Advertisment

ବୟସ ମାତ୍ର ୧୩, ତିଆରି କରିଦେଲେ ନିଆରା ଆପ୍

‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଜଲି। ମାତ୍ର ୧୩ ବର୍ଷରେ ସେ ଏମିତି ଏକ ଆପ୍ ତିଆରି କରିଛନ୍ତି ଯାହା ନେଇ ସେ ସମସ୍ତଙ୍କ ପ୍ରେରଣା ପାଲଟି ଯାଇଛନ୍ତି। ତେବେ କିଏ ଏହି ଅନୁଷ୍କା, ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Anoushka Jolly, 13 year old girl creates anti bullying app

Anoushka Jolly, 13 year old girl creates anti bullying app

ଟିଭି ରିଆଲିଟି ସୋ 'ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ' ହେଉଛି ଏକ ନିଆରା ଆଇଡିଆ ଉପରେ ପ୍ରସ୍ତୁତ ଏକ କାର୍ଯ୍ୟକ୍ରମ। ଶୋ ବ୍ୟବସାୟ ଏବଂ ପୁଞ୍ଜି ବିନିଯୋଗ ଉପରେ ଆଧାରିତ ଯାହାକି ଏକ ଅନନ୍ୟ ବ୍ୟବସାୟ ଚିନ୍ତାଧାରା ସହିତ ଶୋ’ରେ ଯୋଗ ଦେଉଥିବା ଲୋକଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ। ଏହିପରି ପ୍ରତିଯୋଗୀମାନେ ସେମାନଙ୍କର ବ୍ୟବସାୟିକ ଚିନ୍ତାଧାରା ସମସ୍ତଙ୍କ ସାମ୍ନାରେ ବାଣ୍ଟନ୍ତି। ଯଦି ସେମାନଙ୍କର ଚିନ୍ତାଧାରାର ଶକ୍ତି ଥାଏ, ତେବେ ଶୋ’ର ଜଜ୍ ଭାବରେ ଜଡିତ ବ୍ୟବସାୟୀ ବ୍ୟକ୍ତି ସେମାନଙ୍କ ଏହି ଚିନ୍ତାଧାରାରେ ବିନିଯୋଗ କରି ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିପାରିବେ।

Advertisment

ନିକଟରେ ଜଣେ ୧୩ ବର୍ଷର ଝିଅ ‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ ରିଆଲିଟି ଶେରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ୧୩ ବର୍ଷର ଝିଅର ନାମ ଅନୁଷ୍କା ଜଲି। ସମସ୍ତେ ତାଙ୍କର ଉଦ୍ୟମ ଓ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ଆଜିକାଲି ଅନୁଷ୍କା ଜଲି ପ୍ରତ୍ୟେକ ଝିଅଙ୍କ ପାଇଁ ଏକ ପ୍ରେରଣା ପାଲଟିଯାଇଛନ୍ତି।

କିଏ ଏହି ଅନୁଷ୍କା ଜଲି:

ଅନୁଷ୍କା ଜଲି ଗୁରୁଗ୍ରାମର। ୧୩ ବର୍ଷର ଅନୁଷ୍କା ଗୁରୁଗ୍ରାମର ପାଥ୍‌ୱେଜ୍ ସ୍କୁଲର ୮ ଶ୍ରେଣୀ ଛାତ୍ରୀ। ଆଜିକାଲି ସେ ଟିଭି ଶୋ ‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ସେ ଏପରି କିଛି କରି ଦେଖେଇଛନ୍ତି ଯେ ଯାହା ଦ୍ୱାର ପ୍ରତ୍ୟେକ ଛାତ୍ର ଅସୁବିଧାରୁ ରକ୍ଷା ପାଇପାରିବେ।

Advertisment

ଛାତ୍ରମାନଙ୍କ ପାଇଁ ଆପ୍ ପ୍ରସ୍ତୁତ କଲେ:

