Advertisment

ରାଜନୀତିର ମଙ୍ଗୁଆଳ ସାଜିଥିବା ୫ କ୍ଷମତାଶାଳୀ ମହିଳା

ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।

author-image
Pramod Behera
ଅଦ୍ୟତନ ହୋଇଛି
5 female politician in India

5 female politician in India

ଆଜି ମହିଳାମାନେ ଦେଶର ସର୍ବୋଚ୍ଚ ଏବଂ ଶକ୍ତିଶାଳୀ ପଦବୀରେ କାମ କରୁଛନ୍ତି। ସ୍ୱାଧୀନତା ସମୟରେ ମହିଳାମାନେ ସ୍ୱାଧୀନତା ଆନ୍ଦୋଳନରେ ପୁରୁଷମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳେ‍ଇ ଠିଆ ହୋଇଥିଲେ। ଏହା ସହ ସେମାନେ ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାରେ ମଧ୍ୟ ସହଯୋଗ କରିଥିଲେ। ସେତେବେଳେ ସମ୍ବିଧାନ ସଭାରେ ୧୫ ଜଣ ମହିଳା ଥିଲେ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ସରୋଜିନୀ ନାଇଡୁ, ସୁଚେତା କୃପାଳିନୀଙ୍କ ପରି ମହିଳାଙ୍କ ନାମ ଇତିହାସ ପୃଷ୍ଠାରେ ଲିଖିତ। ଆଜି ରାଜନୀତିରେ ମହିଳାମାନଙ୍କ ଯୋଗଦାନ ଅନେକ ଗୁଣରେ ବଢିଯାଇଛି।

Advertisment

କିଛି ମହିଳା ଏକ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ମହିଳା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ। ତେବେ ଆସନ୍ତୁ ଏମିତି ଭାରତର ୫ ଜଣ ଶକ୍ତିଶାଳୀ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ ଆଜିକାଲି ରାଜନୀତିର ପତାକା ଲହରଉଛନ୍ତି।

ନିର୍ମଳା ସୀତାରମଣ:

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଦେଶର ଅନ୍ୟତମ ଶକ୍ତିଶାଳୀ ମହିଳା ଏବଂ ଦୁନିଆର ଅନ୍ୟତମ ପ୍ରସିଦ୍ଧ ମହିଳା ଅଟନ୍ତି। ସୀତାରମଣ ମଧ୍ୟ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ଭାବରେ ଆର୍ଥିକ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହାପୂର୍ବରୁ ନିର୍ମଳା ସୀତାରମଣ ମଧ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଧ୍ୟ ଜଣେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

Advertisment

ମମତା ବାନାର୍ଜୀ:

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟର ହର୍ତାକର୍ତ୍ତା ଦ‍ଇବ ବିଧାତା। ଜଣେ ମହିଳା ରାଜନେତା ଭାବରେ ଏହା ଏକ ବଡ ସଫଳତା ଯେ ମମତା ବାନାର୍ଜୀ କ୍ରମାଗତ ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାମ କରୁଛନ୍ତି। ମହିଳା ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ଉଦାହରଣ ଭାବରେ ମମତା ବାନାର୍ଜୀଙ୍କୁ ବିବେଚନା କରାଯାଇପାରେ। ମମତା ବାନାର୍ଜୀ ମଧ୍ୟ ଲଗାତାର ଦୁଇ ଥର କେନ୍ଦ୍ରରେ ରେଳମନ୍ତ୍ରୀ ରହିଛନ୍ତି।

ଆନନ୍ଦିବେନ୍ ପଟେଲ:

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। କଲ୍ୟାଣ ସିଂ ଅସୁସ୍ଥ ଥିବାବେଳେ ଆନନ୍ଦିବେନ୍ ପଟେଲ ମଧ୍ୟ ଦୁଇ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଚମତ୍କାର, କଠୋର ଏବଂ ଦକ୍ଷ ପ୍ରଶାସନ ଯୋଗୁଁ ତାଙ୍କୁ ଆଇରନ୍ ଲେଡି ମଧ୍ୟ କୁହାଯାଏ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ଭଲ ଶିକ୍ଷକ ଥିଲେ। ତାଙ୍କୁ ରାଷ୍ଟ୍ରପତି ମଧ୍ୟ ସମ୍ମାନିତ କରିଥିଲେ।

ମାୟାବତୀ:

ଉତ୍ତର ପ୍ରଦେଶ ରାଜନୀତିରେ ମାୟାବତୀ ଏକ ବଡ ନା। ବହୁଜନ ସମାଜ ପାର୍ଟିର ନାଁ ଉଠିଲେ ଯେଉଁ ଚେହେରା ଆଖି ଆଗରେ ନାଚିଉଠେ ସେ ହେଲେ ମାୟାବତୀ। ସେ ଦଳର ମୁଖ୍ୟ ହୋଇଥିଲେ ବି ନିଜ ଏକ ବ୍ରାଣ୍ଡ୍‌। ଭାରତୀୟ ରାଜନୀତିରେ ଜଣେ ମହିଳା ଏହି ପଦବୀ ପାଇବା ସହଜ କଥା ନୁହେଁ। ଦୀର୍ଘ ସମୟ ଧରି ରାଜନୀତିରେ ରହିବା ପରେ ଏବେ ମାୟାବତୀଙ୍କ ପରିଚୟ 'ବେହେନ୍ ଜୀ' ହୋଇଯାଇଛି।

ପ୍ରିୟଙ୍କା ଗାନ୍ଧୀ:

ଆଜିକାଲି ୟୁପି ରାଜନୀତିରେ ଆଉ ଜଣେ ମହିଳାଙ୍କ ନା ଓ ତାଙ୍କର ସକ୍ରିୟତା ବୃଦ୍ଧି ପାଉଛି। ଏହି ମହିଳା ହେଉଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଇନ୍ଦିରା ଗାନ୍ଧୀଙ୍କ ଝଲକ ଦେଖିବାକୁ ମିଳୁଥିବା ପ୍ରିୟଙ୍କା ଗାନ୍ଧୀ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ଛାଡି ସାର୍ବଜନୀନ ଜୀବନକୁ ଓହ୍ଲାଇଛନ୍ତି। ପ୍ରିୟଙ୍କାଙ୍କ ନାଁ ଏମିତି ଏକ ବ୍ରାଣ୍ଡ ହୋଇଯାଇଛି ଯେ ଲୋକମାନେ କଂଗ୍ରେସ ଦ୍ୱାରା ପ୍ରଭାବିତ ହୁଅନ୍ତୁ ବା ନାହିଁ କିନ୍ତୁ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା ନିଶ୍ଚିତ ଭାବରେ ପ୍ରଭାବିତ ହେଉଛନ୍ତି।

International Women Day-2022
Advertisment
Advertisment