ବଦଳୁଛି ସମୟ, ବଦଳୁଛନ୍ତି ସମାଜ । ଏବଂ ତା ସହ ତାଳ ଦେଇ ନୂଆ ପରିବର୍ତ୍ତନକୁ ଆପଣାଉଛନ୍ତି ଲୋକେ । ଫଳରେ ବର୍ତ୍ତମାନ ଯୁଗରେ ମହିଳା ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହିନାହାନ୍ତି ବରଂ ସମାଜରେ କିଛି କରି ଦେଖାଇ ଦୁନିଆରେ ସୁପରିଚିତ ହୋଇପାରିଛନ୍ତି । ସେହିମାନଙ୍କ ମଧ୍ୟରୁ ବିଶ୍ୱରେ ଏପରି ୫ ଜଣ ସଶକ୍ତ ମହିଳା ଅଛନ୍ତି ଯେଉଁମାନେ ନିଜ କଳ, ବଳ ଓ କୌଶଳ କ୍ରମେ ଜୀବନର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରି ମଧ୍ୟ ଅନେକ କିଛି କରି ଦେଖାଇପାରିଛନ୍ତି ।
Published By: Otv Khabar Bureau
Last updated: 08 March 2022, 07:28 PM IST
ବିଶ୍ୱର ୫ ଚର୍ଚ୍ଚିତ ଚେହେରା ଯେଉଁମାନେ ନିଜ ବଳରେ ଅନେକ କିଛି କରି ଦେଖାଇଛନ୍ତି । ସମାଜରେ ନିଜ ଦମ୍ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦୁନିଆରେ ଅନେକ କିଛି ହାସଲ କରିପାରିଛନ୍ତି । ବିଶ୍ୱ ମହିଳା ଦିବସ ଅବସରରେ, ଜାଣନ୍ତୁ ବିଶ୍ୱର ଏହି ପାଞ୍ଚ ଜଣ ସଶକ୍ତ ମହିଳା ତଥା ଭିନ୍ନ ପ୍ରତିଭାମାନଙ୍କ ସ୍ୱପ୍ନ, ସାଧନା ଓ ସଂଘର୍ଷର କାହାଣୀ...
କମଲା ହାରିସ୍- କମଲା ହାରିସ୍ ହୋଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ସେ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି । କମଲା ହାରିସ୍ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଏସୀୟ ଆମେରିକୀୟ ମହିଳା ହୋଇ ଇତିହାସ ରଚିଛନ୍ତି ।
ନିର୍ମଳା ସୀତାରମଣ- ସାଧାରଣତଃ ସମସ୍ତେ ଜାଣିଥିବେ ଭାରତର ଅର୍ଥମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ । କେବଳ ଏତିକି ନୁହେଁ ବରଂ ସେ ବର୍ତ୍ତମାନ ଦେଶର ଅନ୍ୟତମ ଶକ୍ତିଶାଳୀ ମହିଳା ଏବଂ ଦୁନିଆର ଅନ୍ୟତମ ପ୍ରସିଦ୍ଧ ମହିଳା ଭାବେ ମଧ୍ୟ ପରିଚିତ । ଏମିତିକି ୨୦୨୧ ପାଇଁ ଫୋର୍ବସ୍ ତାଲିକାରେ ନିର୍ମଳା ସୀତାରମଣଙ୍କ ନାମ ରହିଛି। ପୂର୍ବରୁ ମଧ୍ୟ ନିର୍ମଳା ସୀତାରମଣ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ।
ତାସାଇ ଇନ୍ ୱେନ୍- ଏକ ଛୋଟ ଦେଶକୁ ଅତି ଉତ୍ସାହର ସହିତ ଆଗେଇ ନେବାରେ ତାସାଇ ଇନ୍ ୱେନ୍ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ଅନ୍ତର୍ଭୁକ୍ତ। ତାଇୱାନର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ତାସାଇ ଇନ୍ ୱେନ୍ । ୨୦୨୦ମସିହାରେ ସେ ତାଇୱାନର ରାଷ୍ଟ୍ରପତି ହୋଇଥିଲେ ।
ଜାସିଣ୍ଡା ଆର୍ଡନ୍- ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା କୋଭିଡ-୧୯ କାରଣରୁ ତାଙ୍କ ବିବାହକୁ ବାତିଲ କରିଥିଲେ। ୨୦୦୮ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସେ ସାଂସଦ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।
ମେଲିଣ୍ଡା ଗେଟ୍ସ- ଫୋର୍ବସ୍ ୨୦୨୧ର ସଶକ୍ତ ମହିଳା ତାଲିକାରେ ମେଲିଣ୍ଡା ଗେଟ୍ସଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ସେ ଜଣେ ଆମେରିକୀୟ ବ୍ୟବସାୟୀ ମହିଳା ଏବଂ ଜଣେ ସମାଜସେବିକା । ମେଲିଣ୍ଡା ହେଉଛନ୍ତି ବିଶ୍ୱର ବିଶିଷ୍ଟ ଧନୀ ବିଲ୍ ଗେଟ୍ସଙ୍କ ପୂର୍ବତନ ପତ୍ନୀ। ସେ ପୂର୍ବରୁ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ମାଇକ୍ରୋସଫ୍ଟର ଜଣେ ସାଧାରଣ ପରିଚାଳିକା ମଧ୍ୟ ଥିଲେ। ମେଲିଣ୍ଡା ମାଇକ୍ରୋସଫ୍ଟ ବବ୍, ମାଇକ୍ରୋସଫ୍ଟ ଇନ୍କାର୍ଟା ଏବଂ ଏକ୍ସପେଡିଆ ପ୍ରୋଗ୍ରାମ୍ ପାଇଁ ପ୍ରୋଜେକ୍ଟ ମ୍ୟାନେଜର ଭାବରେ ମଧ୍ୟ କାମ କରିଥିଲେ।