/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645255341.jpg)
Administration Extends Helping Hand To Man Suffering From Kidney Disease
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଚିନ୍ତାମଣୀଙ୍କ ପାଖରେ ପହଂଚିଲା ପ୍ରଶାସନା। କିଡନୀ ରୋଗରେ ପୀଡିତ ଥିବା ଚିନ୍ତାମଣୀଙ୍କ ଘରକୁ ପହଂଚି ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ। ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଆପଣ ଏକା ନୁହନ୍ତ ଟିମ୍ ଦ୍ୱାରା ଚିନ୍ତାମଣୀ କିଡନୀ ରୋଗରେ ପୀଡ଼ିତ ଥିବା ପରେ ମଧ୍ୟ ସରକାରୀ ଯୋଜନାରୁ ବଂଚିତ ଥିଲେ। ଆଉ ଏହି ଖବର ଆମେ ପ୍ରସାରଣ କରିଥିଲୁ। ଏବେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା ଚିନ୍ତାମଣୀଙ୍କ ଘରେ ପହଞ୍ଚି ତାଙ୍କୁ ସରକାରୀ ସହାୟତା ଦେଇଛନ୍ତି।
ଦଣ୍ଡ ପାର୍ଟିରେ କେସିଓ ବଜାଇ ପରିବାର ଚଳାଉଥିଲେ। ବାପା,ମା,ସ୍ତ୍ରୀ,ଝିଅ ଓ ପୁଅଙ୍କୁ ନେଇ ସୁଃଖରେ ସଂସାର ବି ଚାଲିଥିଲା। ଆଉ ହଠାତ୍ ପରିବାର ଉପରେ ମାଡ଼ି ଆସିଲା ଦୁଃଖର କଳାବାଦଲ। ବାପାଙ୍କ ହୃଦଘାତରେ ଦେହାନ୍ତ ହେବା ସହ ଚିନ୍ତାମଣୀଙ୍କ ଦୁଇଟି ଯାକ କିଡ଼ନୀ ଅଚଳ ହୋଇଗଲା। ଘରବାଡ଼ି ବିକି ଯାହା ଯେତିକି ଟଙ୍କା ହେଲା ସେଥିଲେ ଚିକିତ୍ସା କରାଇଲେ କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ହେଲା।
ନେଇ ସୁଃଖ ଦୁଃଖରେ ଚଳୁଥିଲା ସଂସାର।ହେଲେ ହଠାତ୍ ଏଇ ଗରିବ ପରିବାର ପାଇଁ ଯେମିତି ମାଡି ଆସିଥିଲା ଦୁଃଖର ପାହାଡ।ବାପା ଅଷାଢୁ ବର୍ଷେ ହେଲା ହୃଦ୍ଘାଇତରେ ଆଖି ବୁଜିଲେ।ଆଉ ୬ ମାସ ହେଲା ଚିନ୍ତାମଣୀକଂ ଦୁଇଟି ଯାକ କିଡନୀ ଅଚଳ ହୋଇପଡିଛି। ଫଳରେ ଚିନ୍ତାରେ ପଡିଯାଇଥିଲା ଚିନ୍ତାମଣିଙ୍କ ପରିବାର ଲୋକ। ସ୍ଥିତି ଏମିତି ହୋଇଥିଲା ଯେ, ଚିନ୍ତାମଣୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ଓ ପୁଅ ଥାଳ ଧରି ଗାଁ ଗାଁରେ ଭିକ ମାଗିଥିଲେ। ଦୁଃଖ ଏତିକିରେ ସରିନଥିଲା ବରଂ ଟଙ୍କା ଅଭାବରୁ ଦିନେ ଚୁଲି ଜଳୁଥିଲା ତ ଦିନେ ଜଳୁନଥିଲା। ସ୍ୱାମୀ କଷ୍ଟ ଦେଖିପାରୁନଥିଲେ ବି କିଛି କରିବାର ଉପାୟ ନଥିଲା।
ଶେଷରେ ଆମର ଛୋଟିଆ ପ୍ରୟାସ ଆପଣ ଏକା ନୁହନ୍ତିରେ ଗତବର୍ଷ ୨୦୨୧ ଡିସେମ୍ବର ୧୫ ତାରିଖରେ ଖବର ପ୍ରସାରଣ ହେବା ପରେ ଏବେ ଚିନ୍ତାମଣୀଙ୍କ ପରିବାରକୁ ବ୍ଲକ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସୁଅ ଛୁଟୁଛି। ଏ ପର୍ଯ୍ୟନ୍ତ ଚିନ୍ତାମଣୀହଙ୍କ ପରିବାରକୁ ବିନିକାର ସମାଜସେବୀ ରାମ ଗୋପାଳ ବାଘ ପହଂଚି କମ୍ବଳ,ଚାଉଳ ଗୋଟିଏ ପ୍ୟାକେଟ,୧୦୦୦ ଟକାଂର ଆର୍ଥିକ ସହାୟତା ଯୋଗାଇଦେବା ସହ ବିଡିଓଙ୍କ ପକ୍ଷରୁ ୨୦୦୦ ଟକାଂ ସହାୟତା ଏବଂ ଚିନ୍ତାମଣୀକଂ ବ୍ୟାଙ୍କ ଆକାଉଟଂରେ ବଦାନ୍ୟ ବ୍ୟକ୍ତିମାନେ ୨୫ ହଜାର ଟଙ୍କା ସହାୟତାର ହାତ ବଢାଇଛନ୍ତି।ଓଟିଭିରେ ଚିନ୍ତାମଣୀକଂ ଦୁଃଖ କଥା ପ୍ରସାରଣ ହେବାପରେ ଲୋକେ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଏହାସହ ବିଡ଼ିଓ କହିଛନ୍ତି ସମସ୍ତ ସରକାରୀ ସହାୟତା ତାଙ୍କୁ ଦିଆଯିବ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ତାଙ୍କର ଚିକିତ୍ସା କରାଯିବ। ତେବେ ଚିନ୍ତାମଣୀଙ୍କ ପରିବାର ଏବେ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି। ଏବେ ଦେଖିବାକୁ ବାକି ରହିଲା କେତେ ପ୍ରତିଶ୍ରୁତି ପାଳନ କରୁଛନ୍ତି ବିଡ଼ିଓ।
ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)