• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଇରଙ୍ଗପୁର ଉପକାରାଗାରରେ ହତ୍ୟା ଅଭିଯୁକ୍ତ କଏଦୀଙ୍କ ମୃତ୍ୟୁ ଘଟିଛି । ହତ୍ୟା ଅଭିଯୋଗ ରେ ସଜା କାଟୁଥିବା ବନ୍ଦୀ ଡମାନ ମୁର୍ମୁ ଗତକାଲି ବିଳମ୍ବିତ ରାତିରେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ଏହା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଟାଉନ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁ ଥିବା କଥା ଜଣା ପଡ଼ିଛି ।

ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଂଚଳ ସାପଘରା ଗାଁ ର ଡମାନ ମୁର୍ମୁ ବୟସ ୪୩ବର୍ଷ । ୨୦୧୫ରେ ତାଙ୍କ ପଡୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କରି ରାଇରଙ୍ଗପୁର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଗତକାଲି ରାତିରେ ଡମାନ ଶୌଚାଳୟ ଯାଇଥିବା ବେଳେ ଅଚେତା ହୋଇ ପଡିଯାଇଥିଲେ । ତତକ୍ଷଣାତ ଜେଲ ସୁପରିଟେଣ୍ତେଣ୍ଟ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କର ମୃତ୍ୟୁ ନେଇ ଜେଲରେ ଉପସ୍ଥିତ ଡାକ୍ତର କହିଛନ୍ତି ଯେ ତାଙ୍କର ପୂର୍ବରୁ ମାନସିକ ବିକୃତି ରହିଥିଲା, ଏନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ମଝିରେ ମଝିରେ ତାଙ୍କର ଦେହ ଗୁରୁତର ହୁଏ ବୋଲି ସେ କହିହନ୍ତି । କାଲି ହଠାତ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।