Advertisment

ମାତ୍ର ୭ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ହେଲେ ଉଠିଲା କୋକେଇ

ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍‌ ନେଲିଷ୍ଟ୍‌ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Simon Nellist killed in shark attack at Little Bay, south of Sydney

Simon Nellist killed in shark attack at Little Bay, south of Sydney

ବାହାଘରକୁ ଥିଲା ୭ ଦିନ ବାକି। ମାତ୍ର ସପ୍ତାହେ ପରେ ପଡ଼ିଥାଆନ୍ତା ହାତଗଣ୍ଠି। କିନ୍ତୁ ପାଲିଙ୍କି ଉଠିଲାନି ବରଂ ଉଠିଲା କୋକେଇ। ଯୋଉ ଘରେ ଡିଜେ ବାଜିଥାଆନ୍ତା, ସେଇଠି ପଡ଼ିଲା କାନ୍ଦବୋବାଳି....

Advertisment

ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍‌ ନେଲିଷ୍ଟ୍‌ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।

ସମୁଦ୍ର କୂଳରୁ ମାତ୍ର ୫୦୦ ଫୁଟ୍‌ ଯାଇଛନ୍ତି କି ନାହିଁ ସାମ୍ନାକୁ ସିମନଙ୍କୁ ଆକ୍ରମଣ କଲା ବିରାଟ ସାର୍କ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ତାଙ୍କ ଶରୀରର ମାତ୍ର କିଛି ଅଂଶକୁ ଉଦ୍ଧାର କରାଯାଇପାରିଲା। ତେବେ ସେ ପିନ୍ଧିଥିବା ୱାଟର୍‌ସୁଟ୍‌ର କିଛି ଅଂଶ ଏବଂ ତାଙ୍କ ଶରୀରର କିଛି ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି । ଯାହାକୁ ଉଦ୍ଧାର କରି ଡିଏନ୍‌ଏ ପରୀକ୍ଷଣ ପାଇଁ ପଠାଯାଇଛି ।

Advertisment

ସିମନ ଜଣେ ସ୍କୁବା ଡ୍ରାଇଭର ହୋଇଥିବାରୁ ନିତିଦିନ ସମୁଦ୍ର ମଧ୍ୟରେ ପହଁରା ପ୍ରାକ୍ଟିସ କରନ୍ତି। କିନ୍ତୁ ଏମିତି ଘଟଣା ଘଟିବ ବୋଲି କେହି କେବେ ସ୍ୱପ୍ନରେ ଭାବିନଥିବେ। ମାତ୍ର ସପ୍ତାହେ ପରେ ବାହାଘର ହୋଇଥାଆନ୍ତା କିନ୍ତୁ ସାର୍କ ସବୁ ସାରିଦେଲା।

Simon Nellist killed in shark attack at Little Bay, south of Sydney(ସିମନ୍‌ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜେନି )

ସୂଚନା ଅନୁସାରେ, ସିମନ୍‌ଙ୍କର ଗାର୍ଲଫ୍ରେଣ୍ଡ ଜେନିଙ୍କ ସହ ସିଡ୍‌ନୀରେ ରହୁଥିଲେ । ଆଉ ସେଠାରେ ସେ ସମୁଦ୍ର ପହଁରିବାକୁ ଯାଆନ୍ତି। କିନ୍ତୁ କେବେ ବି ଏମିତି କୌଣସି ଘଟଣା ଘଟିନଥିଲା କି କେହି କେବେ ଆକଳନ କରନଥିଲେ ଏମିତି ଘଟଣା ଘଟିବ ବୋଲି

ଏହି ଘଟଣା ଘଟିବା ବେଳେ ସମୁଦ୍ର କୂଳରେ ଡଜନେରୁ ଅଧିକ ସ୍କୁବା ଡ୍ରାଇଭର, ମାଛ ଧରାଳି, ପାଡେଲ୍‌ ବୋର୍ଡର ଉପସ୍ଥିତ ଥିବା ବେଳେ ଶହ ଶହ ଲୋକ ଏହି ଦୃଶ୍ୟକୁ ଦେଖୁଥିଲେ । କିନ୍ତୁ ତାଙ୍କୁ କେହି ବି ଉଦ୍ଧାର କରିପାରିଲେନି । ଚାହୁଁ ଚାହୁଁ ସାର୍କର ଆକ୍ରମଣରେ ପ୍ରାଣ ହରାଇଥିଲେ ସିମନ। ଆଉ ସମୁଦ୍ରର ନୀଳ ପାଣି ଲାଲ ହୋଇଯାଇଥିଲା । ୧୯୬୦ ମସିହା ପରେ ଏମିତି ଘଟଣାର ପୁନରବୃତ୍ତି ହୋଇଛି ବୋଲି କୁହାଯାଉଛି।

Special Story
Advertisment
Advertisment