• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଣ୍ଟର୍‌ନେଟ୍ ଏପରି ଏକ ଦୁନିଆ ଯେଉଁଠାରେ କେବେ କ’ଣ ଭାଇରାଲ୍ ହେବ କିମ୍ବା ଦେଖିବାକୁ ମିଳିବ ତାହା କେହି ଅନୁମାନ କରିପାରିବେ ନାହିଁ। ଲୋକମାନେ ପ୍ରାୟ ଆଶ୍ଚର୍ଯ୍ୟଜନକ ଓ ମଜାଳିଆ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏନେଇ ଯେତେବେଳେ ସୋସିଆଲ ମିଡିଆରେ ଏହିପରି କିଛି ଭିଡିଓ ଭାଇରାଲ ହୁଏ, ତେବେ କାହର ବି ନିଜ ଆଖି ଉପରେ ବିଶ୍ୱାସ ଆସେ ନାହିଁ।

ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ମୁଣ୍ଡକୁ ଘୂରେଇ ଦଉଛି। ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହା କିପରି ହୋଇପାରେ ବୋଲି ଚିନ୍ତା କରୁଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଏକ ଛୋଟ ପିଲା କିପରି ନିଜ ହାତର ଶକ୍ତି ସହିତ ଟ୍ରାକ୍ଟରଟିକୁ ଉଠାଇ ଦେଉଛି ଏବଂ ସେଠାରେ ଠିଆ ହୋଇଥିବା ଲୋକମାନେ ଦେଖି ଟେରା ହୋଇ ରହିଯାଉଛନ୍ତି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଅନେକ ପିଲା ମଧ୍ୟ ଟ୍ରାକ୍ଟରରେ ବସିଥିବାର ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ଟ୍ରାକ୍ଟର ଉଠାଇବା ସହଜ କଥା ନୁହେଁ। ପିଲାଟି କିପରି ଟ୍ରାକ୍ଟରକୁ ଆଗ ପଟରୁ ଧରି ଉଠାଇ ଦେଉଛି ଏବଂ ଏହାକୁ ଟିକିଏ ସାଇଡ୍ ମଧ୍ୟ କରିଦେଉଛି, ଏହା ଦେଖିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଲୋକମାନେ ଏହି ଭିଡିଓକୁ ଦେଖି ଚକିର ହେଉଥିବା ବେଳେ ପିଲାଟିରୁ ଏଭଳି ସାହସିକତାକୁ ମଧ୍ୟ ପ୍ରଶଂସା କରୁଛନ୍ତି।

କିଛି ଲୋତ ତ ତାକୁ ବାହୁବଳୀ ବୋଲି କହୁଛନ୍ତି। କିଛି ଲୋକ ମଧ୍ୟ ଏହାକୁ ବିଶ୍ୱାର କରି ପାରୁ ନାହାନ୍ତି। ସେମାନେ ଏହି ଭିଡିଓଟି ନକଲି ବୋଲି କହୁଛନ୍ତି। ଆଉ କିଛି ଲୋକ କହୁଛନ୍ତି ଯେ, ଟ୍ରାକ୍ଟର ପଛରେ ଯେହେତୁ କିଛି ପିଲା ବସିଛନ୍ତି ଏହାର ଲୋଡ୍‌ ପଛକୁ ଥିଲା। ଏହି କାରଣରୁ ଟ୍ରାକ୍ଟରଟିକୁ ଉଠାଇବା ସହଜ ହୋଇଯାଇଥିଲା।

ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଅଧିକ ଅଧିକ ଭାଇରାଲ ହେବାରେ ଲାଗିଛି। ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୭ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଥିଲା। ସେହିପରି ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ଜଣେ ବ୍ୟକ୍ତି ଏହା ପଛରେ ଥିବା ବୈଜ୍ଞାନିକ କାରଣକୁ ଦର୍ଶେଇ କହିଛନ୍ତି ଯେ ଟ୍ରାକ୍ଟରର ଓଜନ ପଛକୁ ଅଛି, ଯେଉଁଥିପାଇଁ ଆଗପଟୁ ଉଠାଇବା ସହଜ ହୋଇଛି। ତେବେ ସେ ଯାହା ହେଉନା କାହିଁକି ଛୋଟ ପିଲାଟିର ଏହି ଦୁଃସାହସିକ କାମ ସମସ୍ତଙ୍କୁ ଚକିତ କରିଛି ଆଉ ସମସ୍ତଙ୍କ ପ୍ରଶଂସା ମଧ୍ୟ ସାଉଁଟୁଛି।