Advertisment

ବିନା ନିଆଁରେ ବି ଗରମ ହେଉଛି ପାଣି

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରେ । ଏହିଭଳି ରହସ୍ୟ ରହିଛି ତୁର୍କୀର ପମୁକ୍କଲେ ପାହାଡରେ । ଏଠାରେ ପ୍ରାକୃତିକ ଭାବେ ଏକ ସ୍ୱିମିଙ୍ଗ ପୁଲ୍‌ ନିର୍ମିତ ହୋଇଛି, ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ‌ଆଉ ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ‌ଆକାରର ବୋହିଥାଏ । ‌ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ ?

author-image
Pallipuspa Samal
ଅଦ୍ୟତନ ହୋଇଛି
Water is hot even without fire

Water is hot even without fire

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା ପ୍ରାକୃତିକ ପୁଲ୍ । ଏହାର ରହସ୍ୟ ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦରେ ପକାଇଛି ସତ, ହେଲେ ଏ ସ୍ଥାନର ସୌନ୍ଦର୍ଯ୍ୟ ବି ସେତିକି ବିମୋହିତ କରେ । ଯାହା ନିଜର ସୁନ୍ଦରତା ସହ ଲୋକମାନଙ୍କର କୌତୁହଳର ବିଷୟ ହୋଇ ରହିଛି । ‌

Advertisment

ଏହି କୌତୁହଳର କାରଣ ଏହି ପୁଲର ଏକ ଝରଣା ‌ଆକାରର ବୋହିଥାଏ । ‌ଆଉ ଏହି ଝରଣାର ପାଣି ଆପେ ଆପେ ଗରମ ହୋଇଯାଏ । ହେଲେ କିଭଳି ଏପରି ହୁଏ, ତାହା ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ରହସ୍ୟ ହୋଇରହିଛି । କୁହାଯାଏ ଯେ, ଏଠାରେ ଗରମ ପାଣିର ଏହି ଝରଣା ହଜାର ହଜାର ବର୍ଷ ହେବ ରହିଛି । ଏଠାକାର ପାଣିର ତାପମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ ।

ଏହି ସ୍ୱିମିଙ୍ଗ୍‌ ପୁଲ୍‌ ଭଳି ନିର୍ମିତ ଏହି ଗରମ ପାଣିର ଝରଣାରେ ଗାଧୋଇଲେ ଅନେକ ପ୍ରକାରର ରୋଗ ଖାସ କରି ତ୍ୱଚା ସମ୍ବନ୍ଧିତ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଆଉ ଏହି କାରଣରୁ ଗରମ ପାଣିର ଏହି ଝରଣାକୁ ଦେଖିବାକୁ ଦୂର ଦୂରରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି । ଏଠାକାର ସବୁଠାରୁ ବଡ ବିଶେଷତ୍ୱ ଆଉ ରହସ୍ୟ ହେଉଛି ଏଠାରେ ଥିବା ଗରମ ପାଣିର ସରୋବର ପ୍ରାକୃତିକ ଭାବେ ଆପେ ଆପେ ନିର୍ମିତ ହୋଇଛି । କିନ୍ତୁ କିଭଳି ଓ କେବେ ଏହା ନିର୍ମିତ ହୋଇଛି ସେ ସମ୍ପର୍କରେ କେହି ମଧ୍ୟ ଜାଣିନାହାନ୍ତି । ଏହି ଝରଣାର ପାଣିକୁ ନେଇ ଅନେକ ଥର ବୈଜ୍ଞାନିକମାନେ ଗବେଷଣା କରିସାରିଛନ୍ତି ।

Advertisment

ଗବେଷଣା ଅନୁଯାୟୀ ପାଣିରେ ଥିବା ଖଣିଜ ପଦାର୍ଥ ବାହାର ଗ୍ୟାସ ସମ୍ପର୍କରେ ‌ଆସିବା କାରଣରୁ କ୍ୟାଲସିୟମ୍‌ କାବୋର୍ନେଟ୍‌ ନିର୍ମିତ ହୁଏ । ଯାହା ହଜାର ବର୍ଷ ହେବ ଏହି ଝରଣା କୂଳରେ ଜମା ହେଉଛି । ଆଉ ଏହି କାରଣରୁ ଝରଣାଟି ସରୋବରର ରୂପ ନେଇସାରିଛି । ତେବେ କୁହାଯାଏ ଏହି ପାହାଡ ଦେଇ ପାଣି ବୋହୁଥିବା ସମୟରେ ହି ଝରଣାର ପାଣି ଗରମ ହୋଇଯାଏ । କିଛି କିଛି ସ୍ଥାନରେ ତ ପାହାଡ ଫୁଟୁଥାଏ । ହେଲେ ଏ ପାଣି ଗରମ କିପରି ହୁଏ, ସେ ରହସ୍ୟ ଆଜି ବି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଆସିଛି ।

pamukkale turkeypamukkale turkey

ଏହି ଝରଣାର ପାଣି ତଳକୁ ଝରିବା ପରେ ଏଠାରେ ପାଖାପାଖି ୧୭ଟି ପୁଲ ଆପେ ଆପେ ନିର୍ମିତ ହୋଇଛି । ଏହାକୁ ନେଇ ମଧ୍ୟ ବୈଜ୍ଞାନିକମାନେ ଅନେକଥର ଗବେଷଣା କରିଛନ୍ତି । କିନ୍ତୁ ବାସ୍ତବିତ ତଥ୍ୟ ଓ ସତ କଣ ତାହା ଆଜି ବି ଅଭେଦ୍ୟ ରହସ୍ୟ ହୋଇ ରହିଛି । କିନ୍ତୁ ଏହି ରହସ୍ୟ ହି ଏହି ସ୍ଥାନର ପରିଚୟ ପାଲଟିଯାଇଛି ।

Bichitra Brahmanda
Advertisment
Advertisment