଚନା କରିଛନ୍ତି । ତେବେ ବିଭିନ୍ନ ଦିଗରୁ ରସିଦ ସମାଲୋଚିତ ହେବା ପରେ ନିଜ ଭାଷଣକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କର ଏହି ଭାଷଣର ପ୍ରକୃତ ଅର୍ଥକୁ ଅନର୍ଥ କରାଯାଉଛି । ଜାଣିଶୁଣି ତାଙ୍କ ଭାଷଣକୁ କଦର୍ଥ କରି ଲୋକଙ୍କୁ ଭ୍ରମିତ କରାଯାଉଛି । 

ସେନେଇ ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ବକ୍ତ୍ୟବକୁ ଅପ୍ରାସଙ୍ଗି କରି ବିବାଦ ସୃଷ୍ଟି କରାଯାଉଛି । ସେ ରାମାୟଣର ଏକ କଥାକୁ ନେଇ ଏଭଳି କହିଛନ୍ତିଁ, ଯେଉଁ ମର୍ମରେ ତାହା କୁହାଯାଇଛି ତାକୁ କେହି ବୁଝିନାହାନ୍ତି ବୋଲି କହିଛନ୍ତି । ସେହିଭଳି କାର୍ଯ୍ୟକ୍ରମରେ ବହୁ ସଧୁ ସନ୍ଥ ମଧ୍ୟ ଥିଲେ, ଯେଉଁମାନଙ୍କର ସେତେବେଳେ କିଛି ବି ଆପତ୍ତି ନଥିଲା ବୋଲି ସ୍ପଷ୍ଟିକରଣରେ ରସିଦ କହିଛନ୍ତି । 

Advertisment

ତେବେ ରାଶିଦ ଆଲଭିଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ଜୟ ଶ୍ରୀରମ ଭଳି ନାରା ଦେଉଥିବାବ ବ୍ୟକ୍ତିଙ୍କୁ ଆଲଭି ଅପମାନ କରିଥିବା ବିଜେପି କହିଛି । ସେହିପରି ଆହୁରି ବହୁ ହିନ୍ଦୁ ସଙ୍ଗଠନ ମଧ୍ୟ ରସିଦଙ୍କ ଏଭଳି ବକ୍ତବ୍ୟକୁ ସମାଲୋଚନା କରିଛନ୍ତି । 

Congress Rashid Alvi Jay Shree Ram
Advertisment
Advertisment