Advertisment

ବଢିଲା ସରକାରୀ ଚାକିରି ପାଇଁ ବୟସ ସୀମା

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି

author-image
Chandan Shishu
ଅଦ୍ୟତନ ହୋଇଛି
Cabinet Meeting

Cabinet Meeting

ଭୁବନେଶ୍ୱର: ସରକାରୀ ଚାକିରୀ ପାଇଁ ବଢ଼ିଲା ବୟସ ସୀମା। ଚାକିରୀ ବୟସ ସୀମାକୁ ଆଜି ବଢ଼ାଇବା ନେଇ କ୍ୟାବିନେଟ୍ ମୋହର ମାରିଛି। ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଚାକିରି ପାଇଁ ୩୨ ବଦଳରେ ଏଣିକି ୩୮ ବର୍ଷ ବୟସ କରାଯାଇଛି। ୨୦୨୧ ସହ ୨୦୨୨ ଏବଂ ୨୦୨୪ ମସିହାରେ ହେବାକୁ ଥିବା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ୩ ବର୍ଷ ଲାଗି ବୟସ ସୀମାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଅନୁସୂଚିତ ଜାତି, ଜନଜାତି ଓ ଏସ୍ଇବିସିଙ୍କ ପାଇଁ ୪୩ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଥିବାବେଳେ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ଆହୁରି ୫ ବର୍ଷ ବଢ଼ାଇ ଦିଆଯାଇଛି।

Advertisment

ଆଜି ବସିଥିବା ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତାମଧ୍ୟରେ ରହିଛି ୫ଟି ଗୁରୁତ୍ୱପୂର୍ଣ୍ଣ ମେଗା ପାନୀୟ ଜଳ ପ୍ରକଳ୍ପ। ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ଏବଂ ବାରିପଦା ବ୍ଲକର ୨୫ଟି ପଞ୍ଚାୟତର ୨୨୨ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଲାଗି ଯେଉଁ ଟେଣ୍ଡର କରାଯାଇଥିଲା, ତାକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ୧ ଲକ୍ଷ ୪୮ ହଜାର ଲୋକ ଉପକୃତ ହେବେ।

ସେହିପରି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା, କଟକ ଜିଲ୍ଲାର ବାଙ୍କି, ଡମପଡ଼ା ଆଦି ସ୍ଥାନରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ଲାଗି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ଭୁବନେଶ୍ୱର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି-ଏନଆଇଏଫଟିର କ୍ୟାମ୍ପସ ପାଇଁ ରାଜ୍ୟ ସରକାର ଯେଉଁ ୧୦ ଏକର ଜମି ଏବଂ ୫୮. ୬୫ କୋଟି ଟଙ୍କା ଆଗରୁ ଯୋଗାଇଥିଲେ, ତାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ତାସହ ନିକଟସ୍ଥ ଆଉ ଏକ ଜମିକୁ ବିନା ପ୍ରିମିୟମ୍‌ରେ ଯୋଗାଇଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି।

Advertisment
Advertisment
Advertisment