Advertisment

ବାଇକ୍‌ରେ ୨୦ ହଜାର କି.ମି ବୁଲି ରେକର୍ଡ କଲେ ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର

ବାଇକ୍‌ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Retired Navy Officer Explores India On Bike, Covers 20000 Kms In One Go!

Retired Navy Officer Explores India On Bike, Covers 20000 Kms In One Go!

ବାଇକ୍‌ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି । ଉରି ଆକ୍ରମଣର ପ୍ରତିଶୋଧ ପାଇଁ ସେ ଭାରତୀୟ ନୌସେନାରେ ମିଜାଇଲ୍ ଇନ୍‌ଚାର୍ଜ ଥିଲେ । ଏହାସହ ବିକ୍ରାନ୍ତ ଭଳି ଅନେକ ଯୁଦ୍ଧ ଜାହାଜରେ ମଧ୍ୟ ସେ ଥିଲେ । ଯୋଦ୍ଧା ଅବସର ପୂର୍ବରୁ ଅମିତ୍ ଭାରତର ପ୍ରତି କୋଣ ଅନୁକୋଣକୁ ବାଇକ୍‌ରେ ବୁଲିଛନ୍ତି ।

Advertisment

ଅମିତ୍‌ ଅଗଷ୍ଟ ମାସରେ ଚାକିରିରୁ ଅବସର ନେଇଥିଲେ । ହେଲେ ତାହା ପୂର୍ବରୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ପୂରା ଭାରତକୁ ବାଇକ୍‌ ଦ୍ୱାରା ବୁଲି ଦେଖିବେ । ନାଭାଲରେ ଥିବା ସମୟରେ ତାଙ୍କୁ ଏହିସବୁ ପାଇଁ ଯଥେଷ୍ଟ ସମୟ ମିଳିପାରୁନଥିଲା । ଅବସର ପରେ ସେ ବାଇକ୍‌ରେ ସାରା ଭାରତ ବୁଲିବା ପାଇଁ ନିଷ୍ପତ୍ତି ନେଲେ । ଯାହା ପରେ ସେ ୨୦୨୧ ସେପ୍ଟେମ୍ୱର ମାସ ୧୭ ତାରିଖରେ ଭୁବନେଶ୍ୱରରୁ ନିଜ ବାଇକ୍‌ ଯାତ୍ରା ଆରମ୍ଭ କରିଥିଲେ ।

ଅମିତ୍ ବାଇକ୍‌ରେ ଭୁବନେଶ୍ୱରରୁ ଆରମ୍ଭ କରି ପ୍ରଥମେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ୟୁପି, ଉତ୍ତାରଖଣ୍ଡ,ହିମାଳଚଳ ପ୍ରଦେଶ, ପଞ୍ଜାବ୍‌ ହୋଇ ଲେ-ଲଦାକ୍ ଯାଇଥିଲେ। ଏହାପରେ ସେ ଭାରତର ପଶ୍ଚିମ ଅଞ୍ଚଳ ତଥା ଗୁଜୁରାଟ୍, କନ୍ୟାକୁମାରୀ, ଆନ୍ଧ୍ର ଓଡ଼ିଶା ଅତିକ୍ରମ କରି ନର୍ଥ ଇଷ୍ଟର ସବୁ ରାଜ୍ୟ ବୁଲିଲେ । ଏହିପରି ଭାବରେ ସେ ପୂରା ଭାରତ ବାଇକ୍‌ ମାଧ୍ୟମରେ ଯାତ୍ରା କରିଛନ୍ତି ।

Advertisment
Special Story
Advertisment
Advertisment