• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦୂର ହେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ  ।

ଦିଲ୍ଲୀ ଗସ୍ତରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପରେ ମୋହର ବାଜିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ । 

ଅଧିକ ପଢ଼ନ୍ତୁ: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଭୁବନେଶ୍ବର ସାଂସଦଙ୍କ ପ୍ରସ୍ତାବ ଅନୁସାରେ ପଳାଶୁଣିରେ ଥିବା ୪ ଥାକିଆ ରାସ୍ତାକୁ ୬ ଥାକିଆ କରାଯିବ । ବର୍ତ୍ତମାନ ଗଙ୍ଗୁଆ ନାଳ ଉପରେ ୪ ଥାକିଆ ପୋଲ ରାସ୍ତା ରହିଛି । ୪ ଥାକିଆ ରାସ୍ତାରେ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଆଉ ଗୋଟିଏ ଲେଖାଏ ଲେନ୍ ରାସ୍ତା ବାହାର କରାଯିବ । 

୨୪୦ ମିଟର ଲମ୍ବ ବିଶିଷ୍ଟ ପୋଲ ଉପରେ ଆଉ ଦୁଇଟି ଅତିରିକ୍ତ ଲେନ୍ ପୋଲ ରାସ୍ତା ନିର୍ମାଣ କରାଯିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିବାରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ । 

ଅଧିକ ପଢ଼ନ୍ତୁ: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

OTV is now on Whatsapp

Join and get latest news update delivered to you via whatsapp

Join Now