Advertisment

ପ୍ରି-ୱେଡିଂ ଫଟୋସୁଟ୍‌ରେ ମଶାଣିର ଭୟଙ୍କର ଚିତ୍ର

ବିବାହ ଏକ ଶୁଭକାମ ହୋଇଥାଏ। ଏନେଇ ଏହା ସହିତ ଜଡିତ ସବୁ କାମକୁ ସକାରାତ୍ମକ ଭାବେ କରାଯାଏ। କିନ୍ତୁ ଜଣେ ଦମ୍ପତି ଏମିତି କିଛି କରିଛନ୍ତି ଯାହା ଅମଙ୍ଗଳର ସୂଚନା ଦିଏ।

author-image
Pramod Behera
ଅଦ୍ୟତନ ହୋଇଛି
In wedding shoot bride and groom pose in coffins

In wedding shoot bride and groom pose in coffins

ଜୀବନରେ କିଛି ଅଲଗା କରିବା ଚକ୍କରରେ ଅନେକ ଲୋକ ଏମିତି କିଛି କରନ୍ତି ଯେ ଯାହା ସାଧାରଣ ଲୋକଙ୍କ ଚିନ୍ତାରେ ପକେଇଦିଏ। ଥାଇଲ୍ୟାଣ୍ଡର ଏକ ଦମ୍ପତି ଏମିତି କିଛି କରିଛନ୍ତି। ସେମାନେ ଏକ ଶ୍ମଶାନରେ ସେମାନଙ୍କର ବିବାହ ଫଟୋସୁଟ୍ କରିଛନ୍ତି। ଏହି ଭୟାନକ ଫଟୋସୁଟ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରି-ୱେଡିଂ ଫଟୋସୁଟ୍‌ର ବିଷୟବସ୍ତୁ ଥିଲା ଅନ୍ତିମ ସଂସ୍କାର।

Advertisment

ଭାଇରାଲ ହେବାରେ ଲାଗିଥିବା ଏହି ଫଟୋସୁଟ୍‌ଟି ୩୨ ବର୍ଷୀୟ ଥାଇ ଗ୍ରାଫିକ୍ସ ଡିଜାଇନର୍ ନଣ୍ଟସ୍ କଙ୍ଗଚାଓଙ୍କ ପ୍ରି-ୱେଡିଂ ସୁଟ୍। ଏହାକୁ ଏପର୍ଯ୍ୟନ୍ତ ହଜାରେ ଥର ଶେୟାର ହୋଇସାରିଲାଣି। ସେ ନିଜେ ଏହାକୁ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଶେୟାର କରିଛନ୍ତି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଦମ୍ପତି ଏକତ୍ର ବହୁତ ସୁନ୍ଦର ଲାଗୁଛନ୍ତି। ଉଭୟ ଧଳା ପୋଷାକରେ ଖୁବ୍ ସୁନ୍ଦର ଦିଶୁଛନ୍ତି। ବିବାହ ଏକ ନୂତନ ଜୀବନର ଆରମ୍ଭ ବୋଲି ବିବେଚନା କରାଯାଉଥିବାବେଳେ ଏହି ଫଟୋସୁଟ୍‌ରେ ସେମାନଙ୍କ ଜୀବନର ଶେଷ ସମୟକୁ ଦର୍ଶାଯାଉଛି। ନିଜକୁ ଖୁବ ଭଲଭାବେ ସଜେଇ ଥିବା ଏହି ଦମ୍ପତି ମଶାଣି, କଫିନ୍ ଏବଂ କବର ଚାରିପାଖରେ ସେମାନଙ୍କର ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳେ।

Advertisment

ଗୋଟିଏ ଫଟୋରେ ଏହି ଦମ୍ପତି ଶ୍ମଶାନର ଏକ ସମାଧି ଫଳକ ନିକଟରେ ଠିଆ ହୋଇଛନ୍ତି। ଏଠାରେ ନଟ୍ସ ତାଙ୍କ ସାଥୀଙ୍କୁ "ମ୍ୟାମୀ ମି" ର ଏକ ପ୍ଲାକାର୍ଡ ଦେଖାଇ ପ୍ରସ୍ତାବ ଦେଉଛନ୍ତି। ତାଙ୍କ ସାଥୀ ସମାଧି ଫଳକ ପାଖରେ ଠିଆ ହୋଇଥିବାବେଳେ ନଟ୍ସ ନିଜେ ଆଣ୍ଠୁ ଭାଙ୍ଗି ବସିଛନ୍ତି।

ଅନ୍ୟ ଏକ ଫଟୋରେ ଏହି ଅଜବ ଦମ୍ପତି କବର ଭିତରେ ଶୋଇ ଫଟୋଗ୍ରାଫ୍ କରିଛନ୍ତି। ଏଥିରେ ନୋଟ୍ସଙ୍କୁ ତାଙ୍କ ସାଥୀ ଏକ ସିଲ୍କି ଧଳା ରଙ୍ଗର କଫନରେ ଗୁଡ଼ାଇଥିବାର ଦେଖାଯାଏ। ନୋଟ୍ସ ତାଙ୍କ ହାତକୁ ନମସ୍କାର ମୁଦ୍ରାରେ ରଖିଥିବା ଦେଖାଯାଏ।

In wedding shoot bride and groom pose in coffinsପ୍ରି-ୱେଡିଂରେ ମଶାଣିରେ ଫଟୋସୁଟ୍‌

ଏହି ଫଟୋଗୁଡ଼ିକ ଭାଇରାଲ୍‌ ହେବା ପରେ ଥାଇଲ୍ୟାଣ୍ଡର ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହି ଫଟୋଗ୍ରାଫ୍‌କୁ ଅସମ୍ମାନ ବୋଲି ବିବେଚନା କରୁଥିବାବେଳେ କିଛି ଲୋକ କହିଛନ୍ତି ଯେ ବିବାହ ବନ୍ଧନକୁ ଏହିପରି ଦେଖାଇବା ସେମାନଙ୍କ ପାଇଁ ପାପ ହେବ।

କ୍ରୋଧିତ କୋଛି ବିକ୍ତିମାନେ ମଧ୍ୟ ଦମ୍ପତିଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ବିବାହକୁ ପରିହାସ କରିବା ଉଚିତ ନୁହେଁ। ବିଶେଷକରି ଶ୍ମଶାନରେ ଏଭଳି ଅଜବ କାମ କରିଥିବାରୁ ଲୋକମାନେ ତାଙ୍କୁ କହିଛନ୍ତି ଯେ ଏହା କୌଣସି ହାସ୍ୟାସ୍ପଦ ନୁହେଁ କି ଖେଳଘର ନୁହେଁ। ଏହା ବିପଦ ହୋଇପାରେ।

ସେହିପରି କିଛି ଲୋକ ମଧ୍ୟ ଦମ୍ପତିଙ୍କ ପକ୍ଷ ନେଇ ସେମାନଙ୍କ ଫଟୋସୁଟ୍‌କୁ ପସନ୍ଦ କରିଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ସୃଜନଶୀଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି।

Ajab Gajab
Advertisment
Advertisment