ଆମେରିକାର ଜଣେ ବାରିକ ନିଜ ସେଲୁନକୁ ଆସୁଥିବା ଗ୍ରାହକଙ୍କ କେଶ କାଟିବା ପରେ ସେସବୁକୁ ସାଇତି ରଖି ଦୁନିଆର ସବୁଠୁ ବଡ ମାନବ କେଶ ବଲ ତିଆରି କରିଛନ୍ତି ।
ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆର୍ର୍ପାର୍ ଲଢ଼େଇ । ସମୟ ସକାଳ ପ୍ରାୟ ସାଢ଼େ ୧୧ଟା । JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ ।
ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା ।
ଏ କୁଆପଥର ସବୁ ସାରିଦେଲା: ମାଟିରେ ମିଶିଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା, ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ ।
ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ସଂସାର। ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି କେବଳ ସରକାରୀ ସାହାଯ୍ୟକୁ।
ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।
ସୁନ୍ଦରଗଡ଼ ରମ୍ପିଆ କୋଲ ବ୍ଲକର ଘୋଘରପାଲିର ନିଛାଟିଆ ଅଞ୍ଚଳରେ ଟନ୍ ଟନ୍ କୋଇଲା ଥୁଆ ହୋଇଛି । ବେଆଇନ୍ ଖନନ ଦ୍ୱାରା ସବୁ ଖୋଳା ହୋଇଛି । ଦିନବେଳା ଶ୍ରମିକ ଲଗାଇ ମାଫିଆ ଖୋଳୁଛନ୍ତି, ଆଉ ରାତି ହେଲେ ଛତିଶଗଡ଼କୁ ହେଉଛି ଚାଲାଣ । ସକାଳ ଯାଏଁ ଟ୍ରକ ଟ୍ରକ୍ କୋଇଲା ବୁହା ଚାଲିଛି
ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।
ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।
ଏକ ନିଆରା ତଥା ରହସ୍ୟମୟ ଆଇଲ୍ୟାଣ୍ଡ । ଯାହାର ନାଁ କ୍ଲିପର୍ଟନ୍ ଅଇଲ୍ୟାଣ୍ଡ । ଏହା ପ୍ରଶାନ୍ତ ମହାସାଗରରେ ମାତ୍ର ୬ କିଲୋମିଟର ବର୍ଗ କ୍ଷେତ୍ରରେ ବ୍ୟାପ୍ତ । ଏହି ଦ୍ୱୀପ ସହ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ପାଖାପାଖି ୧୯୧୦ରେ ଏଠାରେ ଲୋକମାନେ ବସବାସ କରୁଥିଲେ । କିନ୍ତୁ ମେକ୍ସିକୋରେ ସିଭିଲ୍ ୱାର ପରେ ଏହି ଦ୍ୱୀପକୁ ଯେପରି ସମସ୍ତେ ଭୁଲିଗଲେ । ହେଲେ କାହିଁକି । ଏହାପରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା କଣ ହୋଇଥିଲା । ଏଭଳି ଅନେକ ପ୍ରଶ୍ନକୁ ନେଇ ଚାଲନ୍ତୁ ଜାଣିବା ଏହି ଆଇଲ୍ୟାଣ୍ଡର ରହସ୍ୟ ।
ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।
ବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ । ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି କି ଶବ ସତ୍କାର କରିବାକୁ ଆସିଲେନି ।
ଗାଁ ଲୋକେ ନିଜ ପାନବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ। ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା।
୩ଦିନ ହେଲା ଫେରିଲାନି ଝିଅ । ଝିଅକୁ ଫେରାଇ ଦିଅ କହି କାନ୍ଦୁଛି ମା’ ।
ନିଜେ ଭିକ୍ଷା ମାଗି ଚଳୁଥିଲେ । ବଳକା ପଇସା ମନ୍ଦିରକୁ ଦାନ କରୁଥିଲେ । ଲୋକଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ । ନିଜର ସଂପର୍କୀୟ ବୋଲି ପାଖରେ କେହି ନଥିଲେ । ତାଙ୍କ ଘର କେଉଁଠି କେହି ଜାଣନ୍ତି ନାହିଁ । ହେଲେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଲା ପରେ ଶବ ସଂସ୍କାର କଲେ ସ୍ୱେଚ୍ଛାସେବୀ । ଏକାଦଶାହ କ୍ରିୟାକର୍ମ କରି ଅଜାଡି ଦେଲେ ସ୍ନେହ, ପ୍ରେମ ଓ ଅଜସ୍ର ସମ୍ମାନ ।
ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।
ଛି ଛି ଲୋ... ସୁଆଦିଆ ଖାଇବାରେ ମିସୁଛି ଏ ପଚା ସସ୍, ତିଆରି ଦେଖିଲେ ବାନ୍ତି ବାହାରି ପଡ଼ିବ: ସାଲୁବାଲୁ ପୋକ, ଉଡ଼ୁଛନ୍ତି ମାଛି ଭଣଭଣ ।
ହୋମ୍ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମାଆ କୁକୁରଟି କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲା।
ଏଭଳି ଏକ ସହର ସମ୍ପର୍କରେ କେବେ ଶୁଣିଛନ୍ତି ଯାହାର କୌଣସି ଅସ୍ତିତ୍ୱ ନଥିବ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ତେବେ ଏଭଳି ଏକ ସହର ଅଛି କାହିଁକି । କେଉଁ ବିଶେଷତ୍ତ୍ୱ କାରଣରୁ ଏହି ସହରର ଗଠିଉଠିଥିଲା । ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ତୁର୍କୀର ଦିୟାରବକର ସହର ମଧ୍ୟ ସେହିଭଳି ଏକ ସହର ଯାହାର କୌଣସି ଅସ୍ତିତ୍ୱ ନାହିଁ ବୋଲି କୁହାଯାଏ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଏହା ତୁର୍କୀର କୁଦସ୍ତାନର ରାଜଧାନୀ । ତେବେ କଣ ହୋଇଥାଇପାରେ ରହସ୍ୟ । ଚାଲନ୍ତୁ ଜାଣିବା ।
ବସ ଟର୍ମିନାଲ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଠିକ ସମୟରେ ତିଆରି ହୋଇପାରୁନି ।
ଦିନେ ରେଲୱେ ଷ୍ଟେସନ୍ରେ କୁଲି କାମ କରୁଥିଲେ...ଏବେ IAS ପାଇବା ପରେ କଲେକ୍ଚଟର ହେବେ...ସେବେ ବଂଚିବା ପାଇଁ ସଂଘର୍ଷ କରୁଥିଲେ, କିନ୍ତୁ ଏବେ ଉଚ୍ଚ ବେତନର ଚାକିରି କରିବେ
ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଂଚଳ ସାପଘରା ଗାଁ ର ଡମାନ ମୁର୍ମୁ ବୟସ ୪୩ବର୍ଷ । ହତ୍ୟା ଅଭିଯୋଗ ରେ ସଜା କାଟୁଥିବା ବନ୍ଦୀ ଡମାନ ମୁର୍ମୁ ଗତକାଲି ବିଳମ୍ବିତ ରାତିରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ଏହା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସରକାରୀ ଚାକିରି କରିଛନ୍ତି, ବାଡ଼ିରେ ପରିଶ୍ରମ କରି ସେଓ, ନାସପାତି ସହ ଅନେକ ପ୍ରକାର ମିଠା ଫଳ ଫଳାଉଛନ୍ତି। ପାଣି ଦେବାଠୁ ଆରମ୍ଭ କରି ଗଛର ନିଜେ ଯତ୍ନ ନେଉଛନ୍ତି...ଗଛରେ ଫଳିଥିବା ଫଳକୁ ଦେଖିଲେ ଆପଣ ବି ଘଡ଼ିଏ ଛିଡ଼ା ହୋଇ ରହିବେ...ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ଏହି ଫଳ ବଗିଚା...
ଚୀନର ଗ୍ରେଟ୍ ୱାଲ୍ ଅଫ୍ ଚାଇନା ସମ୍ପର୍କରେ ପୁରା ଦୁନିଆ ଜାଣିଛି । ଏହାକୁ ସପ୍ତାଶ୍ଚର୍ଯ୍ୟରେ ଗଣାଯାଏ । କିନ୍ତୁ ଚୀନରେ ଆଉ ଏକ ମହାନ କାନ୍ଥ ମଧ୍ୟ ରହିଛି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ଏହା ଏକ ଐତିହାସିକ କାନ୍ଥ, ଯାହା ଇତିହାସ ବଖାଣିଥାଏ । ଆଉ ଏହି କାନ୍ଥ ରହିଛି ଚୀନର ନାନଜିଙ୍ଗ ସହରରେ । ତେବେ କଣ ଏହି କାନ୍ଥ, ଆଉ କଣ ଏହାର ଇତିହାସ, ଚାଲନ୍ତୁ ଜାଣିବା
ଲରଙ୍କୁ ଅପେକ୍ଷା ଭିତରେ ବର୍ଷାରେ ଭିଜି ଗଜା ଧରିରାଣି ସାଇତା ଧାନ। ଏହା ସତ୍ତ୍ୱେ ଏଯାଏଁ ମିଲର୍ସଙ୍କ ଦେଖାନଥିବା ଅଭିଯୋଗ କରିଛନ୍ତି ଚାଷୀ।