Advertisment

ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ରେଷ୍ଟୁରାଣ୍ଟରେ ମିଳିବନି ସେବା

ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।

author-image
Pramod Behera
ଅଦ୍ୟତନ ହୋଇଛି
Restaurant bans to serve food who wearing expensive clothes

Restaurant bans to serve food who wearing expensive clothes

ସମାଜରେ ସମାନ ଦୃଷ୍ଟିରେ ଦେଖାଯାଉ ବା ନ ଦେଖାଯାଉ, କିନ୍ତୁ ରେଷ୍ଟୁରାଣ୍ଟରେ ସମସ୍ତଙ୍କୁ ସମାନ ହେବାକୁ ପଡିବ। ଏହା ଶୁଣିବା ଆଶ୍ଚର୍ଯ୍ୟଜନକ ହୋଇପାରେ କିନ୍ତୁ କଥାଟି ସତ। କାରଣ ରେଷ୍ଟୁରାଣ୍ଟ ମାଲିକ ଏପରି ପଦକ୍ଷେପ ନେଇଛନ୍ତି ଯାହାକୁ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। କେହି ନିଜକୁ କାହା ଠାରୁ ଛୋଟ ଭାବିବା ଉଚିତ ନୁହେଁ। କେହି ନିଜକୁ ଲଜ୍ଜିତ ଅନୁଭବ କରିବା ଉଚିତ ନୁହେଁ। ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ। ସେ ଏହି ନିୟମ ଏଥିପାଇଁ କରିଛନ୍ତି ଯେ ଏଠାକୁ ଆସୁଥିବା ଲୋକମାନେ ନିଜକୁ ଯେପରି ସମାନ ଭାବିବେ।

Advertisment

ଅଷ୍ଟ୍ରେଲିଆର ସିଡନୀରେ ଥିବା ରେଷ୍ଟୁରାଣ୍ଟ ଏବଂ କ୍ଲବ୍ ବେଡୁଇନ୍ ଏହାର ପରିଦର୍ଶକମାନଙ୍କ ପାଇଁ ଏକ ନିଆରା ନିୟମ ସୃଷ୍ଟି କରିଛି। ତାହା ହେଉଛି, ଏଠାକୁ ଆସୁଥିବା ଲୋକମାନେ ଦେହରେ ମହଙ୍ଗା ଶୋ’ ପୋଷାକ, ଭାରୀ ଅଳଙ୍କାର ଏବଂ ଟାଟୁ ନେଇକି ଆସି ପାରିବେ ନାହିଁ। ଏହି ନିୟମ ସେତେବେଳେ ଲାଗୁ କରାଯାଇଥିଲା ଯେତେବେଳେ ସହରର ବଡ ବଡ ସେଲିବ୍ରିଟି ଓ ରାଜନେତାମାନେ ଏଠାକୁ ପ୍ରାୟ ଆସୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏହି ନିୟମକୁ ପରିହାସ କରି ଏହାକୁ ଏପ୍ରିଲ୍ ଫୁଲ୍ ବୋଲି କହିଥିଲେ। କିନ୍ତୁ କ୍ଲବ୍‌ ମାଲିକ ନିଜ ନିୟମକୁ ବଦଳେଇଲେ ନାହିଁ।

ନିଜର ଲାଭ-କ୍ଷତିକୁ ନଦେଖି, ବଡ ବଡ ନେତା-ଅଭିନେତାଙ୍କ ବିରୋଧକୁ ଖାତିର ନକରି ଏକ ରେଷ୍ଟୁରାଣ୍ଟ ଏବଂ କ୍ଲବ୍ ଏପରି ପଦକ୍ଷେପ ନେଇଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସମସ୍ତଙ୍କୁ ସାଧାରଣ ଲୋକ ପରି ଏଠାକୁ ଆସିବାକୁ ପଡିବ। ସାଧାରଣ ବ୍ୟକ୍ତିଙ୍କ ପରି ସାଧାରଣ ପୋଷାକ ଏବଂ ଅଳଙ୍କାର ପିନ୍ଧିବାକୁ ପଡିବ, ଏଠାରେ ଛୋଟ କିମ୍ବା ବଡ ବୋଲି କିଛି ନାହିଁ, ସମସ୍ତଙ୍କୁ ସମାନ ବ୍ୟବହାର କରାଯିବ।

Advertisment

ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ହେଉଛି ଏଠାକୁ ଆସୁଥିବା ଲୋକ ଯେପରି ନିଜକୁ ଆରାମ ଭାବିବେ। ଅତ୍ୟଧିକ ଧନୀ ଏବଂ ପ୍ରଭାବଶାଳୀ ଲୋକଙ୍କୁ ଦେଖି ସେ ଏଠାକୁ ଆସିବାକୁ ଭୟ କିମ୍ବା ସଂକୋଚ କରିବା ଉଚିତ ନୁହେଁ। ତେଣୁ ଡବଲ୍ ବେରେ ଥିବା ବେଡୁଇନ୍ ରେଷ୍ଟୁରାଣ୍ଟ ଆଣ୍ଡ୍ କ୍ଲବ୍ ବର୍ତ୍ତମାନ ଏକ ଅଦ୍ଭୁତ ଡ୍ରେସ୍ କୋଡ୍ ଜାରି କରିଛି।

ଏହାର ସହ-ମାଲିକ ପୋଆଟା ଓକେରୋଓ କହିଛନ୍ତି ଯେ ସମାଜର ପ୍ରତ୍ୟେକ ବର୍ଗକୁ ଧ୍ୟାନରେ ରଖି ଆମେ ଏହି ନିୟମ କରିଛୁ। ସମସ୍ତେ ଯେପରି ଗୋଟିଏ ଘରର ବୋଲି ଭାବିବେ, ସେଥିପାଇଁ ଏହି ନିୟମଗୁଡିକ ସ୍ଥିର କରାଯାଇଛି। ରେଷ୍ଟୁରାଣ୍ଟ କହିଛି ଯେ ଯେଉଁମାନେ ସେମାନଙ୍କର ନିୟମ ପସନ୍ଦ କରନ୍ତି ନାହିଁ ସେମାନେ ଅନ୍ୟତ୍ର ଯିବାକୁ ସମ୍ପୂର୍ଣ୍ଣ ମୁକ୍ତ।

Ajab Gajab
Advertisment
Advertisment