• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା । କୋଭିଡରେ ଆକ୍ରାନ୍ତ ଯୋଗୁ ଗଜପତି ମହାରାଜା ରାଷ୍ଟ୍ରପତିଙ୍କୁ ସ୍ଵାଗତ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି କୋଭିଡ୍ ଟେଷ୍ଟ କରାଯାଇଥିଲା । କୋଭିଡ୍ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିବାର ସୂଚନା ମିଳିଛି । ଆସନ୍ତା ସପ୍ତାହେ ଯାଏଁ ସଂଗରୋଧରେ ରହିବେ ଗଜପତି ମହାରାଜା ।

ଶ୍ରୀନଅର ପକ୍ଷରୁ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । କୋଭିଡ ଆକ୍ରାନ୍ତ ପାଇଁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେନି ପୁରୀ ଗଜପତି ମହାରାଜା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ହେବାକୁ ଥିବାରୁ ଆଜି ଗଜପତି ମହାରାଜାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଆସନ୍ତା ୭ ଦିନ ଲାଗି ଗଜପତି ମହାରାଜା ସଂଗରୋଧରେ ରହିବେ ।