• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

watch Ashara Alok episode
ସବୁ ପୁଅମାନେ ନିଶ୍ଚୟ ଦେଖନ୍ତୁ, ଲୁହରେ ଭରିଗଲା ବାପା-ମାଆଙ୍କ ଆଖି

ଯାହାର ଆକଟ ଆମକୁ ଶିଖାଇଛି ନୀତି ଆଦର୍ଶ। ଯାହାର ସ୍ନେହ ପାଇ ଆମେ ଆଜି ଅନ୍ୟକୁ ଦେଇ ପାରୁଛୁ ସ୍ନେହ। ସେହି ବାପା-ମାଆଙ୍କ ଆଖିରେ ଲୁହ ଦେବା ଠିକ ନୁହେଁ। କାରଣ ଦିନେ ସେହି ଲୁହ ଆପଣଙ୍କ ପାଇଁ ପାଲଟି ଯାଇପାରେ ଅଭିଶାପ...

Director Of UN WFP Meets CM Naveen Patnaik
ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

Little boy lifted tractor with the power of his hands
ଟ୍ରାକ୍ଟରଟିକୁ ସହଜରେ ଉଠାଇଦେଲା ଏକ ଛୋଟ ପିଲା

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ଏକ ଅସମ୍ଭବ କାମକୁ କରି ଦେଖେଇ ଦେଇଛି ଏକ ଛୋଟ ପିଲା। ସେ ଏକ ଟ୍ରାକ୍ଟରକୁ ସହଜରେ ଟେକିଦେଉଥିବା ଦେଖିବାକୁ ମିଳୁଛି।

Restaurant bans to serve food who wearing expensive clothes
ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ରେଷ୍ଟୁରାଣ୍ଟରେ ମିଳିବନି ସେବା

ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।

ଆମ୍ୱୁଲାନ୍ସ ଡ୍ରାଇଭର
ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Power Tariff Hikes
ଗ୍ରୀଡକୋର ଋଣ ସୁଝିବେ ସାଧାରଣ ଉପଭୋକ୍ତା !

ଋଣ କଲା ଜଣେ, ସୁଝିବ ଆଉ ଜଣେ । ଆଉ ଏବେ ସବୁ ଆର୍ଥିକ ବୋଝ ଉପଭୋକ୍ତାଙ୍କ ଉପରେ ଲଦିବାକୁ ମସୁଧା, କାହିଁକି ନା ଆର୍ଥିକ ସଙ୍କଟରେ ଥିବା ଗ୍ରୀଡକୋର ବାକି ପଡିଛି ୭ ହଜାର ୭ ଶହ ୮୮ କୋଟି ଟଙ୍କା ।

Dhinkia Tension
ଜଗତସିଂହପୁରର ଢିଙ୍କିଆ ଅଶାନ୍ତିକୁ ନିଜେ ଦେଖିଲେ ହାଇକୋର୍ଟଙ୍କ ହାଇଲେବଲ୍ କମିଟି

ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ।

 Baijayant Panda statement on CM Kejriwal
କେଜରିଓ୍ୱାଲଙ୍କ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହେବନି: ଵୈଜୟନ୍ତ

କେଜରିଓ୍ୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରାଯିବନି।

President Ramnath Kobind at puri temple
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜିଉ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

fake spice factory
କଟକରେ ନକଲି ମସଲା କାରଖାନାରେ ଚଢ଼ାଉ

ନକଲି ମସଲା କାରଖାନାରେ ଚଢ଼ାଉ। ବିପୁଳ ନକଲି ସାମଗ୍ରୀ ଠାବ । କଟକ ବୟାଳିଶମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।

The greatness of the ambulance driver
ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା । ବୃଦ୍ଧଙ୍କୁ ଫେରାଇଛନ୍ତି ୬ ହଜାର ଟଙ୍କା ।

president
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଲେ ।

Simon Nellist killed in shark attack at Little Bay, south of Sydney
ମାତ୍ର ୭ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ହେଲେ ଉଠିଲା କୋକେଇ

ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍‌ ନେଲିଷ୍ଟ୍‌ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।

Know The Rape Cases That Shocked Odisha
ଏହି ସବୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଶାସନଗାଦିକୁ ହଲଚଲ କରିଦେଇଥିଲା

