Advertisment

ବଢ଼ିବ ବଢ଼ିବ ହେଉଛି ପେଟ୍ରୋଲ-ଡିଜେଲ୍ ଦର, ଏଣେ ଛାନିଆ ଗ୍ରାହକ

ମଧ୍ୟବିତ୍ତ ଖାଉଟିଙ୍କ ହାଣ୍ଡିଶାଳରେ ରୁଷ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ଗଲା ୧୦ ଦିନ ଭିତରେ ସୂର୍ଯ୍ୟମୂଖୀ ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପରେ ସାଧାରଣରେ ଭାଳେଣି ।

author-image
Otv Khabar Bureau
Sunflower Oil Price

Sunflower Oil Price

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ଓଡ଼ିଶା ବଜାରରେ ସୂର୍ଯ୍ୟମୁଖୀ ତେଲର ଅଭାବ । ଯୁଦ୍ଧ ପରଠୁ ରାଜ୍ୟରେ ସନଫ୍ଲାଓ୍ୱାର ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ଘଟିଲାଣି । ଭାରତୀୟ ବଜାର ଚାହିଦାର ପ୍ରାୟ ୮୦ ଭାଗ ସୂର୍ଯ୍ୟମୂଖୀ ତେଲ ୟୁକ୍ରେନରୁ ଆସୁଥିବାରୁ ଖାଇବା ତେଲ ଏଭଳି ମହଙ୍ଗା ହେଉଛି । ଏପଟେ ଆଗକୁ କାଳେ ତେଲ ସଙ୍କଟ ଦେଖାଦେବ, ସେଥିପାଇଁ ଖାଉଟି ଛାନିଆ ହୋଇ ଅଧିକ ପରିମାଣର ତେଲ କିଣି ନେଉଥିବା ବେଳେ ଓଡ଼ିଶା ବଜାରରେ ସୂର୍ଯ୍ୟମୂଖୀ ତେଲର ଆଦୌ ଅଭାବ ନଥିବା କହିଛି ବ୍ୟବସାୟୀ ମହାସଂଘ । ତେଣେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଥିବାରୁ ଆଗକୁ ଦେଶର ଇନ୍ଧନ ତେଲ ଦର ବି ଆହୁରି ବଢ଼ିବା ନେଇ ଆକଳନ କିରଛନ୍ତି ପେଟ୍ରୋଲିୟମ ବ୍ୟବସାୟୀ ସଂଘ ।

Advertisment

ମଧ୍ୟବିତ୍ତ ଖାଉଟିଙ୍କ ହାଣ୍ଡିଶାଳରେ ରୁଷ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ଗଲା ୧୦ ଦିନ ଭିତରେ ସୂର୍ଯ୍ୟମୂଖୀ ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପରେ ସାଧାରଣରେ ଭାଳେଣି । ଭାରତ ଆବଶ୍ୟକ କରୁଥିବା ସନଫ୍ଲାୱାର ତେଲର ପ୍ରାୟ ୮୦ ଭାଗ ୟୁକ୍ରେନ୍‌ରୁ ଆସୁଥିବା ବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏବେ ଆମଦାନୀ ଠପ୍ ହୋଇପଡିଛି । ଆଉ ଏପଟେ ଏହାର ସିଧା ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି ।

ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲର ଆମଦାନୀ କମୁଥିବାରୁ ଘରୋଇ ବଜାରରେ ଦୈନିକ ଉପରମୁହାଁ ଦର । ତେଣୁ କାଳେ ଆଗକୁ ଏ ସଙ୍କଟ ଅଧିକ ଘନୀଭୂତ ହେବ, ସେଇ ଆଶଙ୍କାରେ ଏବେ ବଜାରରୁ ଅଧିକ ପରିମାଣର ତେଲ କିଣି ନେଉଛନ୍ତି ଗ୍ରାହକ । ସାଧାରଣ ଖାଉଟି ହେଲେ ବି, ତେଲ ଅଭାବ ଆଶଙ୍କାରେ ଛାନିଆ ଗ୍ରାହକ କିଣି ନେଉଛନ୍ତି କାର୍ଟୁନ କାର୍ଟୁନ ତେଲ । ସେପଟେ ଓଡ଼ିଶା ବଜାରରେ ଯଥେଷ୍ଟ ପରିମାଣର ସୂର୍ଯ୍ୟମୂଖୀ ତେଲ ମହଜୁଦ ଥିବାରୁ ଖାଉଟିଙ୍କୁ ଆଦୌ ବିଚଳିତ ନହେବାକୁ ପରାମର୍ଶ ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ସେପଟେ ତେଲ ଦର କାହିଁକି ବଢୁଛି, ସରକାର ତାର ତର୍ଜମା କରିବା ସହ ଏନଫୋର୍ସମେଣ୍ଟ ନାଁରେ ବ୍ୟବସାୟୀଙ୍କୁ ହଇରାଣ କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି ।

Advertisment

ତେବେ ସୂର୍ଯ୍ୟମୂଖୀ ତେଲର କୃତିମ ଅଭାବ ଓ ଚାହିଦା ଭିତରେ ବାଲେଶ୍ୱରରେ କିଛି ହୋଲସେଲ ବ୍ୟବସାୟୀଙ୍କ ବିରୋଧରେ କଳାବଜାରୀ ଅଭିଯୋଗ ଆଣିଛନ୍ତି ଖୁଚୁରା ବେପାରୀ । ତେବେ ବର୍ତ୍ତମାନ ବଜାରରେ ଖାଲି ଖାଇବା ତେଲ ନୁହେଁ, ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବି ଆକାଶଛୁଆଁ । ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରଭାବରେ ଗଲା କିଛି ଦିନ ଧରି ଅଶୋଧିତ ତେଲ ଦର ହୁ ହୁ ବଢ଼ୁଥିବାରୁ ଆଗକୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନିଶ୍ଚିତ ବୋଲି ଆକଳନ କରୁଛନ୍ତି ତୈଳ ବ୍ୟବସାୟୀ ସଂଘ । ଏଣୁ ଗ୍ରାହକଙ୍କ ଛାନିଆ କିଣାରୁ ବି ବାଦ୍ ପଡ଼ୁନି ପେଟ୍ରୋଲ ଓ ଡିଜେଲ ।

ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଲଗାତର ଭାବେ ବଢ଼ି ଚାଲିଥିବା ସତ୍ତ୍ୱେ ନଭେମ୍ବର ୬ ପରଠୁ ଦେଶରେ ପେଟ୍ରୋଲ, ଡିଜେଲ ଦରରେ ବୃଦ୍ଧି ଘଟିନି । ସେବେଠୁ ୟା ଭିତରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୨ ଡଲାରୁ ୧୩୦ ଡଲାର ଛୁଇଁଲାଣି । ସେହି ହିସାବରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୨୦ ଟଙ୍କା ବଢ଼ିବା କଥା । କିନ୍ତୁ ୫ ରାଜ୍ୟ ନିର୍ବାଚନ ପାଇଁ ତୈଳ ଦର ବୃଦ୍ଧି ଉପରେ ବ୍ରେକ୍ ଲାଗିଥିବାରୁ ଆଗକୁ ଛୋଟ କିସ୍ତିରେ ଦର ବଢ଼ିବା ନେଇ ଅନୁମାନ କାରଯାଉଛି ।

ରିପୋର୍ଟର- ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ

Russia-Ukraine War Impact Sunflower Oil Price
Advertisment
Advertisment