Advertisment

ମହିଳାଙ୍କ ଦାବି; ଏଲିଏନ ତାଙ୍କ ପାଖକୁ ଫଟୋ ପଠଉଛନ୍ତି

ଜଣେ ମହିଳା ଏଲିଏନଙ୍କୁ ନେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କୁହନ୍ତି ଯେ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। ଜଣେ ଏଲିଏନଙ୍କୁ ସେ ମଧ୍ୟ ଭଲ ପାଉଛନ୍ତି। ପୂରା କାହାଣୀ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Woman says she met aliens they send her photos

Woman says she met aliens they send her photos

ସମଗ୍ର ବିଶ୍ୱରେ ଏଲିଏନ୍ସଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ କରାଯାଏ। ସତରେ କ’ଣ ଏ ଦୁନିଆରେ ଏଲିଏନ୍ସ ଅଛନ୍ତି? ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ଲୋକମାନେ UFO ଦେଖିଛନ୍ତି ଏବଂ ଏଲିଏନ୍ ଦେଖିଛନ୍ତି ବୋଲି ଦାବି କରିଛନ୍ତି। ତେବେ ବର୍ତ୍ତମାନ ଏହି ସମୟରେ ଜଣେ ମହିଳାଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହିଳା ଜଣକ କହିଛନ୍ତି ଯେ ସେ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି।

Advertisment

ମହିଳା ଜଣକ କହିଛନ୍ତି ଯେ ସେ ଥରେ ନୁହେଁ ଅନେକ ଥର ଏଲିଏନଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ ହଲିଉଡ୍‌ ଚଳଚ୍ଚିତ୍ର ଦେଖାଯାଇଥିବା ଜୀବ ପରି ଏଲିଏନ୍‌ମାନେ ଦେଖାଯାଆନ୍ତି। ଏହି ମହିଳା ଆମେରିକାର ମିସୌରୀରେ ରହୁଥିବା ବେଳେ ତାଙ୍କ ନାମ ଲିଲି ନୋଭା। ସେ କହିଛନ୍ତି ଯେ ୨୦୨୦ ମସିହାରେ କରୋନା ଲକ୍‌ଡାଉନ୍‌ ବେଳେ ସେ ପ୍ରଥମ ଥର ପାଇଁ ଏଲିଏନ୍‌କୁ ଦେଖିଥିଲେ।

ଲିଲି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଯେ ରାତିରେ ପବନ ଖାଇବାକୁ ସେ ଘରୁ ବାହାରକୁ ଆସିଥିଲେ। ସେ ବୁଲୁଥିବା ସମୟରେ ଆଖପାଖରେ ଏକ ଉଜ୍ଜ୍ୱଳ ଆଲୋକ ଦେଖିଥିଲେ। ଏହାକୁ ପ୍ରଥମେ ସେ ଏକ ବିମାନ ବୋଲି ଭାବିଥିଲେ, କିନ୍ତୁ ଯେତେବେଳେ ସେ ଧ୍ୟାନର ସହିତ ଦେଖିଲେ, ସେତେବେଳେ ଏହା ଉଡ଼ିଯାଇଗଲା କାରଣ ଏହା ଏକ UFO ଥିଲା।

Advertisment

ଆମେରିକାରେ ରହୁଥିବା ଲିଲି କହିଛନ୍ତି ଯେ ଏହାର କିଛି ମାସ ପରେ ସେ ପୁଣି ଥରେ ଏଲିଏନଙ୍କୁ ଦେଖିଥିଲେ। ବର୍ତ୍ତମାନ ସେ କହିଛନ୍ତି ଯେ ପ୍ରାୟ ସବୁଦିନ ସେ ଏଲିଏନଙ୍କୁ ଦେଖନ୍ତି। ଏହା ବ୍ୟତୀତ ଲିଲି ଆଉ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ସେ କହିଛନ୍ତି ଯେ ସେ ଅନ୍ୟ ଗ୍ରହରେ ବାସ କରୁଥିବା ଜୀବମାନଙ୍କୁ ମଧ୍ୟ ଭେଟିଛନ୍ତି, ଯେଉଁମାନେ ଏଲିଏନ୍‌ ପରି ଦେଖାଯାଆନ୍ତି।

ଲିଲି ନୋଭା କହିଛନ୍ତି ଯେ ପ୍ରଥମ ଥର ପାଇଁ ସେ ନୀଳ ରଙ୍ଗର ମୁହଁର ଏକ ଝିଅକୁ ଦେଖିଥିଲେ। ସେ ଖୁବ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ ତାଙ୍କ ମୁଣ୍ଡରେ କୌଣସି କେଶ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଝିଅଟି UFOରେ ଅନ୍ୟ ସାଥୀମାନଙ୍କ ସହିତ ଆସିଥିଲେ।

ଲିଲି କହିଛନ୍ତି ଯେ ସେ ଦ୍ୱିତୀୟ ଥର ପାଇଁ ଅନେକ ଏଲିଏନ୍ ଦେଖିଥିଲେ। ଏମାନେ ନୀଳ ରଙ୍ଗର ହୋଇଥିବା ବେଳେ ଚକ୍‌ଚକ୍ କରୁଥିଲେ। ସେ କହିଛନ୍ତି ଯେ ଏଲିଏନ୍‌ମାନେ ଟେଲିପ୍ୟାଥୀ ମାଧ୍ୟମରେ ତାଙ୍କୁ ସେମାନଙ୍କର ଫଟୋ ପଠାନ୍ତି।

ଲିଲି କହିଛନ୍ତି ଯେ ଏଲିଏନଙ୍କୁ ଭେଟିବା ପରେ ସେ ଚକିତ ହୋଇଯାଇଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ପ୍ରେମରେ ପଡିଯାଇଛନ୍ତି। ସେ କହିଛନ୍ତି ଯେ ସେ ଜଣେ ଏଲିଏନଙ୍କୁ ଭଲ ପାଉଛନ୍ତି। ତାଙ୍କ କହିବା କଥା ଏଲିଏନ ତାଙ୍କୁ ବ୍ରହ୍ମାଣ୍ଡ ବିଷୟରେ ଜାଣିବା ନେଇ ସାହାଯ୍ୟ କରନ୍ତି।

Ajab Gajab
Advertisment
Advertisment