କେରଳର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ସେ ବିକ୍ରି କରୁଥିଲେ ବେଲୁନ୍। ଭାଗ୍ୟ ଦେଲା ସାଥ୍, ହୋଇଗଲେ ଇଣ୍ଟରନେଟ୍ ତାରକା। ଏକ ବିବାହ ଫଟୋଗ୍ରାଫରଙ୍କ ଦ୍ୱାରା କରାଯାଇଥିବା ଫଟୋସୁଟ୍ ପାଇଁ ସେ ମଡେଲ ହୋଇ ଏଭଳି କ୍ଷାତି ଅର୍ଜନ କରିଛନ୍ତି।
ଜଣେ ମହିଳା ଏଲିଏନଙ୍କୁ ନେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କୁହନ୍ତି ଯେ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। ଜଣେ ଏଲିଏନଙ୍କୁ ସେ ମଧ୍ୟ ଭଲ ପାଉଛନ୍ତି। ପୂରା କାହାଣୀ ଜାଣିବା ପାଇଁ ପଢନ୍ତୁ…
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।
ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପଣ କରିବାରେ ଜଣେ ନାରୀଠୁ କିଏ ବା ବଳିଯାଇପାରିବ? ଯାହାଙ୍କ ସକାଳ ହୁଏ ସେବାରୁ, ଆଉ ସଞ୍ଜ ହୁଏ ସମର୍ପଣରୁ। ଏନେଇ କିଏ ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ହୋଇଥାଇପାରନ୍ତି ତ ଆଉ କିଏ ସୁଖ, ସ୍ୱାଛନ୍ଦକୁ ଭୁଲିଯାଇଛନ୍ତି। ହେଲେ ସମାଜସେବାକୁ ଛାଡି ନାହାନ୍ତି।
ପ୍ରାଚୀନ କାଳରୁ ନାରୀମାନେ ଶାରିରୀକ ଓ ମାନସିକ ଭାବେ ପୁରୁଷଙ୍କ ସହ ସମାନ
ଆଜିର ମହିଳା ଆଗପରି ଆଉ ନାହାନ୍ତି।
ବଦଳୁଛି ସମୟ, ବଦଳୁଛନ୍ତି ସମାଜ । ଏବଂ ତା ସହ ତାଳ ଦେଇ ନୂଆ ପରିବର୍ତ୍ତନକୁ ଆପଣାଉଛନ୍ତି ଲୋକେ । ଫଳରେ ବର୍ତ୍ତମାନ ଯୁଗରେ ମହିଳା ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହିନାହାନ୍ତି ବରଂ ସମାଜରେ କିଛି କରି ଦେଖାଇ ଦୁନିଆରେ ସୁପରିଚିତ ହୋଇପାରିଛନ୍ତି । ସେହିମାନଙ୍କ ମଧ୍ୟରୁ ବିଶ୍ୱରେ ଏପରି ୫ ଜଣ ସଶକ୍ତ ମହିଳା ଅଛନ୍ତି ଯେଉଁମାନେ ନିଜ କଳ, ବଳ ଓ କୌଶଳ କ୍ରମେ ଜୀବନର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରି ମଧ୍ୟ ଅନେକ କିଛି କରି ଦେଖାଇପାରିଛନ୍ତି ।
୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ।
ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।
ହଷ୍ଟେଲ ଖାଦ୍ୟ ପାଲଟିଲା କାଳ । କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।
ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି ସମ୍ବଲପୁରର ୮୫ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା। ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ ଦାନ କରି ଗରିବ, ଅସହାୟ ଲୋକଙ୍କ ମୁହଁରେ ହସ ଦେଖିବାକୁ ସେ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ..
ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୫ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର । ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି ।
ଏ ଦୁଇ ଭଉଣୀ ବାହାସାହା ହୋଇନାହାଁନ୍ତି। କିନ୍ତୁ ମାଆ ହୋଇ ସାରିଲେଣି। ଏମାନେ ହେଉଛନ୍ତି ବୁଲା ପଶୁପକ୍ଷୀଙ୍କ ମଣିଷ ମାଆ। ଏମାନଙ୍କ ପ୍ରେମ ପାଖରେ ବୁଲା ଷଣ୍ଢ ବି ଚୁପ୍ ପଡ଼ିଯାଏ। ମଣିଷଙ୍କ ପରି ଏମାନଙ୍କ ଘରେ ରୁହନ୍ତି ପଶୁ ପକ୍ଷୀ। ଏମାନେ ଏତେ ପଶୁପ୍ରେମୀ ଯେ, ନିଜ ଦେହରେ କୁଟେଇଛନ୍ତି ପଶୁଙ୍କ ଟାଟୁ। ଆଜି ମହିଳା ଦିବସରେ ଆସନ୍ତୁ ଭେଟିବା ଅବିବାହିତା ମାଆ ପାଲିଟିଥିବା ତପସ୍ୱୀ ଓ ତନୁଶ୍ରୀଙ୍କୁ।
ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କ ସମେତ ୨୯ ଜଣ ମହିଳାଙ୍କୁ ସମ୍ମାନିତ କରିଛନ୍ତି।
ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଦର୍ଶନ ବନ୍ଦ ରଖାଯାଇଛି। ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ ପାଖରେ ପହଂଚି ସେବା କରିଥାନ୍ତି ।
ମଧ୍ୟବିତ୍ତ ଖାଉଟିଙ୍କ ହାଣ୍ଡିଶାଳରେ ରୁଷ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ଗଲା ୧୦ ଦିନ ଭିତରେ ସୂର୍ଯ୍ୟମୂଖୀ ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପରେ ସାଧାରଣରେ ଭାଳେଣି ।
ମହିଳାମାନେ ଆଉ ଘର କଣରେ ସୀମିତ ନାହାନ୍ତି। ନିଜର ଶକ୍ତିକୁ ଦୁନିଆକୁ ଦେଖେଇ ସାରିଲେଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସ ଅବସରରେ, ବିଶ୍ୱର ଏପରି ପାଞ୍ଚ ଜଣ ସଶକ୍ତ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
ନିର୍ବାଚର ସରିଲେ ଆରମ୍ଭ ହୁଏ ଏକଜିଟ୍ ପୋଲ। ଏହା କ’ଣ ଠିକ୍ ସୂଚନା ଦିଏ? ଏହାର ସଠିକତାକୁ ନେଇ କାହିଁକି ଉଠେ ପ୍ରଶ୍ନ ଓ ଏହାକୁ ବିରୋଧ କାହିଁକି ଜାଣିବା ପାଇଁ ପଢନ୍ତୁ।
ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।
ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..
ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ।
ଚିତ୍ର ଯାହା ମନର କଥାକୁ କାନଭାସରେ ପରିପ୍ରକାଶ କରେ। ମହିଳା ଯିଏ ଜୀବନ ସାରା ନିଜ ପାଇଁ ନିଜ ପରିବାର ପାଇଁ ବଳିଦାନ ଦିଏ । ଆଉ ଯେତେବେଳେ ମହିଳାଙ୍କ ହାତରେ ତୂଳୀ ଆସେ ସେତେବେଳେ ଆପେ ଆପେ ଆଙ୍କି ହୋଇଯାଏ ଅନେକ କିଛି । ସମାଜର ବାସ୍ତବ ଚିତ୍ରକୁ କାନଭାସରେ ତୋଳି ଧରିଛନ୍ତି ମହିଳା ଚିତ୍ର ଶିଳ୍ପୀ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।
ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।