ଛବିରାଣୀଙ୍କଠୁ ଅଂଜନା...ବେବିନାଙ୍କଠୁ କୁନ୍ଦୁଲି ଏମାନେ ସମସ୍ତେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ନ୍ୟାୟ ଅପେକ୍ଷାରେ କିଏ ଆଖି ବୁଜିଛି ତ ଆଉ କିଏ ଏବେ ଅପେକ୍ଷା କରିଛି ନ୍ୟାୟ ପାଇବାକୁ। ନର ପିଶାଚଙ୍କ ସେହି ବର୍ବରକାଣ୍ଡ ପାଇଁ ଏମାନେ ସମସ୍ତେ ସାଙ୍ଘାତିକ କଷ୍ଟ ବି ଭୋଗିଛନ୍ତି।ତେବେ ରାଜ୍ୟର ଏହି ଗଣଦୁଷ୍କର୍ମ ଘଟଣା ଏମିତି ଥିଲା କି ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା।

Administration Extends Helping Hand To Man Suffering From Kidney Disease
ସ୍ୱାମୀର ଚିକିତ୍ସା ପାଇଁ ଭିକ ମାଗୁଥିଲେ ସ୍ତ୍ରୀ-ପୁଅ, ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍‍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ।

Belgian Malinois Inducted In Odisha Police' K9 Squad
ହୁସିଆର ଅପରାଧୀ ! ଏଣିକି ଅପରାଧ କରି ଆଉ ଖସି ପାରିବେନି, ମାଡ଼ି ବସିବ ଏହି ବିଦେଶୀ କୁକୁର...

ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।

A bus from Odisha carrying migrant labourers to Kerla meets with an accident on NH-5
ଆନ୍ଧ୍ରରେ ଓଲଟିଲା ଓଡ଼ିଶା ବସ୍‌

ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।

Retired Navy Officer Explores India On Bike, Covers 20000 Kms In One Go!
ବାଇକ୍‌ରେ ୨୦ ହଜାର କି.ମି ବୁଲି ରେକର୍ଡ କଲେ ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର

ବାଇକ୍‌ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।

Trailer Falls Off Bridge
ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଲା ଟ୍ରେଲର

ବ୍ରିଜ୍‌ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।

 President To Visit Odisha
ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ ମିନିଟ୍‌ରେ ବାହାରିବେ। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

All family members look alike
ଦୁଇ ଭଉଣୀଙ୍କ ଯାଆଁଳା ସ୍ୱାମୀ; ଉଭୟଙ୍କ ପିଲାମାନେ ବି ଯାଆଁଳା

ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଜଣେ ଜଣେ ପିଲା ଜନ୍ମ ହେଲେ। ସେମାନେ ବି ହେଲେ ଯାଆଁଳା।

Sea level to rise up to a foot by 2050
ଦ୍ୱାରମୁହଁରେ ବିପଦ: ବିନାଶ ହେବ କି ପୃଥିବୀ!

ପୃଥିବୀ ଆଡକୁ ମାଡିଆସୁଛି ବିପଦ। ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଗ୍ଲେସିୟର୍‌ଗୁଡିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯଦି ବାୟୁମଣ୍ଡଳକୁ ଶିତଳ କରିବାର ପ୍ରୟାସ କରା ନ ଯାଏ, ତେବେ ପୃଥିବୀକୁ ସାମ୍ନା କରିବାକୁ ହେବ ଭୟଙ୍କର ବିପଦ।

Anoushka Jolly, 13 year old girl creates anti bullying app
ବୟସ ମାତ୍ର ୧୩, ତିଆରି କରିଦେଲେ ନିଆରା ଆପ୍

‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଜଲି। ମାତ୍ର ୧୩ ବର୍ଷରେ ସେ ଏମିତି ଏକ ଆପ୍ ତିଆରି କରିଛନ୍ତି ଯାହା ନେଇ ସେ ସମସ୍ତଙ୍କ ପ୍ରେରଣା ପାଲଟି ଯାଇଛନ୍ତି। ତେବେ କିଏ ଏହି ଅନୁଷ୍କା, ଆସନ୍ତୁ ଜାଣିବା।

Puri Gajapati Maharaj
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ଗଜପତି ମହାରାଜ

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା ।

Police van Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ପୋଲିସଙ୍କ ଜୀବନ, ୧୪ ଗୁରୁତର

ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।