ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।
ବ୍ରହ୍ମପୁରରେ ସ୍ୱାମୀଙ୍କ ଘର ସାମ୍ନାରେ ବସିଥିଲେ ତପସ୍ୱିନୀ। ଏଠି ଯାଜପୁରରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ଡଲିସ୍ମିତା। କହିଲେ ମୋ ଲାଇଫ୍ କୁ ବର୍ବାଦ କରିଛ, ମୁଁ ଛାଡ଼ିବିନି। ତପସ୍ୱିନୀ ୪୭ଦିନ ବସିଛି, ମୁଁ ୧୦୦ ବର୍ଷ ବସିବି। ଶୁଣନ୍ତୁ ପୂରା କାହାଣୀ
ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି
ଓଟିଭିର ୟୁଟ୍ୟୁବ୍ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି।
ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।
ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍ଜିଟ୍। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।
ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ଜରିଆରେ ସୋସିଆଲ ମିଡିଆରେ ସେ ଛାଡ଼ିଛନ୍ତି।
ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।
ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ ଜାହିର କରୁଥିବା ବେଳେ କିଛି ନିର୍ମାଣ ଓ ସଂରଚନା ସମୟ ଗର୍ଭରେ ଲୀନ ହୋଇଯାଇଛି । କିଛି ନିର୍ମାଣ ବର୍ତ୍ତମାନ ଗବେଷଣା ତଥା ଖନନରୁ ମିଳିପାରୁଛି । ସେହିଭଳି ଏକ ନିର୍ମାଣ ରାଜା ରାମସେ ଦ୍ୱିତୀୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ନିକଟ ଅତୀତରେ ଖନନରୁ ମିଳିପାରିଛି ।
ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ।
କୋର୍ଟଙ୍କ ରାୟ କପି ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୂଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ।
ନୂଆ କିମ୍ବା ମଧ୍ୟମଧରଣର ଚାକିରିଆଙ୍କ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ଭୁବନେଶ୍ୱର । କାରଣ ସେମାନଙ୍କୁ ଏଠାରେ ମିଳେନି ଭଲ ଦରମା । ହେଲେ ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର ।
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ ।
ଆଲୋଚନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ୧୦ଟି ଅକାଂକ୍ଷୀ ଜିଲ୍ଲାରେ ୩ ହଜାର ୯ଶହ ୩୩ ଗ୍ରାମରେ ଫୋର୍ ଜି ସଂଯୋଗୀ କରଣ କରିବ ଏହି ମୋବାଇଲ ଟାଓ୍ୱାର ।
ଘରର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମ୍ରେ ତପସ୍ୱିନୀ ଅଛନ୍ତି। ା
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।
ଭତ୍ତା ଟଙ୍କା ପାଇଁ ଖୁବ୍ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅନଲାଇନ୍ ଭତ୍ତା ବ୍ୟବସ୍ଥା ହେବା ପରେ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି ।
ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି ।
ପ୍ରେମ ଆଗରେ ସବୁ ଫିକା । କେତେବେଳେ ପ୍ରେମ ଜୀବନ ଦେଇଥାଏ ତ ଆଉ କେତେବେଳେ ଜୀବନ ନେଇଥାଏ । ପରିସ୍ଥିତି ଯେମିତି ଥାଉନା କାହିଁକି ଶେଷରେ ପ୍ରେମ ହିଁ ବିଜୟ ହାସଲ କରିଥାଏ । ଏଭଳି ଏକ ନିଆରା ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
କେହି ବୁଝି ପାରିଲେନି ମୂକବଧିର ଯୁବକଙ୍କ ଅନୁରୋଧ । ଉପାୟଶୂନ୍ୟ ହୋଇ ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲରିରେ ପକେଇ ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ । ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ଦୁଇ ଜଣ ମହିଳା ଡାକ୍ତର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି...ମହାରାଷ୍ଟ୍ର ନାଗପୁରରେ ନିଆରା ନିର୍ବନ୍ଧ ସରିଲା.. ଗୋଆରେ ଉଭୟ ବିବାହ କରିବେ... ଘର ଲୋକଙ୍କ ବି କୌଣସି ଆପତ୍ତି ନାହିଁ
ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।