Advertisment

ଦୁଇ ଭଉଣୀଙ୍କ ଯାଆଁଳା ସ୍ୱାମୀ; ଉଭୟଙ୍କ ପିଲାମାନେ ବି ଯାଆଁଳା

ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଜଣେ ଜଣେ ପିଲା ଜନ୍ମ ହେଲେ। ସେମାନେ ବି ହେଲେ ଯାଆଁଳା।

author-image
Pramod Behera
ଅଦ୍ୟତନ ହୋଇଛି
All family members look alike

All family members look alike

ପ୍ରକୃତିର ଖେଳ ଆଗରେ ଆଉ ସବୁ ବିଫଳ। ପ୍ରକୃତିର ଏହି ଅନନ୍ୟ ଖେଳକୁ ନେଇ ଦୁଇ ଭଉଣୀ କହିଛନ୍ତି ଯେ ସେମାନଙ୍କର ପିଲାମାନେ କେବଳ ଭାଇ କି ସମ୍ପର୍କୀୟ ନୁହଁନ୍ତି ସେମାନେ ଯାଆଁଳା ଶିଶୁ ମଧ୍ୟ। ଏହା ଶୁଣିବାକୁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ସତ ହେଉଛି, ଦୁଇ ଶିଶୁ ଅଲଗା ଅଲଗା ପିତାମାତାଙ୍କ ଠାରୁ ଅଲଗା ଅଲଗା ସମୟରେ ଜନ୍ମ ହୋଇଥିଲେ ବି ସେମାନେ ଏକାଭଳି ଦେଖାଯାଉଛନ୍ତି।

Advertisment

ଏକା ଭଳିଆ ଦେଖାଯାଉଥିବା ଏହି ଦୁଇ ପିଲା କେବଳ ସମାନ ପୋଷାକ ପିନ୍ଧନ୍ତି ନାହିଁ ବରଂ ଏକାଭଳି ଖେଳନା, ଏକାଭଳି ଘର, ଏକାଭଳି ପିତାମାତା ମଧ୍ୟ ପାଇଛନ୍ତି। ତେବେ ଦେଖିବା ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ ବି କମ ନୁହେଁ। କିନ୍ତୁ ଏହା ପଛରେ ଯେଉଁ କାରଣ ରହିଛି ତାହା ଆହୁରି ଅଧିକ କୌତୁହଳପୂର୍ଣ୍ଣ।

ଏହି ଦୁଇ ଭଉଣୀ ଏପରି କଥା କହିଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ କହିବାନୁସାରେ, ଉଭୟଙ୍କର ଦୁଇଟି ପୁଅ, ସେମାନେ ଦୁଇ ଭାଇ, ସମ୍ପର୍କୀୟ ଭାଇ ଏବଂ ଯାଆଁଳା ଭାଇ ଅଟନ୍ତି। ବ୍ରିଟ୍‌ନୀ ଓ ବ୍ରିଆନା ଦୁଇ ଯାଆଁଳା ଭଉଣୀ ହୋଇଥିବା ବେଳେ ଜୋସ୍ ଓ ଜେରେମି ଦୁଇ ଯାଆଁଳା ଭାଇ।

Advertisment

ବ୍ରିଟାନି ଏବଂ ବ୍ରିଆନା ଉଭୟ ଏକାଭଳି ଦେଖାଯାଉଥିବା ଯାଆଁଳା ଭଉଣୀ ହୋଇଥିବା ବେଳେ ସେମାନେ ଜୋସ୍ ଓ ଜେରେମି ନାମକ ଦୁଇଟି ସମାନ ଯାଆଁଳା ଭାଇଙ୍କୁ ମଧ୍ୟ ବିବାହ କରିଥିଲେ। ବିବାହ ପରେ ଏହି ଚାରିଜଣ ଗୋଟିଏ ଘରେ ରହୁଥିଲେ। ବର୍ତ୍ତମାନ ସେମାନଙ୍କର ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ସନ୍ତାନ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏହା ହେଉଛି ଯେ ସେମାନଙ୍କର ପିଲାମାନେ ଅଲଗା ଅଲଗା ଦିନରେ ଜନ୍ମ ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ଯାଆଁଳା ହୋଇ ଜନ୍ମ ହୋଇଥିଲେ।

ଦୁଇଟି ଭିନ୍ନ ଦମ୍ପତିଙ୍କ ପିଲାମାନେ ଯାଆଁଳା ହୋଇଥିବାରୁ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କିନ୍ତୁ ଅନେକ ଲୋକ କହିଛନ୍ତି ଯେ ଏହା ପଛର କାରଣ ହେଉଛି ସେମାନଙ୍କ ପିତାମାତା। ଯେହେତୁ ଉଭୟ ସନ୍ତାନଙ୍କର ମା ଓ ପିତା ଦେଖିବାକୁ ଏକାଭଳି ତେଣୁ ସେମାନଙ୍କର ପିଲାମାନଙ୍କର ଚେହେରାକୁ ମଧ୍ୟ ସମାନ ହେବା କୌଣସି ବଡ଼ କଥା ନୁହେଁ। ଯେହେତୁ ସେମାନଙ୍କ ବାପା-ମା’ଙ୍କର DNA ସମାନ ତେଣୁ ସେମାନଙ୍କ ପିଲାମାନେ ମଧ୍ୟ ଦେଖିବାକୁ ଏକାଭଳି ହୋଇଛନ୍ତି।

ଏହାପରେ ବି ଉଭୟ ଶିଶୁ ଗୋଟିଏ ମାସର ବିଭିନ୍ନ ତାରିଖରେ ଜନ୍ମ ହୋଇଥିଲେ, ତେଣୁ ବୟସରେ କୌଣସି ପାର୍ଥକ୍ୟ ନାହିଁ। ଏହି କାରଣରୁ ସେମାନଙ୍କ ପିଲାମାନେ ସମାନ ଶରୀର ଓ ସ୍ୱାସ୍ଥ୍ୟ ସାଙ୍ଗକୁ ରୂପରେ ମଧ୍ୟ ସମାନ ହୋଇଗଲେ। ବର୍ତ୍ତମାନ ଏହି ଉଭୟ ଦମ୍ପତି ସବୁବେଳେ ସମାନ ପୋଷାକ ପିନ୍ଧନ୍ତି ଏବଂ ଏକତ୍ର ରୁହନ୍ତି। ଏପରିକି ଏକାଠି ବୁଲାବୁଲି ବି କରନ୍ତି। ଏମାନେ ଯାଆଁଳା ପରିବାରର ପରିଚୟକୁ ମଧ୍ୟ ଖୁବ ଉପଭୋଗ କରନ୍ତି। ଏକ ଯାଆଁଳା ସମ୍ମିଳନୀରେ ବ୍ରିଟ୍‌ନୀ ଓ ବ୍ରିଆନା, ଜୋସ୍ ଓ ଜେରେମି ପରସ୍ପରଙ୍କୁ ଭେଟିଥିଲେ। ଏହା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Ajab Gajab
Advertisment
Advertisment