ପାଞ୍ଚ ବର୍ଷ ପୂର୍ବେ, ଏକ ବିଦ୍ୟାଳୟର ପ୍ରୋଗ୍ରାମ ବେଳେ ଅନୁଷ୍କାଙ୍କ ଜଣେ ସହପାଠୀଙ୍କୁ ଅନ୍ୟ ଛାତ୍ରମାନେ ପରିହାସ କରୁଥିଲେ। କିଛି ପିଲା ବିଦ୍ୟାଳୟରେ ଅନ୍ୟ ଛାତ୍ରଙ୍କୁ ଗାଳିଗୁଲଜ କରୁଥିଲେ। ଯେତେବେଳେ ଅନୁଷ୍କା ଜଲିଙ୍କ ଧ୍ୟାନ ଏହା ଉପରେ ପଡିଲା, ତାଙ୍କର ଚିନ୍ତାଧାରା ବଦଳିଗଲା। ସ୍କୁଲରେ ହେଉଥିବା ଏହି ଘଟଣାକୁ ରୋକିବା ନେଇ ଅନୁଷ୍କା ନିଷ୍ପତ୍ତି ନିଲେ। ସେ ଏପରି କିଛି କରିବାକୁ ଚିନ୍ତା କଲେ ଯାହା ଦ୍ୱାରା କୌଣସି ଛାତ୍ରଙ୍କୁ ପ୍ରତାଡନା କିମ୍ବା ସହପାଠୀମାନଙ୍କୁ ପରିହାସର ସମ୍ମୁଖୀନ ହେବାକୁ ପଡିବ ନାହିଁ।

କୱଚ୍ ଆପ୍‌ର ବୈଶିଷ୍ଟ୍ୟ:

ଅନୁଷ୍କା ଜଲି ଏକ ଆପ୍ ବିକଶିତ କରିଛନ୍ତି ଯେଉଁଥିରେ ଛାତ୍ରମାନେ ପିତାମାତାଙ୍କ ସହିତ ସେମାନଙ୍କର ପରିଚୟ ପ୍ରକାଶ ନକରି ଏକ ଗାଳିଗୁଲଜ ଘଟଣାର ରିପୋର୍ଟ କରିପାରିବେ। ଅନୁଷ୍କାଙ୍କ ଆପ୍ ନାମ ହେଉଛି 'କୱାଚ୍'।

ଏହି ଆପ୍ ଦେଶର ବିଭିନ୍ନ ବିଦ୍ୟାଳୟ ଏବଂ ପିଲାମାନଙ୍କ ନିକଟରେ ପହଞ୍ଚିବ ଏବଂ ସେମାନଙ୍କୁ ଗାଳିକୁ ପ୍ରତିହତ ବିଷୟରେ ଅବଗତ କରାଇବ।

ଆପ୍ ପାଇଁ ମିଳିଲା ୫୦ଲକ୍ଷ ଟଙ୍କା:

ଅନୁଷ୍କାଙ୍କୁ ସେତେବେଳେ ସଫଳତା ମିଳିଲା ଯେତେବେଳେ ସେ ‘ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ’ର ବିଚାରପତିଙ୍କ ସାମ୍ନାରେ ନିଜର ଧାରଣା ପ୍ରକାଶ କରିଥିଲେ। ଏହାକୁ ଗ୍ରହଣ କରାଯାଇଥିଲା ଏବଂ ରିଅଲିଟି ଶୋ’ରେ ତାଙ୍କୁ ଏହି ଆପ୍ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ଅନୁଷ୍କା ଏହା ପୂର୍ବରୁ ଆଣ୍ଟି ବୁଲିଂ ସ୍କ୍ୱାଡ୍ ମଧ୍ୟ ତିଆରି କରିଛନ୍ତି। ଏହା ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଏବଂ ବିଶେଷଜ୍ଞମାନଙ୍କୁ ସାହାଯ୍ୟ କରିଛି। ଅନୁଷ୍କାଙ୍କ ଏବିଏସ୍ ମାଧ୍ୟମରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଦୁଇ ହଜାରରୁ ଅଧିକ ପିଲାଙ୍କୁ ସାହାଯ୍ୟ କରାଯାଇଥିଲା। ABS ହେଉଛି ଏକ ଡିଜିଟାଲ୍ ପ୍ଲାଟ୍‌ଫର୍ମ, ଯାହା ସେ ଗତ ତିନିବର୍ଷ ଧରି ଚଳଉଛନ୍ତି। ଏହା ମାଧ୍ୟମରେ ହିଁ ସେ କୱଚ୍ ଆପର ଚିନ୍ତାଧାରା ପାଇଲେ।

Inspirational Story
Advertisment
Advertisment